इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ

ଯିହୋବାଙ୍କର ମିତ୍ର ହେବା ପାଇଁ ହେଲେ ବାଇବଲ ବିଦ୍ୟାର୍ଥୀଙ୍କୁ ଭଲ ଲୋକଙ୍କ ସହିତ ସମୟ ବିତାଇବା ଉଚିତ୍‌ । (ଗୀତ ୧୫:୧, ୪) ଭଲ ସାଙ୍ଗ ସେମାନଙ୍କୁ ଭଲ କାମ କରିବାକୁ ଉତ୍ସାହ ଦେବେ ।—ହିତୋ ୧୩:୨୦; ଜୀବନ ବହି ପାଠ ୪୮ ।

ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ସେମାନଙ୍କ ପାଇଁ ପୁରୁଣା ସାଙ୍ଗମାନଙ୍କୁ ଛାଡ଼ିବା ଏତେ ସହଜ ନୁହେଁ । ଏଥିପାଇଁ ସେମାନଙ୍କ ସହିତ ବାଇବଲ ଅଧ୍ୟୟନ ସମୟ ଛଡ଼ା ଅନ୍ୟ ଦିନ ମଧ୍ୟ କଥା ହୁଅନ୍ତୁ । ଯେପରି, ଆପଣ ସେମାନଙ୍କୁ ମେସେଜ୍‌ କରିପାରିବେ, ଫୋନ କରିପାରିବେ, କିମ୍ବା ସେମାନଙ୍କ ସହିତ ମିଶିପାରିବେ । ଯେତେବେଳେ, ସେମାନେ ଧିରେ ଧିରେ ଉନ୍ନତି କରିବାକୁ ଲାଗିବେ, ଆପଣ ସେମାନଙ୍କୁ ଅନ୍ୟ ଭାଇଭଉଣୀମାନଙ୍କ ସହ ସମୟ ବିତାଇବା ପାଇଁ ଡାକିପାରିବେ । ତେବେ ସେମାନେ ପୁରୁଣା ସାଙ୍ଗମାନଙ୍କୁ ଛାଡ଼ି ଦୁଃଖିତ ହେବେ ନାହିଁ ବରଂ ନୂଆ ସାଙ୍ଗମାନଙ୍କୁ ପାଇ ଖୁସି ହେବେ । (ମାର୍କ ୧୦:୨୯, ୩୦) ଆପଣଙ୍କୁ ମଧ୍ୟ ଯିହୋବାଙ୍କ ପରିବାର ବଢ଼ିବାର ଦେଖି ଖୁସି ଲାଗିବ ।

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଖରାପ ସଙ୍ଗତି କଲେ ତାʼର ପରିଣାମ କʼଣ ହୁଏ ?—୧କରି ୧୫:୩୩

  • ଖ୍ରୀଷ୍ଟିୟାନ ସଙ୍ଗତି ବିଷୟରେ ନମ୍ରତା କʼଣ ଭାବିଲେ ?

  • ନମ୍ରତାଙ୍କୁ ଭଲ ଲୋକଙ୍କ ସହ ସଙ୍ଗତି କରାଇବା ପାଇଁ ନୀତା କʼଣ କଲେ ?