ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନିଅନ୍ତୁ
କʼଣ ଆପଣ ଏକ ଯୁବକ କିମ୍ବା ଯୁବତୀ ଅଟନ୍ତି ଏବଂ ବାପ୍ତିସ୍ମରହିତ ପ୍ରଚାରକ ଅଟନ୍ତି ? କିମ୍ବା କʼଣ ଆପଣ ବାଇବଲ ଅଧ୍ୟୟନ କରୁଛନ୍ତି ? ଯଦି ହଁ, କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ଭାବିଛନ୍ତି ? ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିବା ଏବଂ ବାପ୍ତିସ୍ମ ନେବା ଦ୍ୱାରା ଯିହୋବାଙ୍କ ସହ ଆପଣଙ୍କ ଏକ ବିଶେଷ ସମ୍ପର୍କ ହୋଇଯିବ । (ଗୀତ ୯୧:୧) ଉଦ୍ଧାର ପାଇବା ପାଇଁ ମଧ୍ୟ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ଜରୁରୀ । (୧ପିତ ୩:୨୧) ଆପଣ ଏହି ଦୁଇଟିଯାକ ପଦକ୍ଷେପ ନେବା ପାଇଁ କିପରି ଯୋଗ୍ୟ ହୋଇପାରିବେ ?
ନିଜେ ଯାଞ୍ଚ କରି ଜାଣନ୍ତୁ ଯେ ଏହା ହିଁ ସତ୍ୟ । ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଉଠେ, ତେବେ ଗବେଷଣା କରନ୍ତୁ । (ରୋମୀ ୧୨:୨) ଦେଖନ୍ତୁ ଯେ କʼଣ ଆପଣଙ୍କୁ ନିଜଠାରେ କିଛି ପରିବର୍ତ୍ତନ କରିବାର ଅଛି । ଯଦି ହଁ, ତେବେ ନିଜଠାରେ ପରିବର୍ତ୍ତନ କରନ୍ତୁ, ଯାହାଫଳରେ ଯିହୋବା ଆପଣଙ୍କ ଉପରେ ଖୁସି ହେବେ । (ହିତୋ ୨୭:୧୧; ଏଫି ୪:୨୩, ୨୪) ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ଏପରି କରିବାରେ ସେ ଆପଣଙ୍କୁ ସାହାଯ୍ୟ କରିବେ । ସେ ନିଜ ପବିତ୍ର ଶକ୍ତି ଦେଇ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ଆପଣଙ୍କୁ ମଜବୁତ୍ କରିବେ । (୧ପିତ ୫:୧୦, ୧୧) ଯିହୋବାଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରିବା ପାଇଁ ଆପଣ ଯାହା ମଧ୍ୟ ପରିଶ୍ରମ କରନ୍ତି, ସେଥିରୁ ଆପଣଙ୍କୁ ନିଶ୍ଚୟ ଲାଭ ହେବ । ଯିହୋବାଙ୍କ ସେବାରୁ ଯେଉଁ ଖୁସି ମିଳେ, ତାହା ଆଉ କୌଣସି ଜିନିଷରୁ ମିଳିପାରିବ ନାହିଁ ।—ଗୀତ ୧୬:୧୧.
ବାପ୍ତିସ୍ମ ଆଡ଼କୁ ନେଇଯାଉଥିବା ରାସ୍ତା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ବାପ୍ତିସ୍ମ ନେବା ପାଇଁ କିଛି ଲୋକେ କେଉଁ ସମସ୍ୟାଗୁଡ଼ିକୁ ପାର କଲେ ?
-
ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିବା ପାଇଁ ବିଶ୍ୱାସ କିପରି ବଢ଼ାଇପାରିବେ ?
-
କିଛି ଲୋକେ ବାପ୍ତିସ୍ମର ଯୋଗ୍ୟ ହେବା ପାଇଁ କାହିଁକି ପଦକ୍ଷେପ ନେଲେ ?
-
ଯେଉଁ ଲୋକମାନେ ଯିହୋବାଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ସେମାନଙ୍କୁ କେଉଁ କେଉଁ ଆଶିଷ ମିଳେ ?
-
ସମର୍ପଣ ଓ ବାପ୍ତିସ୍ମର ଅର୍ଥ କʼଣ ?