इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୫-୨୧ ଜାନୁୟାରୀ

ଆୟୁବ ୩୬-୩୭

୧୫-୨୧ ଜାନୁୟାରୀ

ଗୀତ ୧୪୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଅନନ୍ତ ଜୀବନର ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ଆମେ କାହିଁକି ଭରସା କରିପାରିବା ?

(୧୦ ମି.)

ଯିହୋବା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ (ଆୟୁ ୩୬:୨୬; ସର୍ବ୧୬-ହି ସଂଖ୍ୟା ୧ ପୃ ୧୩ ¶୧-୨)

ଯିହୋବାଙ୍କ ପାଖରେ ଆମକୁ ବଞ୍ଚାଇ ରଖିବା ପାଇଁ ଶକ୍ତି ଓ ବୁଦ୍ଧି ଅଛି (ଆୟୁ ୩୬:୨୭, ୨୮; ପ୍ର୨୦.୦୫-ହି ପୃ ୨୨ ¶୬)

ଯିହୋବା ଆମକୁ ଅନନ୍ତ ଜୀବନ କିପରି ପାଇବା, ତାହା ଶିଖାନ୍ତି (ଆୟୁ ୩୬:୪, ୨୨; ଯୋହ ୧୭:୩)


ଈଶ୍ୱର ଆମକୁ ଅନନ୍ତ ଜୀବନ ଦେବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ତାʼଉପରେ ଆମକୁ ପୂରା ଭରସା ରଖିବା ଉଚିତ୍‌ । ତେବେ ଯାଇ ଆମେ ଜୀବନରେ ଆସୁଥିବା ସବୁ ସମସ୍ୟାର ସାମନା କରିପାରିବା ।—ଏବ୍ରୀ ୬:୧୯; ପ୍ର୨୨.୧୦ ପୃ ୨୮ ¶୧୬.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଆୟୁ ୩୭:୨୦—ପ୍ରାଚୀନ ସମୟରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଖବର କିମ୍ବା ସୂଚନା କିପରି ପହଞ୍ଚାଇ ଦିଆଯାଉଥିଲା ? (ଇନସାଇଟ୍‌-୧ ପୃ ୪୯୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ଭାଷଣ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ପୃ ୫୦ ¶୧-୬—ବିଷୟ: ଯିହୋବାଙ୍କ ସାକ୍ଷୀମାନେ ଅନ୍ତିମ ସଂସ୍କାର ବିଷୟରେ କʼଣ ମାନନ୍ତି ? (ଶିଖାଇବା ଅଧ୍ୟୟନ ୧୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୪୯

୭. କୌଣସି ଚିକିତ୍ସା କିମ୍ବା ଅପରେସନ୍‌ ବିଷୟରେ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଏବେଠୁ ପ୍ରସ୍ତୁତି କରନ୍ତୁ

(୧୫ ମି.) ଆଲୋଚନା । ଏହି ଭାଗକୁ ଜଣେ ପ୍ରାଚୀନ କରିବେ ।

ଯିହୋବାଙ୍କ ସଙ୍ଗଠନ ଅନେକ ବ୍ୟବସ୍ଥା କରିଛି, ଯାହା ସାହାଯ୍ୟରେ ଆମେ ରକ୍ତ ସହ ଜଡ଼ିତ ମାମଲାରେ ଈଶ୍ୱରଙ୍କ ନିୟମ ପାଳନ କରିପାରିବା । (ପ୍ରେରି ୧୫:୨୮, ୨୯) କʼଣ ଆପଣ ଏହି ବ୍ୟବସ୍ଥାର ଲାଭ ଉଠାଉଛନ୍ତି ?

ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ (DPA) ଏବଂ ଆଇଡେଣ୍ଟିଟି କାର୍ଡ (ic): ଏହି କାର୍ଡ଼ରେ କୁହାଯାଇଛି ଯେ ଚିକିତ୍ସାରେ ରକ୍ତର ବ୍ୟବହାର ମାମଲାରେ ଜଣେ ରୋଗୀର କʼଣ ଇଚ୍ଛା ଅଛି । ବାପ୍ତିସ୍ମ ନେଇଥିବା ପ୍ରଚାରକ, ସାହିତ୍ୟ ସେବକଙ୍କଠାରୁ DPA ଅର୍ଥାତ ‘ନୋ ବ୍ଲଡ କାର୍ଡ’ ନେଇପାରିବେ । ଯଦି ସେମାନଙ୍କ ଛୋଟ ପିଲା ଅଛନ୍ତି, ତେବେ ସେମାନେ ତାଙ୍କ ପାଇଁ ଆଇଡେଣ୍ଟିଟି କାର୍ଡ ନେଇପାରିବେ । ଆମକୁ ସବୁବେଳେ ଏହି କାର୍ଡ ନିଜ ପାଖରେ ରଖିବା ଉଚିତ୍‌ । ଯଦି ଆପଣ ଏହି କାର୍ଡ ଭରି ନାହାନ୍ତି କିମ୍ବା ଆପଣଙ୍କୁ ସେଥିରେ କିଛି ପରିବର୍ତ୍ତନ କରିବାର ଅଛି, ତାହେଲେ ଯେତେ ଶୀଘ୍ର ହୋଇପାରେ ଏହା କରନ୍ତୁ ।

