इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୬-୧୨ ଏପ୍ରିଲ୍‌

୭ ଏପ୍ରିଲ୍‌ ୨୦୨୦, ମଙ୍ଗଳବାର—ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରାଯିବ

୬-୧୨ ଏପ୍ରିଲ୍‌

ପ୍ରତିବର୍ଷ ସ୍ମାରକ ଦିନର ଆଖପାଖର ଦିନଗୁଡ଼ିକରେ ଅନେକ ଖ୍ରୀଷ୍ଟିୟାନମାନେ ଏହା ଉପରେ ଚିନ୍ତନ କରନ୍ତି ଯେ ଯିହୋବା ଓ ତାହାଙ୍କ ପୁତ୍ର ଯୀଶୁ କିପରି ନିଜ ପ୍ରେମର ସବୁଠାରୁ ବଡ଼ ପ୍ରମାଣ ଦେଲେ। (ଯୋହ ୩:୧୬; ୧୫:୧୩) ସୁସମାଚାରର ବହିଗୁଡ଼ିକ ଅନୁସାରେ ଆଗକୁ ଥିବା ଚାର୍ଟରେ ଦିଆଯାଇଛି ଯେ ଯୀଶୁଙ୍କ ସେବାର ଶେଷ ଦିନଗୁଡ଼ିକରେ ଯିରୂଶାଲମରେ କʼଣ କʼଣ ହୋଇଥିଲା। ଏହା ଛଡ଼ା, ପୃଥିବୀରେ ବଞ୍ଚିଥିବା ସର୍ବଶ୍ରେଷ୍ଠ ମଣିଷ (ହିନ୍ଦୀ) ବହିର ୧୦୧-୧୩୧ ଅଧ୍ୟାୟରେ ମଧ୍ୟ ଏହି ଘଟଣାଗୁଡ଼ିକ ବିଷୟରେ ଆଲୋଚନା କରାଯାଇଛି। ଆମେ ପ୍ରତ୍ୟେକେ ନିଜକୁ ପଚାରିବା ଉଚିତ୍‌ ଯେ ଈଶ୍ୱର ଓ ଖ୍ରୀଷ୍ଟଙ୍କ ପ୍ରେମ ଆମକୁ କʼଣ କରିବା ପାଇଁ ପ୍ରେରିତ କରିବ ?—୨କରି ୫:୧୪, ୧୫; ୧ଯୋହ ୪:୧୬, ୧୯.

ଯିରୂଶାଲମରେ ଯୀଶୁଙ୍କ ସେବାର ଶେଷ କିଛି ଦିନ

ସମୟ

ସ୍ଥାନ

ଘଟଣା

ମାଥିଉ

ମାର୍କ

ଲୂକ

ଯୋହନ

୩୩, ନୀସନ୍‌ ୮ (୧-୨ ଏପ୍ରିଲ୍‌, ୨୦୨୦)

ବେଥନୀୟା

ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ସେଠି ପହଞ୍ଚନ୍ତି

 

 

 

୧୧:୫୫– ୧୨:୧

ନୀସନ୍‌ ୯ (୨-୩ ଏପ୍ରିଲ୍‌, ୨୦୨୦)

ବେଥନୀୟା

ମରୀୟମ ତାହାଙ୍କ ମୁଣ୍ଡ ଓ ପାଦରେ ତେଲ ଢାଳନ୍ତି

୨୬:୬-୧୩

୧୪:୩-୯

 

୧୨:୨-୧୧

ବେଥନୀୟା- ବେଥ୍‌ଫାଗୀ- ଯିରୂଶାଲମ

ଗଧ ଉପରେ ବସି ଯିରୂଶାଲମରେ ରାଜା ଭାବେ ପ୍ରବେଶ କରନ୍ତି

୨୧:୧-୧୧, ୧୪-୧୭

୧୧:୧-୧୧

୧୯:୨୯-୪୪

୧୨:୧୨-୧୯

ନୀସନ୍‌ ୧୦ (୩-୪ ଏପ୍ରିଲ୍‌, ୨୦୨୦)

