इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?

ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?

ଯାକୁବ ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ଏକ ସ୍ୱର୍ଗଦୂତଙ୍କ ସହିତ ମଲ୍ଲଯୁଦ୍ଧ କଲେ। କାହିଁକି ? କାରଣ ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ତାଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା। (ଆଦି ୩୨:୨୪-୩୧ ହୋଶେ ୧୨:୩, ୪) ଆମ ବିଷୟରେ କʼଣ ? କʼଣ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରିବା ପାଇଁ ଏବଂ ତାହାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ କଠିନ ପରିଶ୍ରମ କରିବା ? ଧରନ୍ତୁ, ଆମକୁ ସଭାରେ ଯିବାର ଅଛି। କିନ୍ତୁ ଆମକୁ କୁହାଯାଏ ଯେ ଚାକିରି ଜାଗାରେ ଆମକୁ କିଛି ଘଣ୍ଟା ଅଧିକ କାମ କରିବାକୁ ହେବ। ଏପରି ସମୟରେ ଆମେ କʼଣ ନିଷ୍ପତ୍ତି ନେବା ? ଯଦି ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା, ଅର୍ଥାତ୍‌ ନିଜ ସମୟ, ଶକ୍ତି ଓ ସାଧନ ଦେବା, ତେବେ ସେ ‘ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି ବର୍ଷାଇବେ।’ (ମଲାଖି ୩:୧୦) ସେ ଆମକୁ ସଠିକ୍‌ ରାସ୍ତା ଦେଖାଇବେ, ଆମକୁ ସୁରକ୍ଷା ଦେବେ ଏବଂ ଆମର ଆବଶ୍ୟକତାଗୁଡ଼ିକୁ ପୂରଣ କରିବେ।—ମାଥି ୬:୩୩; ଏବ୍ରୀ ୧୩:୫.

ଈଶ୍ୱରଙ୍କ ସେବାରେ ରଖିଥିବା ଲକ୍ଷ୍ୟଠାରୁ ନିଜ ଧ୍ୟାନ ହଟାନ୍ତୁ ନାହିଁ (ହିନ୍ଦୀ) ଭିଡିଓ ଦେଖାନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭଉଣୀ ଯାହା ଅତି ପସନ୍ଦ କରୁଥିଲେ, ତାହା କିପରି ତାଙ୍କ ପାଇଁ ଫାନ୍ଦ ହୋଇଗଲା ?

  • ଆମର ଚାକିରି କିପରି ଆମ ପାଇଁ ଫାନ୍ଦ ହୋଇପାରେ ?

  • ତୀମଥି ସତ୍ୟରେ ବହୁତ ଉନ୍ନତି କରିଥିଲେ, ତଥାପି ତାଙ୍କୁ କାହିଁକି ନୂଆ ଲକ୍ଷ୍ୟ ରଖିବାର ଥିଲା ଏବଂ ସେଥିରେ ଧ୍ୟାନ କେନ୍ଦ୍ରିତ କରିବାର ଥିଲା ?—୧ତୀମ ୪:୧୬

  • ଆପଣଙ୍କ ଜୀବନରେ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?

    ଆମେ କିପରି ଜାଣିପାରିବା ଯେ କେଉଁ କାମ ଆମ ପାଇଁ “ସବୁଠୁ ଅଧିକ ଜରୁରୀ” ?