ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କିଶୋର-କିଶୋରୀ—ବାପାମାଆଙ୍କୁ ନିଜ ମନ କଥା କହନ୍ତୁ
ଆପଣ ନିଜ ବାପା ମାଆଙ୍କୁ ନିଜ ମନ କଥା କାହିଁକି କହିବା ଉଚିତ୍ ? (ହିତୋ ୨୩:୨୬) କାରଣ ଯିହୋବା ହିଁ ସେମାନଙ୍କୁ ଏହି ଅଧିକାର ଦେଇଛନ୍ତି ଯେ ସେମାନେ ଆପଣଙ୍କୁ ଲାଳନପାଳନ କରନ୍ତୁ ଏବଂ ଆପଣଙ୍କୁ ସଠିକ୍ ରାସ୍ତା ଦେଖାନ୍ତୁ । (ଗୀତ ୧୨୭:୩, ୪) ଯଦି ଆପଣ ନିଜ ସବୁ ସମସ୍ୟାଗୁଡ଼ିକ ନିଜଠାରେ ହିଁ ରଖନ୍ତି, ତେବେ ସେମାନେ ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ । ଏବଂ ଆପଣ ସେମାନଙ୍କ ଜୀବନର ଅନୁଭୂତିରୁ କିଛି ଶିଖିପାରିବେ ନାହିଁ । କିଛି କଥା କେବଳ ନିଜ ପାଖରେ ରଖିବା କʼଣ ଭୁଲ୍ ? ନାʼ ଯେପର୍ଯ୍ୟନ୍ତ ଆପଣ ସେମାନଙ୍କୁ ଦ୍ୱନ୍ଦରେ ରଖି ନ ଥିବେ ।—ହିତୋ ୩:୩୨.
ବାପା ମାଆଙ୍କ ସହ କଥା କରିବା ପାଇଁ ଆପଣ କʼଣ କରିପାରିବେ ? ସଠିକ୍ ସମୟ ସ୍ଥିର କରନ୍ତୁ । ଯଦି ସମୟ ମିଳୁନି, ତେବେ ଆପଣ ସେମାନଙ୍କୁ ନିଜ ମନ କଥା ଲେଖିକି ଜଣାଇପାରିବେ । ଯଦି ଆପଣ କଥା ହେବାକୁ ଚାହୁଁ ନ ଥିବା ବିଷୟରେ ସେମାନେ କଥା ହେବାକୁ ଚାହାନ୍ତି, ତେବେ ଆପଣ କʼଣ କରିପାରିବେ ? ଆପଣ ମନେରଖିବା ଉଚିତ୍ ଯେ ସେମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି । ସେମାନେ ଆପଣଙ୍କର ମିତ୍ର ଅଟନ୍ତି, ଶତ୍ରୁ ନୁହଁନ୍ତି । ଯଦି ଆପଣ ନିଜ ବାପା ମାଆଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିବେ, ତେବେ ଆପଣଙ୍କୁ ସାରା ଜୀବନ ଲାଭ ହେବ ।—ହିତୋ ୪:୧୦-୧୨.
କିଶୋର-କିଶୋରୀ—ସମସ୍ୟା ଓ ତାର ସମାଧାନ—ବାପା ମାଆଙ୍କ ସହ କଥା ହେବେ କିପରି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଏଷ୍ଟର ଓ ପ୍ରତୀକକୁ ନିଜର କେଉଁ ଭୁଲ ବିଷୟରେ ହୃଦୟଙ୍ଗମ ହେଲା ?
-
ଆପଣ ଯୀଶୁଙ୍କଠାରୁ କʼଣ ଶିଖିପାରିବେ ?
-
ବାପା ମାଆ ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି ?
-
ବାପା ମାଆଙ୍କ ସହ କଥା କରିବାରେ ବାଇବଲର କେଉଁ ସିଦ୍ଧାନ୍ତ ଆପଣଙ୍କୁ ସାହାଯ୍ୟ କରିବ ?