ବେଥନୀୟା- ଯିରୂଶାଲମ

ଡିମିରି ଗଛକୁ ଅଭିଶାପ ଦିଅନ୍ତି; ପୁଣିଥରେ ମନ୍ଦିରକୁ ଶୁଦ୍ଧ କରନ୍ତି

୨୧:୧୮, ୧୯; ୨୧:୧୨, ୧୩

୧୧:୧୨-୧୭

୧୯:୪୫, ୪୬

 

ଯିରୂଶାଲମ

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରନ୍ତି

 

୧୧:୧୮, ୧୯

୧୯:୪୭, ୪୮

 

ଯିହୋବାଙ୍କ ସ୍ୱର ଶୁଭେ; ଯୀଶୁ ନିଜ ମୃତ୍ୟୁର ଭବିଷ୍ୟତବାଣୀ କରନ୍ତି; ଯିହୁଦୀ ବିଶ୍ୱାସ କରନ୍ତି ନାହିଁ, ଯାହାଫଳରେ ଯିଶାଇୟଙ୍କ ଭବିଷ୍ୟତବାଣୀ ପୂରଣ ହୁଏ

 

 

 

୧୨:୨୦-୫୦

ନୀସନ୍‌ ୧୧ (୪-୫ ଏପ୍ରିଲ୍‌, ୨୦୨୦)

ବେଥନୀୟା- ଯିରୂଶାଲମ

ଶୁଖିଲା ଡିମିରି ଗଛରୁ ଶିକ୍ଷା

୨୧:୧୯-୨୨

୧୧:୨୦-୨୫

 

 

ଯିରୂଶାଲମର ମନ୍ଦିର

ତାହାଙ୍କ ଅଧିକାର ଉପରେ ପ୍ରଶ୍ନ କରାଯାଏ; ଦୁଇ ପୁତ୍ରଙ୍କ ଦୃଷ୍ଟାନ୍ତ

୨୧:୨୩-୩୨

୧୧:୨୭-୩୩

୨୦:୧-୮

 

ଦୃଷ୍ଟାନ୍ତ: ହତ୍ୟାକାରୀ କୃଷକମାନେ, ବିବାହ ଭୋଜି

୨୧:୩୩–୨୨:୧୪

୧୨:୧-୧୨

୨୦:୯-୧୯

 

ଈଶ୍ୱର, କାଇସର, ପୁନରୁତ୍ଥାନ ଓ ଶ୍ରେଷ୍ଠ ଆଜ୍ଞା ବିଷୟରେ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତି

୨୨:୧୫-୪୦

୧୨:୧୩-୩୪

୨୦:୨୦-୪୦

 

ଲୋକସମୂହକୁ ପଚାରନ୍ତି ଯେ କʼଣ ଖ୍ରୀଷ୍ଟ ଦାଉଦଙ୍କ ସନ୍ତାନ ?

୨୨:୪୧-୪୬

୧୨:୩୫-୩୭

୨୦:୪୧-୪୪

 

ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଧିକ୍କାର କରନ୍ତି

୨୩:୧-୩୯

୧୨:୩୮-୪୦

୨୦:୪୫-୪୭

 

ବିଧବାଙ୍କ ଦାନ ପ୍ରତି ଧ୍ୟାନ ଦିଅନ୍ତି

 

୧୨:୪୧-୪୪

୨୧:୧-୪

 

ଜୀତ ପର୍ବତ

ତାହାଙ୍କ ଉପସ୍ଥିତିର ଲକ୍ଷଣ ବିଷୟରେ କହନ୍ତି

୨୪:୧-୫୧

୧୩:୧-୩୭

୨୧:୫-୩୮

 

ଦୃଷ୍ଟାନ୍ତ: ଦଶ କନ୍ୟା, ତୋଡ଼ା, ମେଷ ଓ ଛାଗ

୨୫:୧-୪୬

 

 

 

ନୀସନ୍‌ ୧୨ (୫-୬ ଏପ୍ରିଲ୍‌, ୨୦୨୦)

ଯିରୂଶାଲମ

ନେତୃତ୍ୱ ନେଉଥିବା ଯିହୁଦୀମାନେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରନ୍ତି

