ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଆପଣଙ୍କ ଚାଲିଚଳନ ସର୍ବଦା ଶୁଦ୍ଧ ରହୁ
ଯିହୋବା ଚାହାନ୍ତି ଯେ ଆମେ ଜଗତର ଲୋକମାନଙ୍କଠାରୁ ଭିନ୍ନ ଦେଖାଯାଉ (ଲେବୀ ୧୮:୩; ପ୍ର୧୯.୦୬-ହି ପୃ ୨୮ ¶୧)
ଯିହୋବା ଏପରି ପାପଗୁଡ଼ିକ କରିବା ପାଇଁ ସ୍ପଷ୍ଟ ମନା କରିଛନ୍ତି, ଯେପରି— ପାଖ ସମ୍ପର୍କୀୟମାନଙ୍କ ସହ ଯୌନ ସମ୍ପର୍କ ରଖିବା, ସମଲିଙ୍ଗୀ ସମ୍ପର୍କ ରଖିବା ଏବଂ ପଶୁମାନଙ୍କ ସହ ଯୌନ ସମ୍ପର୍କ ରଖିବା (ଲେବୀ ୧୮:୬, ୨୨, ୨୩; ପ୍ର୧୭.୦୨-ହି ପୃ ୨୦ ¶୧୩)
ଯିହୋବା ଅଶୁଦ୍ଧ କାମ କରୁଥିବା ଲୋକମାନଙ୍କୁ ବିନାଶ କରିଦେବେ (ଲେବୀ ୧୮:୨୪, ୨୫; ହିତୋ ୨:୨୨; ପ୍ର୧୪-ହି ୧୦/୧ ପୃ ୭ ¶୨)
ଶୟତାନ ଚାହେଁ ନାହିଁ ଯେ ଆମେ ଈଶ୍ୱରଙ୍କ ନୂତନ ପୃଥିବୀରେ ପ୍ରବେଶ କରୁ, ତେଣୁ ସେ ଆମ ସାମନାରେ ଅନେକ ଜାଲ ବିଛାଇଥାଏ । କିନ୍ତୁ ଯିହୋବାଙ୍କ ସିଦ୍ଧାନ୍ତଗୁଡ଼ିକୁ ପାଳନ କଲେ ଆମେ ଶୟତାନର ପ୍ରତ୍ୟେକ ଫାନ୍ଦଗୁଡ଼ିକଠାରୁ ଦୂରେଇ ରହିପାରିବା ।
ଯଦି ଆମେ ଅନୈତିକ କାମଗୁଡ଼ିକୁ ଘୃଣା କରୁ, ତେବେ ଆମେ କʼଣ କରିବା ?