इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପିତାମାତାମାନେ, ପିଲାଙ୍କୁ ଯାହା ଜଣାଇବା ଜରୁରୀ ତାହା ଜଣାନ୍ତୁ

ପିତାମାତାମାନେ, ପିଲାଙ୍କୁ ଯାହା ଜଣାଇବା ଜରୁରୀ ତାହା ଜଣାନ୍ତୁ

ଆଜିର ଜଗତରେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ ବୋଲି କୁହାଯାଏ । (ଯିଶା ୫:୨୦) କିଛି ଲୋକେ ଏପରି କାମ କରନ୍ତି, ଯାହା ଯିହୋବା ଘୃଣା କରନ୍ତି । ଯେପରି, ପୁରୁଷମାନଙ୍କ ସହ ପୁରୁଷମାନେ ଓ ସ୍ତ୍ରୀମାନଙ୍କ ସହ ସ୍ତ୍ରୀମାନେ ଯୌନ ସମ୍ପର୍କ ରଖନ୍ତି । ଏପରି ଲୋକମାନେ ଆମ ପିଲାମାନଙ୍କୁ ମଧ୍ୟ ଖରାପ କାମ କରିବା ପାଇଁ ପ୍ରଲୋଭିତ କରିପାରନ୍ତି । ଏପରିକି ସ୍କୁଲର ପିଲାମାନେ ମଧ୍ୟ ଏଭଳି କରିପାରନ୍ତି । ପିତାମାତାମାନେ, ନିଜ ପିଲାଙ୍କୁ ଶିଖାନ୍ତୁ ଯେ ସେମାନେ ଏପରି ଲୋକ ଓ ପିଲାମାନଙ୍କଠାରୁ କିପରି ରକ୍ଷା ପାଇପାରିବେ ?

ନିଜ ପିଲାଙ୍କୁ ବୁଝାନ୍ତୁ ଯେ କେଉଁ କାମଗୁଡ଼ିକ ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ ଓ କେଉଁ କାମଗୁଡ଼ିକ ଭୁଲ । (ଲେବୀ ୧୮:୩) ନିଜ ପିଲାଙ୍କ ବୟସକୁ ଧ୍ୟାନରେ ରଖି ସେମାନଙ୍କୁ ଟିକେ ଟିକେ କରି କୁହନ୍ତୁ ଯେ କେଉଁମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ହେବା ଠିକ୍‌ । (ଦ୍ୱିବି ୬:୭) ନିଜକୁ ପଚାରନ୍ତୁ: କʼଣ ମୁଁ ଏବିଷୟରେ ନିଜ ପିଲାଙ୍କୁ ଜରୁରୀ କଥା ଜଣାଇଛି ? ଯେପରି, ପ୍ରେମ ଦେଖାଇବାର କେଉଁ ଉପାୟ ଠିକ୍‌ ଓ କେଉଁ ଉପାୟ ଭୁଲ ? ଆମେ କାହିଁକି ଶରୀରକୁ ଭଲଭାବେ ଢାଙ୍କୁଥିବା କପଡ଼ା ପିନ୍ଧିବା ଉଚିତ୍‌ ଏବଂ କାହାରି ମଧ୍ୟ ଏହି ଅଧିକାର ନାହିଁ ଯେ ସେ ସେମାନଙ୍କ ଶରୀରକୁ ଦେଖିବ କିମ୍ବା ଖରାପ ଭାବେ ସ୍ପର୍ଶ କରିବ । କʼଣ ମୋ ପିଲାଙ୍କୁ ଜଣା ଅଛି ଯେ ଯଦି କେହି ସେମାନଙ୍କୁ ଖରାପ ଚିତ୍ର ଦେଖିବା ପାଇଁ କିମ୍ବା ଖରାପ କାମ କରିବା ପାଇଁ କହେ, ତେବେ ସେମାନେ କʼଣ କରିବା ଉଚିତ୍‌ ? ଯଦି ଆପଣ ନିଜ ପିଲାଙ୍କୁ ପୂର୍ବରୁ ହିଁ ଏବିଷୟରେ କହିବେ, ତେବେ ସେମାନେ ସମସ୍ୟାରେ ପଡ଼ିବାଠାରୁ ରକ୍ଷା ପାଇବା ଶିଖିବେ । (ହିତୋ ୨୭:୧୨; ଉପ ୭:୧୨) ପିଲାମାନେ ଯିହୋବାଙ୍କ ତରଫରୁ ମିଳିଥିବା ଉପହାର ଅଟନ୍ତି । (ଗୀତ ୧୨୭:୩) ପିଲାଙ୍କୁ ଯୌନ ସମ୍ପର୍କ ବିଷୟରେ ସଠିକ୍‌ ତଥ୍ୟ ଦେଇ ଆପଣ ଦେଖାନ୍ତି ଯେ ଆପଣ ସେମାନଙ୍କୁ ପ୍ରେମ କରନ୍ତି ।

ଏପରି ଗୃହ ନିର୍ମାଣ କରନ୍ତୁ, ଯାହା ସ୍ଥାୟୀ ରହିବ—‘ଅସତ୍‌ ବିଷୟରୁ’ ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦିଅନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କିଛି ଲୋକେ କାହିଁକି ନିଜ ପିଲାଙ୍କୁ ଯୌନ ସମ୍ପର୍କ ବିଷୟରେ କହିବା ପାଇଁ ସଂକୋଚ ମନେ କରନ୍ତି ?

  • ଏହା କାହିଁକି ଜରୁରୀ ଯେ ପିତାମାତାମାନେ ନିଜ ପିଲାଙ୍କୁ ‘ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କରନ୍ତୁ’ ?—ଏଫି ୬:୪

  • ସଠିକ୍‌ ଜ୍ଞାନ ଥିଲେ ପିଲାମାନେ ବିପଦରୁ ରକ୍ଷା ପାଇପାରିବେ

    ଆପଣ କେଉଁ ପ୍ରକାଶନଗୁଡ଼ିକ ସାହାଯ୍ୟରେ ନିଜ ପିଲାଙ୍କୁ ଯୌନ ସମ୍ପର୍କ ବିଷୟରେ ସଠିକ୍‌ ତଥ୍ୟ ଦେଇପାରିବେ ?—ପ୍ର୧୯.୦୫-ହି ପୃ ୧୨ରେ ଥିବା ବକ୍ସ

  • ଆପଣଙ୍କ ପିଲାମାନେ ଏବେ କୌଣସି ସମସ୍ୟାରେ ନ ଥିଲେ ମଧ୍ୟ ଆପଣ ସେମାନଙ୍କ ସହ ଏବିଷୟରେ ସମୟ ସମୟରେ କାହିଁକି କଥା ହେବା ଉଚିତ୍‌ ?