୨୬:୧-୫

୧୪:୧, ୨

୨୨:୧, ୨

 

ଯିହୂଦା ଯୀଶୁଙ୍କୁ ଧରାଇବା ପାଇଁ ଯୋଜନା କରେ

୨୬:୧୪-୧୬

୧୪:୧୦, ୧୧

୨୨:୩-୬

 

ନୀସନ୍‌ ୧୩ (୬-୭ ଏପ୍ରିଲ୍‌, ୨୦୨୦)

ଯିରୂଶାଲମରେ ଓ ତାର ଆଖପାଖରେ

ଶେଷ ନିସ୍ତାର ପର୍ବ ପାଇଁ ପ୍ରସ୍ତୁତି କରନ୍ତି

୨୬:୧୭-୧୯

୧୪:୧୨-୧୬

୨୨:୭-୧୩

 

ନୀସନ୍‌ ୧୪ (୭-୮ ଏପ୍ରିଲ୍‌, ୨୦୨୦)

ଯିରୂଶାଲମ

ପ୍ରେରିତମାନଙ୍କ ସହ ନିସ୍ତାର ପର୍ବର ଭୋଜି ଖାଆନ୍ତି

୨୬:୨୦, ୨୧

୧୪:୧୭, ୧୮

୨୨:୧୪-୧୮

 

ପ୍ରେରିତମାନଙ୍କ ପାଦ ଧୋଅନ୍ତି

 

 

 

୧୩:୧-୨୦

ଯୀଶୁ ଯିହୂଦାକୁ ବିଶ୍ୱାସଘାତକ କହି ବାହାରକୁ ପଠାଇ ଦିଅନ୍ତି

୨୬:୨୧-୨୫

୧୪:୧୮-୨୧

୨୨:୨୧-୨୩

୧୩:୨୧-୩୦

ପ୍ରଭୁଭୋଜର ଆରମ୍ଭ କରନ୍ତି (୧କରି ୧୧:୨୩-୨୫)

୨୬:୨୬-୨୯

୧୪:୨୨-୨୫

୨୨:୧୯, ୨୦, ୨୪-୩୦

 

ଯୀଶୁ କହନ୍ତି ଯେ ପିତର ତାହାଙ୍କୁ ଜାଣିବାର ଅସ୍ୱୀକାର କରିବେ ଓ ପ୍ରେରିତମାନେ ଛିନ୍ନଭିନ୍ନ ହୋଇଯିବେ

୨୬:୩୧-୩୫

୧୪:୨୭-୩୧

୨୨:୩୧-୩୮

୧୩:୩୧-୩୮

ସାହାଯ୍ୟକାରୀ ପଠାଇବାର ପ୍ରତିଜ୍ଞା କରନ୍ତି; ପ୍ରକୃତ ଦ୍ରାକ୍ଷାଲତାର ଦୃଷ୍ଟାନ୍ତ; ପ୍ରେମ କରିବାର ଆଜ୍ଞା; ପ୍ରେରିତମାନଙ୍କ ସହ ଶେଷ ପ୍ରାର୍ଥନା

 

 

 

୧୪:୧– ୧୭:୨୬

ଗେଥ୍‌ଶିମାନୀ

ଉଦ୍ୟାନରେ ଅତ୍ୟନ୍ତ ଦୁଃଖରେ; ତାହାଙ୍କୁ ବିଶ୍ୱାସଘାତ ଓ ବନ୍ଦୀ କରାଯାଏ

୨୬:୩୦, ୩୬-୫୬

୧୪:୨୬, ୩୨-୫୨

୨୨:୩୯-୫୩

୧୮:୧-୧୨

ଯିରୂଶାଲମ

ହାନାନ ପଚରାଉଚୁରା କରେ; ମହାସଭାରେ କୟାଫା ମକଦ୍ଦମା ଚଲାଏ; ପିତର ଯୀଶୁଙ୍କୁ ଜାଣିବାର ଅସ୍ୱୀକାର କରନ୍ତି

