इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ

ମଣ୍ଡଳୀର ସଭାଗୁଡ଼ିକ, ଶୁଦ୍ଧ ଉପାସନାର ଏକ ମୁଖ୍ୟ ଭାଗ ଅଟେ । (ଗୀତ ୨୨:୨୨) ଯେଉଁମାନେ ସଭାଗୁଡ଼ିକରେ ଯିହୋବାଙ୍କ ଉପାସନା କରିବାକୁ ଆସନ୍ତି, ତାଙ୍କୁ ଖୁସି ଏବଂ ଆଶିଷ ମିଳିଥାଏ । (ଗୀତ ୬୫:୪) ଯେତେବେଳେ ବାଇବଲ ବିଦ୍ୟାର୍ଥୀମାନେ ସଭାଗୁଡ଼ିକରେ ନିୟମିତ ଆସନ୍ତି, ସେତେବେଳେ ସେମାନେ ଶୀଘ୍ର ଉନ୍ନତି କରନ୍ତି ।

ଆପଣ ଏପରି କʼଣ କରିପାରିବେ ଯାହାଫଳରେ ବିଦ୍ୟାର୍ଥୀ ସଭାଗୁଡ଼ିକରେ ଆସି ଜାରି ରଖିବେ ? ତାଙ୍କୁ ନିୟମିତ ସଭାଗୁଡ଼ିକରେ ଆସିବା ପାଇଁ କହନ୍ତୁ । ରାଜ୍ୟଘରେ କʼଣ ହୁଏ ? ନାମକ ଭିଡିଓ ଦେଖାନ୍ତୁ । ସଭାଗୁଡ଼ିକରେ ଆସିଲେ କʼଣ ଲାଭ ହୁଏ ତାହା କହନ୍ତୁ । (ଜୀବନ ବହି ପାଠ ୧୦) ଆପଣ ତାଙ୍କୁ ପୂର୍ବ ସଭାରେ ଶିଖିଥିବା କୌଣସି କଥା କହିପାରିବେ କିମ୍ବା ପରବର୍ତ୍ତୀ ସଭାର କିଛି କଥାଗୁଡ଼ିକ କହିପାରିବେ । ବିଦ୍ୟାର୍ଥୀମାନଙ୍କୁ ସଭାରେ ପଢ଼ାଯାଉଥିବା ପ୍ରକାଶନ ଦିଅନ୍ତୁ । ଆପଣ ତାଙ୍କୁ ନିଜ ସାଙ୍ଗରେ ରାଜ୍ୟଘରକୁ ମଧ୍ୟ ନେଇକି ଯାଇପାରିବେ । ବିଦ୍ୟାର୍ଥୀଙ୍କୁ ପ୍ରଥମ ଥର ସଭାରେ ଆଣିବା ପାଇଁ ଆପଣ ଯେଉଁ ପରିଶ୍ରମ କରିବେ, ତାହା କେବେ ମଧ୍ୟ ବେକାର ହେବ ନାହିଁ ।—୧କରି ୧୪:୨୪, ୨୫.

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନୀତା କେଉଁ ସୁଯୋଗର ଲାଭ ଉଠାଇ ନମ୍ରତାଙ୍କୁ ସଭାରେ ଡାକିଲେ ?

  • ଯେବେ ଆମ ବିଦ୍ୟାର୍ଥୀ ସଭାଗୁଡ଼ିକରେ ଆସିବାକୁ ଲାଗନ୍ତି, ତେବେ ଆମକୁ କାହିଁକି ଖୁସି ହୁଏ ?

  • “ଈଶ୍ୱର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି”

    ଯେତେବେଳେ ନମ୍ରତା ପ୍ରଥମ ଥର ସଭାରେ ଆସିଲେ, ତାଙ୍କୁ କିପରି ଲାଗିଲା ?