ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଚିକିତ୍ସା ସହ ଜଡ଼ିତ ସମସ୍ୟାର ସାମନା କରିବା ପାଇଁ ଏବେଠୁ ପ୍ରସ୍ତୁତି କରନ୍ତୁ
ଏହା କାହିଁକି ଜରୁରୀ ? ସ୍ବାସ୍ଥ୍ୟ ସହ ଜଡ଼ିତ ବଡ଼ ବଡ଼ ସମସ୍ୟା କେବେ ବି ଆସିପାରେ । ସେସମୟରେ ହୁଏତ ଆପଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ । ତେଣୁ ଏପରି ପରିସ୍ଥିତି ଆସିବା ପୂର୍ବରୁ ସଂଗଠନରେ ଯାହା ବି ବ୍ୟବସ୍ଥା କରାଯାଇଛି, ତା’ର ପୂରା ଲାଭ ଉଠାନ୍ତୁ । ଏହା ସହିତ ଜଡ଼ିତ ଯାହା ବି ବ୍ୟବସ୍ଥା ଅଛି, ସେଥିରୁ ପୂରା ଲାଭ ପାଇବା ପାଇଁ ପ୍ରସ୍ତୁତି କରନ୍ତୁ । ତାହେଲେ ଯେବେ ଆବଶ୍ୟକ ପଡ଼େ, ସେସମୟରେ ଆପଣଙ୍କୁ ଭଲ ଚିକିତ୍ସା ମିଳିପାରିବ । ପୂର୍ବରୁ ପ୍ରସ୍ତୁତି କରିବା ଦେଖାଇବ ଯେ ଆପଣ ନିଜ ଜୀବନକୁ ବହୁମୂଲ୍ୟ ମନେକରନ୍ତି ଏବଂ ରକ୍ତ ବିଷୟରେ ଯିହୋବାଙ୍କ ବ୍ୟବସ୍ଥାକୁ ଯେକୌଣସି ବି ପରିସ୍ଥିତିରେ ମାନିବାକୁ ଚାହାନ୍ତି ।—ପ୍ରେରି ୧୫:୨୮, ୨୯.
ଆପଣ କ’ଣ ପ୍ରସ୍ତୁତି କରିପାରିବେ ?
-
ପ୍ରାର୍ଥନା କରନ୍ତୁ ଆଉ ତା’ପରେ ଧ୍ୟାନର ସହିତ ଆଡଭାନ୍ସ ହେଲ୍ଥ କେୟାର ଡାଇରେକ୍ଟିଭ ଅର୍ଥାତ୍ ‘ନୋ ବ୍ଲଡ’ କାର୍ଡ (dpa) ଭରନ୍ତୁ । a ବାପ୍ତିସ୍ମ ନେଇଥିବା ପ୍ରଚାରକମାନେ, ସାହିତ୍ୟ ସେବକଙ୍କଠାରୁ ‘ନୋ ବ୍ଲଡ’ କାର୍ଡ ନେଇପାରିବେ । ଯଦି ସେମାନଙ୍କର ଛୋଟ ପିଲା ଅଛନ୍ତି, ତେବେ ସେମାନେ ସେମାନଙ୍କ ପାଇଁ ଆଇଡେଣ୍ଟିଟି କାର୍ଡ (ic) ନେଇପାରିବେ ।
-
ଯେଉଁ ଭଉଣୀମାନେ ମାଆ ହେବାକୁ ଯାଉଛନ୍ତି, ସେମାନେ ପ୍ରାଚୀନମାନଙ୍କଠାରୁ S-401 ଫର୍ମ ନେଇପାରିବେ, ଯେଉଁଥିରେ ଗର୍ଭବତୀ ଭଉଣୀମାନଙ୍କ ପାଇଁ ତଥ୍ୟ ଦିଆଯାଇଛି । ଯଦି ଗର୍ଭାବସ୍ଥା ସମୟରେ କିମ୍ବା ପିଲା ଜନ୍ମ ହେବା ସମୟରେ କିଛି ସମସ୍ୟା ଆସେ, ତେବେ ସେମାନେ ଏହି ତଥ୍ୟର ସାହାଯ୍ୟରେ ଚିକିତ୍ସା ମାମଲାଗୁଡ଼ିକରେ ଠିକ୍ ନିଷ୍ପତ୍ତି ନେଇପାରିବେ ।
-
ଯଦି ଆପଣଙ୍କୁ ଏପରି ଚିକିତ୍ସାର ଆବଶ୍ୟକ ପଡ଼େ, ଯେଉଁଥିରେ ରକ୍ତ ସହ ଜଡ଼ିତ ମାମଲା ଆସେ ବା ଆପଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼େ, ତାହେଲେ ଏବିଷୟରେ ନିଜ ପ୍ରାଚୀନମାନଙ୍କୁ ପୂର୍ବରୁ କହନ୍ତୁ । ତା’ସହ, ହସ୍ପିଟାଲରେ ମଧ୍ୟ ଏହା ଜଣାଇଦିଅନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରୁ କୌଣସି ପ୍ରତିନିଧିଙ୍କୁ ଆପଣଙ୍କ ସହ ଭେଟିବା ପାଇଁ ଦିଆଯାଉ ।
ପ୍ରାଚୀନମାନେ କିପରି ସାହାଯ୍ୟ କରିପାରିବେ ? ସେମାନେ ‘ନୋ ବ୍ଲଡ’ କାର୍ଡ ଭରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବେ । କିନ୍ତୁ ଚିକିତ୍ସା ମାମଲାରେ ସେମାନେ ଆପଣଙ୍କ ପାଇଁ କିଛି ନିଷ୍ପତ୍ତି ନେବେ ନାହିଁ, ଏପରିକି ସେହି ମାମଲାଗୁଡ଼ିକରେ ବି ସେମାନେ ନିଜ ମତ ଦେବେ ନାହିଁ ଯେଉଁ ମାମଲାଗୁଡ଼ିକରେ ଆମକୁ ନିଜକୁ ନିଷ୍ପତ୍ତି ନେବାକୁ ହେବ । (ରୋମୀ ୧୪:୧୨; ଗାଲା ୬:୫) ଯେବେ ଆପଣ ପ୍ରାଚୀନମାନଙ୍କୁ କହନ୍ତି ଯେ ଆପଣ କୌଣସି ଏପରି ଚିକିତ୍ସା କରାଉଛନ୍ତି, ଯେଉଁଥିରେ ହୁଏତ ରକ୍ତ ସହ ଜଡ଼ିତ ମାମଲା ଆସିପାରେ, ତେବେ ଏବିଷୟରେ ପ୍ରାଚୀନମାନେ ତୁରନ୍ତ ହସ୍ପିଟାଲ ସମ୍ପର୍କ ସମିତି (ଏଚ୍.ଏଲ୍.ସି) ସହ କଥା ହୋଇପାରିବେ ।
ଏଚ୍.ଏଲ୍.ସି.ର ଭାଇମାନେ କିପରି ସାହାଯ୍ୟ କରିପାରିବେ ? ଏହି ଭାଇମାନଙ୍କୁ ଡାକ୍ତର ଓ ସରକାରୀ ଅଧିକାରୀମାନଙ୍କ ସହ କଥା ହେବା ପାଇଁ ବିଶେଷ ଟ୍ରେନିଙ୍ଗ୍ ଦିଆଯାଏ । ସେମାନେ ସେମାନଙ୍କୁ ବୁଝାଇପାରିବେ ଯେ ଆମର ଧାର୍ମିକ ବିଶ୍ବାସ କ’ଣ ଆଉ ଆମେ ରକ୍ତ କାହିଁକି ନେଇ ନ ଥାଉ । ସେମାନେ ଡାକ୍ତରମାନଙ୍କ ସହ ଏପରି ଚିକିତ୍ସାର ଅନେକ ଉପାୟ ଉପରେ ଚର୍ଚ୍ଚା କରିପାରିବେ, ଯେଉଁଥିରେ ରକ୍ତର ଆବଶ୍ୟକ ପଡ଼େନାହିଁ । ସେମାନେ ଏପରି ଡାକ୍ତରମାନଙ୍କୁ ବି ଖୋଜିବାରେ ସାହାଯ୍ୟ କରିପାରିବେ, ଯେଉଁମାନେ ବିନା ରକ୍ତରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।
ଚିକିତ୍ସାରେ ରକ୍ତକୁ ନେଇ ପ୍ରଶ୍ନ—ଠିକ୍ ନିଷ୍ପତ୍ତି କିପରି ନେବା ? ନାମକ ଭିଡିଓ ଦେଖନ୍ତୁ । ତା’ପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଯେଉଁ ପରିସ୍ଥିତିରେ ରକ୍ତ ସହ ଜଡ଼ିତ ମାମଲା ଆସିପାରେ, ସେସମୟ ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ବିଷୟରେ ଆପଣ ଏହି ଭିଡିଓରୁ କ’ଣ ଶିଖିଲେ ?
a ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୩୯ରେ କୁହାଯାଇଛି ଯେ ଯେବେ ଚିକିତ୍ସାରେ ରକ୍ତର ବ୍ୟବହାର କରିବାର ମାମଲା ଆସେ, ସେସମୟରେ ଆପଣ ଠିକ୍ ନିଷ୍ପତ୍ତି କିପରି ନେଇପାରିବେ ।