इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୯-୨୫ ଫେବୃୟାରୀ

ଗୀତସଂହିତା ୮-୧୦

୧୯-୨୫ ଫେବୃୟାରୀ

ଗୀତ ୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ମୁଁ ଯିହୋବାଙ୍କର ଧନ୍ୟବାଦ କରିବି !’

(୧୦ ମି.)

ଆମେ ଖୁସି ରହିବା ପାଇଁ ଯିହୋବା ଅନେକ ଜିନିଷ ଦେଇଛନ୍ତି (ଗୀତ ୮:୩-୬; ପ୍ର୨୧.୦୮-ହି ପୃ ୩ ¶୬)

ତେଣୁ ଆମେ ଖୁସି ଖୁସି ତାଙ୍କ ପ୍ରଶଂସା କରୁ । ଏପରି କରିବା ପାଇଁ ଆମେ ତାଙ୍କ ନିଆରା କାମଗୁଡ଼ିକ ବିଷୟରେ ଅନ୍ୟମାନଙ୍କୁ କହୁ (ଗୀତ ୯:୧; ପ୍ର୨୦.୦୫-ହି ପୃ ୨୩ ¶୧୦)

ଆମେ ଉତ୍ସାହର ସହ ଗୀତ ଗାଇ ମଧ୍ୟ ତାଙ୍କ ପ୍ରଶଂସା କରୁ (ଗୀତ ୯:୨; ପ୍ର୨୨.୦୪ ପୃ ୭ ¶୧୩)

ନିଜକୁ ପଚାରନ୍ତୁ: ‘ମୁଁ ଆଉ କେଉଁ ଉପାୟଗୁଡ଼ିକରୁ ଯିହୋବାଙ୍କ ପ୍ରଶଂସା କରିପାରିବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୮:୩—ଯେବେ ଲେଖକ କହିଲେ ଯେ ଆକାଶ ଈଶ୍ୱରଙ୍କ “ଅଙ୍ଗୁଳିକୃତ” ଅଟେ, ତେବେ ତାଙ୍କ କହିବାର ଅର୍ଥ କʼଣ ଥିଲା ? (ଇନସାଇଟ୍‌-୧ ପୃ ୮୩୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଆପଣ ଯାହାକୁ ପ୍ରଚାର କରୁଛନ୍ତି ସେ କହନ୍ତି ଯେ ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ପୂର୍ବ ସାକ୍ଷାତରେ ସେହି ବ୍ୟକ୍ତି କହିଥିଲେ ଯେ ସେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ସେ ଏହା ବି କହିଥିଲେ ଯେ ସେ ସେହି ପ୍ରମାଣଗୁଡ଼ିକୁ ଯାଞ୍ଚ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ଯେଉଁଥିରୁ ଜଣାପଡ଼େ ଯେ ସୃଷ୍ଟିକର୍ତ୍ତା ଅଛନ୍ତି । (ଶିଖାଇବା ଅଧ୍ୟୟନ ୭)

୬. ଭାଷଣ

(୫ ମି.) ପ୍ର୨୧.୦୬-ହି ପୃ ୬-୭ ¶୧୫-୧୮—ବିଷୟ: ଯିହୋବାଙ୍କ ପ୍ରଶଂସା କରିବା ପାଇଁ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୦

୭. ସୁଯୋଗ ଦେଖି ସାକ୍ଷ୍ୟ ଦେବା ସମୟରେ ସ୍ୱାଭାବିକ ଭାବେ କଥା ହୁଅନ୍ତୁ

(୧୦ ମି.) ଆଲୋଚନା ।

ଯିହୋବାଙ୍କ ଆହୁରି ବେଶି ପ୍ରଶଂସା କରିବାର ଗୋଟିଏ ଉପାୟ ହେଉଛି, ସେହି ଲୋକମାନଙ୍କୁ ସାକ୍ଷ୍ୟ ଦେବା ଯେଉଁମାନଙ୍କୁ ଆମେ ନିତିଦିନିଆ କାମ କରିବା ସମୟରେ ଭେଟୁ । (ଗୀତ ୩୫:୨୮) ହୁଏତ ଆରମ୍ଭରେ ସୁଯୋଗ ଦେଖି ସାକ୍ଷ୍ୟ ଦେବା ଆମକୁ ଡର ଲାଗିବ । କିନ୍ତୁ ଯଦି ଆମେ ସାକ୍ଷ୍ୟ ଦେବା ବେଳେ ତରତର ହେବାନି, ବରଂ କଥାବାର୍ତ୍ତା ଆରମ୍ଭ କରିବା ଓ ତାହାକୁ ଜାରି ରଖିବା ଶିଖିବା, ତେବେ ଆମେ ଆହୁରି ଭଲଭାବେ ସାକ୍ଷ୍ୟ ଦେଇପାରିବା ଓ ଏଥିରୁ ଆମକୁ ମଜା ବି ଲାଗିବ ।

