ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଈଶ୍ବରଙ୍କ ବାକ୍ୟ ଉପରେ ନିଜ ବିଶ୍ବାସ ବଢ଼ାନ୍ତୁ
ବାଇବଲରେ ବଢ଼ିଆ ମାର୍ଗଦର୍ଶନ ଓ ପରାମର୍ଶ ଦିଆଯାଇଛି । ସେଗୁଡ଼ିକୁ ମାନିଲେ ଆମର ଜୀବନ ବଦଳି ଯାଇପାରେ । (ଏବ୍ରୀ ୪:୧୨) କିନ୍ତୁ ଏହା ତେବେ ହୋଇପାରିବ, ଯେବେ ଆମକୁ ପୂରା ବିଶ୍ବାସ ହେବ ଯେ ଏହା ସତରେ “ଈଶ୍ବରଙ୍କ ବାକ୍ୟ” ଅଟେ । (୧ଥେସ ୨:୧୩) ଆମେ ବାଇବଲ ଉପରେ ନିଜ ବିଶ୍ବାସ କିପରି ବଢ଼ାଇପାରିବା ?
ପ୍ରତିଦିନ ବାଇବଲର କିଛି ଭାଗ ପଢ଼ନ୍ତୁ । ଏହାକୁ ପଢ଼ିବା ସମୟରେ ଏପରି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଏହା ପ୍ରମାଣିତ ହେବ ଯେ ଯିହୋବା ହିଁ ଏହାର ଲେଖକ ଅଟନ୍ତି । ଉଦାହରଣ ପାଇଁ ହିତୋପଦେଶ ବହିରେ ଦିଆଯାଇଥିବା ପରାମର୍ଶଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଯେ ଏଥିରେ ଦିଆଯାଇଥିବା ବୁଦ୍ଧିଭରା ପରାମର୍ଶ ଆଜି ବି କିପରି ଆମ କାମରେ ଆସେ ।—ହିତୋ ୧୩:୨୦; ୧୪:୩୦.
କୌଣସି ବିଷୟ ଉପରେ ଗଭୀର ଭାବେ ଅଧ୍ୟୟନ କରନ୍ତୁ । ଏପରି ପ୍ରମାଣଗୁଡ଼ିକ ଉପରେ ଭଲଭାବେ ଯାଞ୍ଚ କରନ୍ତୁ, ଯେଉଁଥିରୁ ପ୍ରମାଣିତ ହେବ ଯେ ବାଇବଲ ଈଶ୍ବରଙ୍କ ପ୍ରେରଣାରେ ଲେଖାଯାଇଛି । ଯିହୋବାଙ୍କ ସାକ୍ଷୀମାନଙ୍କ ଗବେଷଣା ଗାଇଡ଼ରେ ବିଷୟ “ବାଇବଲ” ତଳେ “ଈଶ୍ବରଙ୍କ ପ୍ରେରଣାରେ ଲେଖାଯାଇଛି” ଭାଗରେ ଦିଆଯାଇଥିବା ଲେଖା ପଢ଼ନ୍ତୁ । ଏହାଛଡ଼ା, ଆପଣ ନୂତନ ଜଗତ ଅନୁବାଦ (ହିନ୍ଦୀ) ବାଇବଲର ଅତିରିକ୍ତ ଲେଖା କ୩ରେ ଦିଆଯାଇଥିବା ତଥ୍ୟ ଉପରେ ବି ଅଧ୍ୟୟନ କରିପାରିବେ । ଏଥିରୁ ଆପଣଙ୍କ ଭରସା ବଢ଼ିବ ଯେ ଆଜି ବି ବାଇବଲରେ ସେହି ସନ୍ଦେଶ ମିଳେ ଯାହା ଆରମ୍ଭରେ ଈଶ୍ବର ଲେଖାଇଥିଲେ ।
ଆମେ କାହିଁକି ବିଶ୍ବାସ କରୁ . . . ଈଶ୍ବରଙ୍କ ବାକ୍ୟ ଉପରେ ନାମକ ଭିଡିଓ ଦେଖନ୍ତୁ । ତା’ପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ମିଶରର କରନାକ୍ରେ ଥିବା ମନ୍ଦିରର କାନ୍ଥରେ ଯେଉଁ ଚିତ୍ର ମିଳେ, ତା’ର ଯାଞ୍ଚ କରିବାରୁ ଏହା କିପରି ପ୍ରମାଣିତ ହୋଇଛି ଯେ ଈଶ୍ବରଙ୍କ ବାକ୍ୟ ସତ ଅଟେ ?
-
ଆମେ କିପରି ଜାଣୁ ଯେ ବାଇବଲର ସନ୍ଦେଶ ବଦଳି ନାହିଁ ?
-
ବାଇବଲ ଆଜି ମଧ୍ୟ ଲୋପ ପାଇନାହିଁ, ଏଥିରୁ କାହିଁକି ଆମର ଭରସା ବଢ଼େ ଯେ ଏହା ଈଶ୍ବରଙ୍କ ବାକ୍ୟ ଅଟେ ?—ଯିଶାଇୟ ୪୦:୮ ପଢ଼ନ୍ତୁ