इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନିଜ ବିବାହ ବନ୍ଧନକୁ ମଜବୁତ୍‌ ରଖନ୍ତୁ

ନିଜ ବିବାହ ବନ୍ଧନକୁ ମଜବୁତ୍‌ ରଖନ୍ତୁ

ଯେତେବେଳେ ଜଣେ ପୁରୁଷ ଓ ସ୍ତ୍ରୀ ବିବାହର ଶପଥ ନିଅନ୍ତି, ଯିହୋବା ଚାହାନ୍ତି ଯେ ସେମାନେ ସାରା ଜୀବନ ଏହି ବନ୍ଧନରେ ବାନ୍ଧି ହୋଇ ରହନ୍ତୁ । ଯିହୋବାଙ୍କ ପାଇଁ ଏହା ଏକ ଗମ୍ଭୀର ବିଷୟ । (ମାଥି ୧୯:୫, ୬) ଆମ ମଧ୍ୟରେ ଏପରି ଅନେକ ବିବାହିତ ଦମ୍ପତି ଅଛନ୍ତି, ଯେଉଁମାନେ ନିଜ ସମ୍ପର୍କକୁ ମଜବୁତ୍‌ କରିଆସିଛନ୍ତି । ସବୁ ପତିପତ୍ନୀଙ୍କ ମଧ୍ୟରେ କେବେ ନା କେବେ ସମସ୍ୟା ଆସି ହିଁ ଯାଏ । ଏପରି କ୍ଷେତ୍ରରେ ସେମାନଙ୍କୁ ଜଗତର ଲୋକଙ୍କ ଭଳି ଭାବିବା ଉଚିତ୍‌ ନୁହେଁ ଯେ ଅଲଗା ହୋଇଯିବା କିମ୍ବା ଛାଡ଼ପତ୍ର ଦେବା ସଠିକ୍‌ ହେବ । ଖ୍ରୀଷ୍ଟିୟାନ ଦମ୍ପତିମାନେ ପୂରା ଚେଷ୍ଟା କରିବା ଉଚିତ୍‌ ଯେ ସେମାନଙ୍କ ସମ୍ପର୍କ କେବେ ନ ଭାଙ୍ଗୁ । ଆପଣ ନିଜ ବିବାହ ବନ୍ଧନକୁ ମଜବୁତ୍‌ କରିବା ପାଇଁ କʼଣ କରିପାରିବେ ?

ପାଞ୍ଚଟି କଥା ଧ୍ୟାନରେ ରଖନ୍ତୁ:

  1. ୧. ଆପଣଙ୍କ ହୃଦୟକୁ ସୁରକ୍ଷିତ କରନ୍ତୁ । କାହାରି ସହ ରୋମାଣ୍ଟିକ ସମ୍ପର୍କ ରଖନ୍ତୁ ନାହିଁ ଏବଂ ଅନୈତିକ ମନୋରଞ୍ଜନ କରନ୍ତୁ ନାହିଁ । ଏପରି କଲେ ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇପାରେ ।—ମାଥି ୫:୨୮; ୨ପିତ ୨:୧୪.

  2. ୨. ଈଶ୍ୱରଙ୍କ ସହ ଆପଣଙ୍କ ସମ୍ପର୍କକୁ ମଜବୁତ୍‌ କରନ୍ତୁ । ଈଶ୍ୱର ବିବାହିତ ଦମ୍ପତିଙ୍କଠାରୁ ଯାହା ଆଶା କରନ୍ତି ତାହା କରନ୍ତୁ । ଫଳରେ ସେ ଆପଣଙ୍କ ଉପରେ ଖୁସି ହେବେ ।—ଗୀତ ୯୭:୧୦.

  3. ୩. ନୂତନ ସ୍ୱଭାବର ଗୁଣଗୁଡ଼ିକୁ ନିଜଠାରେ ବଢ଼ାନ୍ତୁ । ଛୋଟମୋଟ କାମ ହୋଇଥାଉ ପଛେ, ନିଜ ସାଥୀଙ୍କୁ ସାହାଯ୍ୟ କରିବା ପାଇଁ କିଛି ନା କିଛି କରନ୍ତୁ ।—କଲ ୩:୮-୧୦, ୧୨-୧୪.

  4. ୪. ପରସ୍ପର ସହିତ ଆଦରର ସହ ଓ ହୃଦୟରୁ କଥା ହୁଅନ୍ତୁ ।—କଲ ୪:୬.

  5. ୫. ପ୍ରେମର ସହ ପରସ୍ପରର ଶାରୀରିକ ଆବଶ୍ୟକତାଗୁଡ଼ିକୁ ପୂରଣ କରନ୍ତୁ ।—୧କରି ୭:୩, ୪; ୧୦:୨୪.

ଖ୍ରୀଷ୍ଟିୟାନମାନେ ନିଜ ବିବାହର ଶପଥ ଅନୁସାରେ ଜୀବନଯାପନ କଲେ ଯିହୋବାଙ୍କ ମହିମା ହୁଏ, ଯିଏ ଏହି ବିଶେଷ ସମ୍ପର୍କର ଆରମ୍ଭ କରିଛନ୍ତି ।

‘ଧୈର୍ଯ୍ୟର ସହ ଦୌଡ଼ିବା ଜାରି ରଖନ୍ତୁ’—ପ୍ରତିଯୋଗିତାର ନିୟମ ପାଳନ କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ପତିପତ୍ନୀଙ୍କ ମଧ୍ୟରେ କିପରି ସମସ୍ୟାଗୁଡ଼ିକ ଦେଖା ଦେଇପାରେ ?

  • ଯଦି ପତିପତ୍ନୀଙ୍କୁ ଲାଗେ ଯେ ସେମାନଙ୍କ ମଧ୍ୟରେ ପ୍ରେମ ନାହିଁ, ତେବେ ବାଇବଲର ସିଦ୍ଧାନ୍ତଗୁଡ଼ିକ ମାନିଲେ ସେମାନଙ୍କ ସମ୍ପର୍କ କିପରି ମଜବୁତ୍‌ ହୋଇପାରେ ?

  • ନିଜ ଜୀବନସାଥୀଙ୍କ ସହ ଖୁସିରେ ରହିବା ପାଇଁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ପାଳନ କରନ୍ତୁ

    ଯିହୋବା ବିବାହିତ ଦମ୍ପତିମାନଙ୍କୁ କେଉଁ ନିୟମ ଦେଇଛନ୍ତି ?

  • ବିବାହ ବନ୍ଧନକୁ ମଜବୁତ୍‌ କରିବା ପାଇଁ ପତିପତ୍ନୀ ଦୁହେଁ କʼଣ କରିବା ଉଚିତ୍‌ ?