ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସୃଷ୍ଟିକୁ ଦେଖି ଯିହୋବାଙ୍କ ଉପରେ ଆମର ଭରସା ବଢ଼େ
ଯିହୋବା ଜାଣନ୍ତି ଯେ ଆମର କେଉଁଠାରେ ଉତ୍ତମ ଅଛି । ଯଦି ଆମେ ଏକଥା ଉପରେ ବିଶ୍ୱାସ କରିବା, ତେବେ ଆମେ ତାହାଙ୍କ ଆଜ୍ଞା ମାନିବା । ଏପରି କରିବା ବୁଦ୍ଧିମାନି ହେବ । (ହିତୋ ୧୬:୩, ୯) କିନ୍ତୁ ଯେତେବେଳେ ଆମ ଚିନ୍ତାଧାରା ତାହାଙ୍କ ଚିନ୍ତାଧାରା ସହ ସମାନ ନ ହୁଏ । ତେବେ ତାହାଙ୍କ ଆଜ୍ଞା ମାନିବା ଆମକୁ କଠିନ ଲାଗିପାରେ । ଯଦି ଆମେ ସୃଷ୍ଟିର ଜିନିଷଗୁଡ଼ିକ ଉପରେ ଚିନ୍ତନ କରିବା, ତେବେ ଆମେ ଜାଣିପାରିବା ଯେ ସେ କେତେ ବୁଦ୍ଧିମାନ ଅଟନ୍ତି ଓ ତାଙ୍କ ଉପରେ ଆମର ଭରସା ବଢ଼ିବ ।—ହିତୋ ୩୦:୨୪, ୨୫; ରୋମୀ ୧:୨୦.
କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ପିମ୍ପୁଡ଼ିମାନେ ପରସ୍ପର ମଧ୍ୟରେ କାହିଁକି ଧକ୍କା ହୁଅନ୍ତି ନାହିଁ ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ପିମ୍ପୁଡ଼ିମାନେ ପ୍ରତିଦିନ କʼଣ କରନ୍ତି ?
-
ପିମ୍ପୁଡ଼ିମାନେ ପରସ୍ପର ସହ ଧକ୍କା ନ ହୋଇ କାହିଁକି ଚାଲିପାରନ୍ତି ?
-
ପିମ୍ପୁଡ଼ିମାନଙ୍କୁ ଦେଖି ମଣିଷ କʼଣ ଶିଖିପାରିବ ?
କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ଭଁଅର ଜୋର ପବନରେ ମଧ୍ୟ ଉଡ଼ିପାରେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଛୋଟ ଉଡ଼ାଜାହାଜକୁ ଚଳାଇବାବେଳେ କେଉଁ ସମସ୍ୟା ଆସେ ?
-
ଜୋର ପବନ ହେବାସତ୍ତ୍ୱେ ଭଁଅର କିପରି ଉଡ଼ିପାରେ ?
-
ଭଁଅରର ବୁଦ୍ଧିକୁ ଦେଖି ମଣିଷ ଆଗକୁ ଯାଇ କʼଣ ତିଆରି କରିପାରେ ?
ଆପଣ ଯେଉଁଠି ରହନ୍ତି, ସେଠାରେ କେଉଁ ସୃଷ୍ଟିର ଜିନିଷକୁ ଦେଖି ଆପଣଙ୍କ ବିଶ୍ୱାସ ହୋଇଛି ଯେ ଯିହୋବା ବୁଦ୍ଧିମାନ ଅଟନ୍ତି ?