୨୬:୫୭–୨୭:୧

୧୪:୫୩–୧୫:୧

୨୨:୫୪-୭୧

୧୮:୧୩-୨୭

ବିସ୍ୱାଶଘାତକ ଯିହୂଦା ଆତ୍ମହତ୍ୟା କରେ (ପ୍ରେରି ୧:୧୮, ୧୯)

୨୭:୩-୧୦

 

 

 

ପ୍ରଥମେ ପୀଲାତ, ତାʼପରେ ହେରୋଦ ଓ ପୁଣିଥରେ ପୀଲାତର ସମ୍ମୁଖକୁ ଅଣାଯାଏ

୨୭:୨, ୧୧-୧୪

୧୫:୧-୫

୨୩:୧-୧୨

୧୮:୨୮-୩୮

ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚାହେଁ, କିନ୍ତୁ ଯିହୁଦୀ ବାରବ୍‌ବାକୁ ମୁକ୍ତ କରିବାକୁ ଦାବି କରନ୍ତି; ଯାତନା ଖୁଣ୍ଟରେ ହତ୍ୟା କରିବାର ଆଦେଶ ଦିଆଯାଏ

୨୭:୧୫-୩୦

୧୫:୬-୧୯

୨୩:୧୩-୨୫

୧୮:୩୯–୧୯:୧୬

(ଦ୍ୱିପହର ପ୍ରାୟ ୩ ଟା, ଶୁକ୍ରବାର)

ଗଲ୍ଗଥା

ଯାତନା ଖୁଣ୍ଟରେ ଶେଷ ନିଃଶ୍ୱାସ ତ୍ୟାଗ କରନ୍ତି

୨୭:୩୧-୫୬

୧୫:୨୦-୪୧

୨୩:୨୬-୪୯

୧୯:୧୬-୩୦

ଯିରୂଶାଲମ

ଯୀଶୁଙ୍କ ଶରୀରକୁ ଯାତନା ଖୁଣ୍ଟରୁ ଓହ୍ଲାଇ ସମାଧିରେ ରଖାଯାଏ

୨୭:୫୭-୬୧

୧୫:୪୨-୪୭

୨୩:୫୦-୫୬

୧୯:୩୧-୪୨

ନୀସନ୍‌ ୧୫ (୮-୯ ଏପ୍ରିଲ୍‌, ୨୦୨୦)

ଯିରୂଶାଲମ

ଯାଜକ ଓ ଫାରୂଶୀମାନେ ସମାଧି ସମ୍ମୁଖରେ ପ୍ରହରୀମାନଙ୍କୁ ନିଯୁକ୍ତ କରନ୍ତି ଏବଂ ତାର ଦ୍ୱାରରେ ମୁଦ୍ରାଙ୍କ ଦିଅନ୍ତି

୨୭:୬୨-୬୬

 

 

 

ନୀସନ୍‌ ୧୬ (୯-୧୦ ଏପ୍ରିଲ୍‌, ୨୦୨୦)

ଯିରୂଶାଲମ ଓ ତାର ଆଖପାଖରେ; ଇମ୍ମାୟୁ

ଯୀଶୁ ପୁଣି ଜୀବିତ ହୁଅନ୍ତି; ପାଞ୍ଚ ଥର ଶିଷ୍ୟମାନଙ୍କୁ ଦେଖା ଦିଅନ୍ତି

୨୮:୧-୧୫

୧୬:୧-୮

୨୪:୧-୪୯

୨୦:୧-୨୫

ନୀସନ୍‌ ୧୬ ପରେ

ଯିରୂଶାଲମ; ଗାଲିଲୀ

ଶିଷ୍ୟମାନଙ୍କୁ ଆହୁରି ଅନେକ ଥର ଦେଖା ଦିଅନ୍ତି (୧କରି ୧୫:୫-୭; ପ୍ରେରି ୧:୩-୮); ପରାମର୍ଶ ଦିଅନ୍ତି; ଶିଷ୍ୟ କରିବା ପାଇଁ ଆଜ୍ଞା ଦିଅନ୍ତି

୨୮:୧୬-୨୦

 

 

୨୦:୨୬–୨୧:୨୫