ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଇସ୍ରାଏଲରେ ଯୋବେଲ ବର୍ଷ ଓ ଭବିଷ୍ୟତରେ ମୁକ୍ତି
ଯୋବେଲ ବର୍ଷର ବ୍ୟବସ୍ଥା ଯୋଗୁଁ ଇସ୍ରାଏଲରେ କେହି ମଧ୍ୟ ସବୁଦିନ ପାଇଁ ଋଣରେ ବୁଡ଼ି ରହୁ ନ ଥିଲେ କିମ୍ବା ଗରିବ ହୋଇ ରହୁ ନ ଥିଲେ (ଲେବୀ ୨୫:୧୦; ପ୍ର୧୯.୧୨-ହି ପୃ ୮ ¶୩; ବାହାରେ ଥିବା ଚିତ୍ର ଦେଖନ୍ତୁ)
ଇସ୍ରାଏଲରେ ଜମି ବିକ୍ରି କରିବାର ଅର୍ଥ ଥିଲା ଜମିକୁ ଲିଜରେ ଦେବା । ଜଣେ ଇସ୍ରାଏଲୀୟର ଜମିରେ ଯୋବେଲ ବର୍ଷ ପର୍ଯ୍ୟନ୍ତ ଯେତିକି ଅମଳ ହୁଅନ୍ତା, ସେହି ଅମଳର ସମାନ ଦାମରେ ହିଁ ସେ କାହାରିକୁ ନିଜ ଜମିକୁ ଲିଜରେ ଦେଇପାରୁଥିଲା (ଲେବୀ ୨୫:୧୫; ଇନସାଇଟ୍-୧ ପୃ ୧୨୦୦ ¶୨)
ଯେବେ ଯିହୋବାଙ୍କ ଲୋକମାନେ ଯୋବେଲ ବର୍ଷ ବିଷୟରେ ତାହାଙ୍କ ନିୟମ ପାଳନ କଲେ, ସେ ସେମାନଙ୍କୁ ଆଶିଷ ଦେଲେ (ଲେବୀ ୨୫:୧୮-୨୨; ଇନସାଇଟ୍ -୨ ପୃ ୧୨୨-୧୨୩)
ଖୁବ୍ ଶୀଘ୍ର ଯିହୋବାଙ୍କ ବିଶ୍ୱସ୍ତ ଲୋକମାନେ ଆଉ ଏକ ପ୍ରକାରର ମୁକ୍ତି ପାଇବେ, ସେମାନଙ୍କୁ ପାପ ଓ ମୃତ୍ୟୁରୁ ସବୁଦିନ ପାଇଁ ମୁକ୍ତି ମିଳିବ ।—ରୋମୀ ୮:୨୧.
ପାପ ଓ ମୃତ୍ୟୁରୁ ମୁକ୍ତି ପାଇବା ପାଇଁ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ କʼଣ କରିବାକୁ ହେବ ?