ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଚାର କରିବାର ନମୁନା
ପ୍ରଥମ ସାକ୍ଷାତ
ପ୍ରଶ୍ନ: କʼଣ ଈଶ୍ୱର ଆମ ପ୍ରାର୍ଥନା ଶୁଣନ୍ତି ?
ପଦ: ଗୀତ ୬୫:୨
ଆର ଥରକୁ: ଆମେ କେଉଁ ବିଷୟଗୁଡ଼ିକରେ ପ୍ରାର୍ଥନା କରିପାରିବା ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ପୁନଃସାକ୍ଷାତ
ପ୍ରଶ୍ନ: ଆମେ କେଉଁ ବିଷୟଗୁଡ଼ିକରେ ପ୍ରାର୍ଥନା କରିପାରିବା ?
ପଦ: ୧ଯୋହ ୫:୧୪
ଆର ଥରକୁ: ଈଶ୍ୱର ଆମ ପ୍ରାର୍ଥନାର ଉତ୍ତର କିପରି ଦିଅନ୍ତି ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୭ ଫେବୃୟାରୀ–୨୭ ମାର୍ଚ୍ଚ)
“ଆମେ ଆପଣଙ୍କୁ ଏକ ବିଶେଷ ସଭାରେ ନିମନ୍ତ୍ରଣ କରୁଛୁ (ତେଣୁ ଆମେ ଆପଣଙ୍କୁ ଫୋନ୍ କରୁଛୁ କିମ୍ବା ମେସେଜ୍ କିମ୍ବା ଚିଠି ଲେଖୁଛୁ) । ଏହି ସଭାରେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ମନେ ପକାଇବା ପାଇଁ ତାହାଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ ପାଳନ କରିବୁ । ଏହି ସଭା ସାରା ପୃଥିବୀରେ ହେବ ଏବଂ ଏଥିରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେବେ । ଆମେ ଚାହୁଁ ଯେ ଆପଣ ମଧ୍ୟ ଆସନ୍ତୁ ।” ତାʼପରେ ସେହି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ, ନହେଲେ ଇ-ମେଲ୍ କିମ୍ବା ମେସେଜ୍ ଜରିଆରେ ପଠାନ୍ତୁ । “ଏହି ନିମନ୍ତ୍ରଣ ପତ୍ରରେ ଲେଖାଅଛି ଯେ ଆମ ଅଞ୍ଚଳରେ ଏହି ସଭା କେବେ ଓ କେଉଁଠି ହେବ (କିମ୍ବା ଆପଣ ଏହି ସଭା ଅନଲାଇନ୍ କିପରି ଦେଖିପାରିବେ) । ଏହାର ଠିକ୍ ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ । ଏହି ସଭା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ ।”
ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ ?