इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ

ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ

ଖ୍ରୀଷ୍ଟିୟାନ ବାପାମାଆମାନେ ଚାହାନ୍ତି ଯେ ସେମାନଙ୍କ ପିଲାମାନେ ଯିହୋବାଙ୍କ ସେବା କରିବା ଜାରି ରଖନ୍ତୁ, ଯେଉଁଥିରୁ ସେମାନଙ୍କୁ ଖୁସି ଓ ଆଶିଷ ମିଳୁ । ତେଣୁ ସେମାନେ ନିଜ ପିଲାମାନଙ୍କୁ ଭଲଭାବେ ଶିଖାଇବା ପାଇଁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିପାରିବେ ।—ହିତୋ ୨୨:୬.

  • ପିଲାମାନଙ୍କୁ ମନଖୋଲି କହିବା ପାଇଁ ସୁଯୋଗ ଦିଅନ୍ତୁ ।—ଯାକୁ ୧:୧୯

  • ପିଲାମାନଙ୍କ ସାମନାରେ ଭଲ ଉଦାହରଣ ରଖନ୍ତୁ ।—ଦ୍ବିବି ୬:୬

  • ଉପାସନା ସହ ଜଡ଼ିତ କାମରେ ଲଗାତାର ଭାଗ ନିଅନ୍ତୁ ।—ଏଫି ୬:୪

ଏପରି ଘର ତିଆରି କରନ୍ତୁ ଯାହା ସ୍ଥିର ରହିବ—ପିଲାମାନଙ୍କୁ ସେହି ରାସ୍ତାରେ ଚାଲିବା ପାଇଁ ଶିଖାନ୍ତୁ, ଯେଉଁଥିରେ ସେମାନଙ୍କୁ ଚାଲିବା ଉଚିତ୍‌ ନାମକ ଭିଡିଓ ଦେଖନ୍ତୁ । ତା’ପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବାପାମାଆ କିପରି ବୁଝିବିଚାରି କାମ କରିପାରିବେ ?

  • ବାପାମାଆ ଯାକୁବ ୧:୧୯ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବେ ?

  • ଯେବେ ସମସ୍ୟା ଆସେ, ତେବେ ବାପାମାଆ କ’ଣ କରିପାରିବେ ?