ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସ୍ମାରକର ମାସଗୁଡ଼ିକରେ କିଛି ଲକ୍ଷ୍ୟ ରଖନ୍ତୁ
ସବୁ ବର୍ଷ ଯିହୋବାଙ୍କ ଲୋକମାନେ ଏକା ସହିତ ମିଶି ସ୍ମାରକ ପାଳନ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରନ୍ତି । ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟ ଯିହୋବାଙ୍କ ତରଫରୁ ଗୋଟିଏ ଉପହାର ଅଟେ । ସେଥିପାଇଁ ଯିହୋବାଙ୍କୁ ଧନ୍ୟବାଦ କରିବା ଓ ତାଙ୍କ ମହିମା କରିବା ପାଇଁ ସ୍ମାରକର ପୂର୍ବେ ଆଉ ପରେ କିଛି ସପ୍ତାହରେ ବିଶେଷ ସୁଯୋଗ ମିଳିଥାଏ । ଆମେ ଏହି ସୁଯୋଗର ପୂରା ଲାଭ ଉଠାଇଥାଉ । (ଏଫି ୧:୩, ୭) ଯେପରି, ଆମେ ସ୍ମାରକରେ ଲୋକମାନଙ୍କୁ ଡାକିବା ପାଇଁ ବହୁତ ପରିଶ୍ରମ କରିଥାଉ । କିଛି ଭାଇ ଭଉଣୀ ମାର୍ଚ୍ଚ କିମ୍ବା ଏପ୍ରିଲ୍ରେ ସହଯୋଗୀ ଅଗ୍ରଦୂତ ସେବା କରିବାର ଲକ୍ଷ୍ୟ ରଖନ୍ତି । ତେଣୁ ସେମାନେ ନିଜ ସେଡ୍ୟୁଲରେ ପରିବର୍ତ୍ତନ କରି ପ୍ରଚାର ସେବାରେ ୩୦ କିମ୍ବା ୫୦ ଘଣ୍ଟା ବିତାନ୍ତି । କ’ଣ ଆପଣ ଏହି ବର୍ଷ ସ୍ମାରକର ମାସଗୁଡ଼ିକରେ ନିଜ ପ୍ରଚାର ସେବା ବଢ଼ାଇବା ପାଇଁ ଚାହିଁବେ ? ତା’ ପାଇଁ ଆପଣ କ’ଣ କରିପାରିବେ ?
ଅନେକ ଥର ଦେଖାଯାଇଛି ଯେ ଯେବେ ଆମେ ପୂର୍ବରୁ ଯୋଜନା କରୁ, ତେବେ ଆମେ ନିଜ କାମକୁ ଭଲଭାବେ କରିପାରୁ । (ହିତୋ ୨୧:୫) କିଛି ସମୟ ପରେ ସ୍ମାରକର ମାସ ଆରମ୍ଭ ହୋଇଯିବ, ତେଣୁ ଆମକୁ ଏବେଠୁ ଯୋଜନା କରିବା ଆରମ୍ଭ କରିଦେବା ଉଚିତ୍ । ଭାବନ୍ତୁ ଯେ ଆପଣ କେଉଁ ଉପାୟରେ ଆଉ ଅଧିକ ପ୍ରଚାର ସେବା କରିବା ପାଇଁ ଚାହାନ୍ତି । ନିଶ୍ଚିତ କରନ୍ତୁ ଯେ ଆପଣ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କ’ଣ କରିବେ । ତା’ପରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କ ପରିଶ୍ରମ ଉପରେ ଆଶିଷ ଦେବେ ।—୧ଯୋହ ୫:୧୪, ୧୫.
କ’ଣ ଆପଣ ଏପରି କିଛି ଉପାୟ ଭାବିପାରିବେ, ଯଦ୍ବାରା ଆପଣ ସ୍ମାରକର ମାସଗୁଡ଼ିକରେ ଆଉ ଅଧିକ ପ୍ରଚାର ସେବା କରିପାରିବେ ?