ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଅଧିବେଶନ—ପ୍ରେମର ବନ୍ଧନକୁ ମଜବୁତ୍ କରିବାର ସୁଯୋଗ
ପ୍ରତିବର୍ଷ ଯେତେବେଳେ ଆମେ ଅଧିବେଶନରେ ଯାଉ, ଆମକୁ ବହୁତ ଖୁସି ଲାଗେ । ପ୍ରାଚୀନ ସମୟରେ ଯେତେବେଳେ ଇସ୍ରାଏଲୀୟମାନେ ବାର୍ଷିକ ପର୍ବଗୁଡ଼ିକ ପାଇଁ ଗୋଟିଏ ଜାଗାରେ ଏକାଠି ହେଉଥିଲେ ଏବଂ ସମସ୍ତେ ମିଶି ଯିହୋବାଙ୍କ ଉପାସନା କରୁଥିଲେ, ସେମାନଙ୍କୁ ବହୁତ ଖୁସି ମିଳୁଥିଲା । ଠିକ୍ ସେହିପରି ଆଜି ଅଧିବେଶନଗୁଡ଼ିକରେ ଶହ ଶହ କିମ୍ବା ହଜାର ହଜାର ଭାଇଭଉଣୀମାନଙ୍କ ସହ ମିଶି ଯିହୋବାଙ୍କ ଉପାସନା କରିବାରେ ଆମକୁ ଖୁସି ମିଳେ । ସେଠାରେ ଆମକୁ ବହୁତ କିଛି ଶିଖିବାକୁ ମିଳେ । ଆମକୁ ନିଜ ସାଙ୍ଗ ଓ ପରିବାର ସଦସ୍ୟମାନଙ୍କ ସହ ସମୟ ବିତାଇବାର ବଢ଼ିଆ ସୁଯୋଗ ମିଳେ । ସତରେ, ଅଧିବେଶନ ଆମ ପାଇଁ ବହୁତ ଖାସ୍ ହୋଇଥାଏ । ତେଣୁ ଆମେ ତିନୋଟିଯାକ ଦିନ ଉପସ୍ଥିତ ହେବାକୁ ଚେଷ୍ଟା କରିବା ଉଚିତ୍ ।
ଅଧିବେଶନରେ ଆମେ କେବଳ ନିଜର ଲାଭ ବିଷୟରେ ଚିନ୍ତା ନ କରି ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଉଚିତ୍ । (ଗାଲା ୬:୧୦; ଏବ୍ରୀ ୧୦:୨୪, ୨୫) ଆମେ କୌଣସି ଭାଇ କିମ୍ବା ଭଉଣୀଙ୍କ ପାଇଁ କବାଟ ଖୋଲିପାରିବା ଏବଂ ବସିବା ପାଇଁ ଆମକୁ ଯେତେ ସିଟ୍ ଦରକାର କେବଳ ସେତେ ରଖିପାରିବା । ଏହିପରି ଭାବେ ଆମେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିପାରିବା । (ଫିଲିପ୍ ୨:୩, ୪) ଅଧିବେଶନରେ ଆମକୁ ନୂଆ ସାଙ୍ଗ କରିବାକୁ ମଧ୍ୟ ସୁଯୋଗ ମିଳିଥାଏ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କିମ୍ବା ଶେଷ ହେବା ପରେ ଓ ବିରତି ସମୟରେ ଆମେ ଆଗରୁ ଜାଣି ନ ଥିବା ବ୍ୟକ୍ତିମାନଙ୍କ ସହ କଥା ହୋଇପାରିବା । (୨କରି ୬:୧୩) ଅଧିବେଶନରେ ଆମେ ଏପରି ସାଙ୍ଗମାନଙ୍କୁ ପାଇପାରିବା, ଯେଉଁମାନେ ନୂଆ ଦୁନିଆରେ ମଧ୍ୟ ଆମ ସହିତ ଥିବେ ! ଯେତେବେଳେ ବାହାର ଲୋକେ ଦେଖିବେ ଯେ ଆମେ ପ୍ରକୃତରେ ପରସ୍ପରକୁ ପ୍ରେମ କରୁ, ହୁଏତ ସେମାନେ ମଧ୍ୟ ଆମ ସହ ମିଶି ଯିହୋବାଙ୍କ ଉପାସନା କରିବା ପାଇଁ ନିଷ୍ପତ୍ତି ନେବେ ।—ଯୋହ ୧୩:୩୫.
“ପ୍ରେମ କଦାପି ଶେଷ ହୁଏ ନାହିଁ !” ଆନ୍ତଃରାଷ୍ଟ୍ରୀୟ ଅଧିବେଶନ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
୨୦୧୯ର ଆନ୍ତଃରାଷ୍ଟ୍ରୀୟ ଅଧିବେଶନଗୁଡ଼ିକରେ ଅନ୍ୟ ଦେଶଗୁଡ଼ିକରୁ ଆସିଥିବା ଭାଇଭଉଣୀମାନଙ୍କ ପାଇଁ ସ୍ଥାନୀୟ ଭାଇଭଉଣୀମାନେ କିପରି ପ୍ରେମ ଦେଖାଇଲେ ?
-
ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଓ ଏକତା ଅଛି, ତାହା କାହିଁକି ଧ୍ୟାନ ଦେବାର ବିଷୟ ?
-
ପ୍ରଶାସନ ଦଳର ସଦସ୍ୟମାନେ ଖ୍ରୀଷ୍ଟୀୟ ପ୍ରେମ ବିଷୟରେ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କଲେ ?
-
ଜର୍ମାନୀ ଓ ଦକ୍ଷିଣ କୋରିଆରେ ବିରୋଧ ସତ୍ତ୍ୱେ ଆମ ଭାଇଭଉଣୀମାନେ ଯିହୋବାଙ୍କୁ ଓ ପରସ୍ପରକୁ କିପରି ପ୍ରେମ ଦେଖାଇବା ଜାରି ରଖିଲେ ?
-
ଆମେ କʼଣ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍ ?