इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଚାର କରିବା ପାଇଁ ବ୍ୟବସ୍ଥିତ

ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଚାର କରିବା ପାଇଁ ବ୍ୟବସ୍ଥିତ

ଯିହୋବା ଯେପରି ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥିତ କରିଥିଲେ, ସେହିପରି ସେ ଆଜି ପ୍ରଚାର କାମ କରିବା ପାଇଁ ମଧ୍ୟ ନିଜ ଲୋକମାନଙ୍କୁ ବ୍ୟବସ୍ଥିତ କରିଛନ୍ତି । ସାରା ପୃଥିବୀରେ ଥିବା ଶାଖା କାର୍ଯ୍ୟାଳୟ, ଭିନ୍ନ ଭିନ୍ନ ସର୍କିଟ, ମଣ୍ଡଳୀଗୁଡ଼ିକ, ଓ ପ୍ରଚାର ସମୂହଗୁଡ଼ିକ ଏକା ସାଙ୍ଗରେ ମିଶି କାମ କରୁଛନ୍ତି । ତେଣୁ ପ୍ରଚାର କାମ ଆହୁରି ଅଧିକ କରାଯାଇପାରୁଛି । ଆମେ ସମସ୍ତଙ୍କୁ ପ୍ରଚାର କରୁ, ଏପରିକି ଅନ୍ୟ ଭାଷା କହୁଥିବା ଲୋକମାନଙ୍କୁ ମଧ୍ୟ ।—ପ୍ରକା ୧୪:୬, ୭.

କʼଣ ଆପଣ ଅନ୍ୟ ଭାଷା ଶିଖିବା ପାଇଁ ଭାବିଛନ୍ତି ? ଯଦି ଆପଣଙ୍କ ପାଖରେ ନୂଆ ଭାଷା ଶିଖିବା ପାଇଁ ସମୟ ନାହିଁ, ତେବେ JW ଲାଙ୍ଗୁଏଜ୍‌ ଆପ୍‌ ବ୍ୟବହାର କରିପାରିବେ । ଏହି ଆପ୍‌ ସାହାଯ୍ୟରେ ଆପଣ କମ୍‌ ଶବ୍ଦରେ ଅନ୍ୟ ଭାଷାରେ ସାକ୍ଷ୍ୟ ଦେବା ପାଇଁ ଶିଖିପାରିବେ । ଆଉ ଯେତେବେଳେ ଆପଣ ସେହି ଭାଷାରେ ସାକ୍ଷ୍ୟ ଦେବେ, ଆପଣଙ୍କୁ ବହୁତ ଖୁସି ମିଳିବ । ପ୍ରଥମ ଶତାବ୍ଦୀରେ ମଧ୍ୟ ଯେତେବେଳେ ଖ୍ରୀଷ୍ଟିୟାନମାନେ ଲୋକଙ୍କୁ ସେମାନଙ୍କ ଭାଷାରେ “ଈଶ୍ୱରଙ୍କ ମହତ୍‌ ମହତ୍‌ କର୍ମ” ବିଷୟରେ ଜଣାଇଲେ, ଖ୍ରୀଷ୍ଟିୟାନମାନଙ୍କୁ ବହୁତ ଖୁସି ମିଳିଲା ।—ପ୍ରେରି ୨:୭-୧୧.

ଯିହୋବାଙ୍କ ମିତ୍ର ହୁଅଅନ୍ୟ ଭାଷାରେ ପ୍ରଚାର କର ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆପଣ କେତେବେଳେ JW ଲାଙ୍ଗୁଏଜ୍‌ ଆପ୍‌ ବ୍ୟବହାର କରିପାରିବେ ?

  • ଏହି ଆପ୍‌ରେ କʼଣ କʼଣ ଫିଚର୍‌ ରହିଛି ?

  • ସବୁ ଭାଷାର ଲୋକମାନଙ୍କ ପାଖରେ ସୁସମାଚାର ପହଞ୍ଚିବା ଜରୁରୀ

    ଆପଣଙ୍କ ଅଞ୍ଚଳରେ ଲୋକେ କେଉଁ କେଉଁ ଭାଷା କୁହନ୍ତି ?

  • ଯଦି ଆପଣ ଅନ୍ୟ ଭାଷା କହୁଥିବା ଜଣେ ବ୍ୟକ୍ତିଙ୍କୁ ଭେଟନ୍ତି ଯିଏ ଆଗ୍ରହ ଦେଖାନ୍ତି, ତେବେ ଆପଣ କʼଣ କରିବା ଉଚିତ୍‌ ?—ସଂଗଠିତ (ହିନ୍ଦୀ) ପୃ ୧୦୦-୧୦୧ ¶୩୯-୪୧