ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଈଶ୍ବରଙ୍କ ଚିନ୍ତାଧାରା ଜାଣିବା ପାଇଁ ଚେଷ୍ଟା କରନ୍ତୁ
ଆମେ ଚାହୁଁ ଯେ ଆମେ ଯାହା ବି କରୁ, ସେଥିରୁ ଯିହୋବାଙ୍କ ହୃଦୟ ଖୁସି ହେଉ । (ହିତୋ ୨୭:୧୧) ଏହାପାଇଁ ଜରୁରୀ ଯେ ଆମେ ଯିହୋବାଙ୍କ ଚିନ୍ତାଧାରା ମୁତାବକ ନିଷ୍ପତ୍ତି ନେବା, ଏପରି ମାମଲାଗୁଡ଼ିକରେ ବି ଯେଉଁଗୁଡ଼ିକ ବିଷୟରେ ବାଇବଲରେ କୌଣସି ନିୟମ ଦିଆଯାଇନାହିଁ । ତା’ପାଇଁ ଆମକୁ କ’ଣ କରିବାକୁ ହେବ ?
ପ୍ରତିଦିନ ବାଇବଲର ଅଧ୍ୟୟନ କରନ୍ତୁ: ଯେବେ ବି ଆମେ ବାଇବଲ ପଢ଼ୁ, ତାହା ଏପରି ଅଟେ ଯେପରି ଆମେ ଯିହୋବାଙ୍କ ସହ ସମୟ ବିତାଉଛୁ । ବାଇବଲ ପଢ଼ିବା ସମୟରେ ଆମେ ଧ୍ୟାନ ଦେଇପାରିବା ଯେ ଯିହୋବା ନିଜ ଲୋକମାନଙ୍କ ସହ କିପରି ବ୍ୟବହାର କଲେ । ଆମେ ସେହି ଲୋକମାନଙ୍କ ଉଦାହରଣ ଉପରେ ବି ଧ୍ୟାନ ଦେଇପାରିବା, ଯେଉଁମାନେ ଯିହୋବାଙ୍କ ଦୃଷ୍ଟିରେ ଠିକ୍ କାମ କଲେ ଏବଂ ସେହି ଲୋକମାନଙ୍କ ଉଦାହରଣ ଉପରେ ବି ଯେଉଁମାନେ ଖରାପ କାମ କଲେ । ଏପରି ଭାବେ ଆମେ ଯିହୋବାଙ୍କ ଚିନ୍ତାଧାରା ଜାଣିପାରିବା । ତା’ପରେ ଯେବେ ଆମକୁ କୌଣସି ନିଷ୍ପତ୍ତି ନେବାକୁ ହେବ, ତେବେ ପବିତ୍ର ଶକ୍ତି ଆମକୁ ସେହି ସବୁ ଶିକ୍ଷା ଓ ସିଦ୍ଧାନ୍ତଗୁଡ଼ିକୁ ମନେପକାଇ ଦେବ ଯାହା ଆମେ ବାଇବଲରୁ ଶିଖିଛୁ ।—ଯୋହ ୧୪:୨୬.
ଅନୁସନ୍ଧାନ କରନ୍ତୁ: ଯେବେ ଆପଣଙ୍କୁ କୌଣସି ନିଷ୍ପତ୍ତି ନେବାକୁ ହୁଏ, ତେବେ ନିଜକୁ ପଚାରନ୍ତୁ, ‘ଏହି ମାମଲା ବିଷୟରେ ଯିହୋବା କ’ଣ ଭାବନ୍ତି ? ଏହା ମୁଁ ବାଇବଲର କେଉଁ ପଦ ବା ଘଟଣାଗୁଡ଼ିକରୁ ଜାଣିପାରିବି ?’ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ । ତା’ପରେ ଆପଣଙ୍କ ଭାଷାରେ ଯେଉଁ ପ୍ରକାଶନ ଉପଲବ୍ଧ ଅଛି, ସେଗୁଡ଼ିକରେ ଅନୁସନ୍ଧାନ କରନ୍ତୁ । ଖୋଜନ୍ତୁ ଯେ ଆପଣଙ୍କ ମାମଲାରେ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକ ଲାଗୁ ହୋଇପାରେ ଆଉ ତା’ପରେ ସେହି ସିଦ୍ଧାନ୍ତଗୁଡ଼ିକ ମୁତାବକ କାମ କରନ୍ତୁ ।—ଗୀତ ୨୫:୪.
ଧୈର୍ଯ୍ୟର ସହ ଦୌଡ଼ିବା ଜାରି ରଖନ୍ତୁ—ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ନାମକ ଭିଡିଓ ଦେଖନ୍ତୁ । ତା’ପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଭିଡିଓରେ ଥିବା ଯୁବା ଭଉଣୀଙ୍କ ଉପରେ କେଉଁ କେଉଁ ଚାପ ଆସିଲା ?
-
ଏପରି ଚାପଗୁଡ଼ିକର ସାମନା କରିବା ପାଇଁ ଆପଣ ଆମ ପ୍ରକାଶନଗୁଡ଼ିକରେ କିପରି ଅନୁସନ୍ଧାନ କରିପାରିବେ ?
-
ସଠିକ୍ ନିଷ୍ପତ୍ତି ନେବା ପାଇଁ ଯେବେ ଆମେ ସମୟ ବାହାର କରି ବ୍ୟକ୍ତିଗତ ଅଧ୍ୟୟନ ଓ ଅନୁସନ୍ଧାନ କରୁ, ତେବେ ଆମକୁ କ’ଣ ଲାଭ ହୋଇଥାଏ ?—ଏବ୍ରୀ ୫:୧୩, ୧୪