“ଶାନ୍ତିଦାୟକ ସୁସମାଚାର” ଶୁଣାଇବା ପାଇଁ ପ୍ରସ୍ତୁତ ରହନ୍ତୁ—କଥାବାର୍ତ୍ତା କରିବା ପାଇଁ ପ୍ରଥମେ ନିଜେ ଆଗକୁ ଆସନ୍ତୁ ଭିଡିଓ ଦେଖାନ୍ତୁ  ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ଯେପରି ଭିଡିଓରେ ଦେଖାଯାଇଛି, ସୁଯୋଗ ଦେଖି ସାକ୍ଷ୍ୟ ଦେବା ପାଇଁ ଆପଣ କିପରି ନିପୁଣ ହୋଇପାରିବେ ?

କଥାବାର୍ତ୍ତା ଆରମ୍ଭ କରିବା ପାଇଁ କିଛି ପରାମର୍ଶ:

  • ପ୍ରତିଥର ଯେବେ ଆପଣ ଘରୁ ବାହାରକୁ ଯାନ୍ତି, ତେବେ ଲୋକମାନଙ୍କ ସହ କଥା ହେବା ପାଇଁ ସୁଯୋଗ ଖୋଜନ୍ତୁ ଏବଂ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ଏପରି ବ୍ୟକ୍ତି ସହ ଭେଟ କରାନ୍ତୁ ଯିଏ ସତ୍ୟ ଶୁଣିବା ପାଇଁ ଚାହାନ୍ତି

  • ଖୁସି ଖୁସି ଲୋକମାନଙ୍କ ସହ ଭେଟନ୍ତୁ । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ ଯାହାକୁ ପ୍ରଚାର କରୁଛନ୍ତି ତାଙ୍କୁ କେଉଁ ବିଷୟରେ ଆଗ୍ରହ ଅଛି । ତେବେ ଆପଣ ଜାଣିପାରିବେ ଯେ ବାଇବଲର କେଉଁ କଥା ଜାଣିବା ପାଇଁ ତାଙ୍କୁ ଭଲ ଲାଗିବ

  • ହୋଇପାରିଲେ ପଚାରନ୍ତୁ ଯେ ଆପଣ ତାଙ୍କୁ ପୁଣିଥରେ କିପରି ସମ୍ପର୍କ କରିପାରିବେ

  • ଯଦି ସାକ୍ଷ୍ୟ ଦେବା ପୂର୍ବରୁ ହିଁ କଥାବାର୍ତ୍ତା ଶେଷ ହୋଇଯାଏ, ତେବେ ନିରାଶ ହୁଅନ୍ତୁ ନାହିଁ

  • ଯେବେ କାହାରି ସହିତ ଆପଣଙ୍କ ଭଲ କଥାବାର୍ତ୍ତା ହୁଏ, ତେବେ ପରେ ବି ସେହି ବ୍ୟକ୍ତିଙ୍କ ବିଷୟରେ ଭାବନ୍ତୁ । ମଝି ମଝିରେ ତାଙ୍କୁ ବାଇବଲର କୌଣସି ପଦ କିମ୍ବା jw.org ୱେବସାଇଟ୍‌ରୁ କୌଣସି ଲେଖା ପଠାନ୍ତୁ

କରିକି ଦେଖନ୍ତୁ: ଯଦି କେହି ଆପଣଙ୍କୁ ପଚାରନ୍ତି, ‘ଏହି ରବିବାର ଦିନ ଆପଣ କʼଣ କଲେ ?’ ତେବେ ତାଙ୍କୁ ସଭାରେ ଶିଖିଥିବା କିଛି କଥାଗୁଡ଼ିକ ବିଷୟରେ କହନ୍ତୁ । କିମ୍ବା ଏହା କହନ୍ତୁ ଯେ ଆପଣ କିପରି ଲୋକମାନଙ୍କୁ ବାଇବଲରୁ ଭଲ କଥାଗୁଡ଼ିକ କହନ୍ତି ।

୮. ମଣ୍ଡଳୀର ଆବଶ୍ୟକତା

(୫ ମି.)

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୫ ଏବଂ ପ୍ରାର୍ଥନା