S-401 ଫର୍ମ ଏବଂ S-407 ଫର୍ମ: ଯେଉଁ ଭଉଣୀମାନେ ଗର୍ଭବତୀ ଅଛନ୍ତି, ସେମାନେ ପ୍ରାଚୀନମାନଙ୍କଠାରୁ S-401 ଫର୍ମ ନେଇପାରିବେ । ଆଉ ଯେଉଁ ଭାଇଭଉଣୀମାନଙ୍କର କୌଣସି ଅପରେସନ୍‌ ହେବାର ଅଛି କିମ୍ବା ସେମାନଙ୍କୁ କ୍ୟାନସର ସହ ଜଡ଼ିତ କୌଣସି ଚିକିତ୍ସା କରାଇବାର ଅଛି, ତେବେ ସେମାନେ ପ୍ରାଚୀନମାନଙ୍କଠାରୁ S-407 ଫର୍ମ ନେଇପାରିବେ । ଏହି ଫର୍ମରେ ଏପରି ସୂଚନା ଦିଆଯାଇଛି ଯାହା ସାହାଯ୍ୟରେ ସେମାନେ ଚିକିତ୍ସା ମାମଲାରେ ସଠିକ୍‌ ନିଷ୍ପତ୍ତି ନେଇପାରିବେ, ସେସମୟରେ ବି ଯେବେ ରକ୍ତ ସହ ଜଡ଼ିତ କୌଣସି ମାମଲା ସୃଷ୍ଟି ହୁଏ ।

ହସ୍ପିଟାଲ ସମ୍ପର୍କ ସମିତି (HLC): ଏଚ୍‌.ଏଲ୍‌.ସି ବିଭାଗର ସଦସ୍ୟ ଏପରି ଅନୁଭବୀ ପ୍ରାଚୀନ ଥାନ୍ତି, ଯେଉଁମାନଙ୍କୁ ଡାକ୍ତର ଓ ଭାଇଭଉଣୀମାନଙ୍କୁ ରକ୍ତ ସହ ଜଡ଼ିତ ମାମଲାରେ ସୂଚନା ଦେବା ପାଇଁ ଟ୍ରେନିଙ୍ଗ ଦିଆଯାଏ । ସେମାନେ ଆପଣଙ୍କ ଡାକ୍ତରଙ୍କୁ କହିପାରିବେ ଯେ ବିନା ରକ୍ତର କେଉଁ ଚିକିତ୍ସା ଉପଲବ୍ଧ ଅଛି । ସେମାନେ ଏପରି ଡାକ୍ତରଙ୍କୁ ଖୋଜିବା ପାଇଁ ମଧ୍ୟ ଆପଣଙ୍କ ସାହାଯ୍ୟ କରିପାରିବେ, ଯିଏ ବିନା ରକ୍ତରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ରହନ୍ତି । ଏଚ୍‌.ଏଲ୍‌.ସି ବିଭାଗର ଭାଇମାନେ ଦିନ ଥାଉ କିମ୍ବା ରାତି ଆମ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହନ୍ତି । ଯେବେ ବି ଆପଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼େ କିମ୍ବା କୌଣସି ଅପରେସନ୍‌ କିମ୍ବା ଥେରାପି କରିବାକୁ ପଡ଼େ । ଯେପରି କ୍ୟାନସର ସହ ଜଡ଼ିତ ଥେରାପି, ଏପରି ସମୟରେ ଯେତେ ଶୀଘ୍ର ହୋଇପାରେ ଏଚ୍‌.ଏଲ୍‌.ସି ବିଭାଗର ଭାଇମାନଙ୍କ ସହ ସମ୍ପର୍କ କରନ୍ତୁ । ଯଦି ଆପଣଙ୍କୁ ଲାଗେ ଯେ ରକ୍ତ ସହ ଜଡ଼ିତ ମାମଲା ଆସିବନି, ତେବେ ବି ଏପରି କରନ୍ତୁ । ଗର୍ଭବତୀ ଭଉଣୀମାନଙ୍କୁ ମଧ୍ୟ ଏପରି କରିବା ଉଚିତ୍‌ । ଏଚ୍‌.ଏଲ୍‌.ସି ବିଭାଗର ଭାଇମାନଙ୍କ ସହ ସମ୍ପର୍କ କରିବା ପାଇଁ କୌଣସି ପ୍ରାଚୀନଙ୍କ ସହ କଥା ହୁଅନ୍ତୁ ।

ହସ୍ପିଟାଲ ସମ୍ପର୍କ ସମିତି କିପରି ଆମକୁ ସାହାଯ୍ୟ କରେ ? ଭିଡିଓ ଦେଖାନ୍ତୁ  ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ଯେବେ କୌଣସି ଚିକିତ୍ସା କିମ୍ବା ଅପରେସନ୍‌ କରିବାର ଆବଶ୍ୟକ ପଡ଼େ, ତେବେ ଏଚ୍‌.ଏଲ୍‌.ସି ବିଭାଗର ଭାଇମାନେ ଆମର କିପରି ସାହାଯ୍ୟ କରନ୍ତି ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୭ ଏବଂ ପ୍ରାର୍ଥନା