इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୬ ଫେବୃୟାରୀ–୩ ମାର୍ଚ୍ଚ

ଗୀତସଂହିତା ୧୧-୧୫

୨୬ ଫେବୃୟାରୀ–୩ ମାର୍ଚ୍ଚ

ଗୀତ ୧୩୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଭାବନ୍ତୁ ଆପଣ ଏପରି ଦୁନିଆରେ ଅଛନ୍ତି, ଯେଉଁଠି ଚାରିଆଡ଼େ ଶାନ୍ତି ଅଛି

(୧୦ ମି.)

ଯେବେ ଲୋକମାନେ ନିୟମଗୁଡ଼ିକୁ ମାନନ୍ତି ନାହିଁ, ତେବେ ଏହା ଯୋଗୁଁ ଗଡ଼ବଡ଼ି ଓ ଦଙ୍ଗା ହୁଏ (ଗୀତ ୧୧:୨, ୩; ପ୍ର୦୬-ହି ୫/୧୫ ପୃ ୧୮ ¶୩)

ଆମେ ଭରସା ରଖିପାରିବା ଯେ ଯିହୋବା ପୃଥିବୀରୁ ହିଂସାକୁ ସବୁଦିନ ପାଇଁ ଶେଷ କରିଦେବେ (ଗୀତ ୧୧:୫; ସର୍ବ୧୬-ହି ସଂଖ୍ୟା ୩ ପୃ ୧୩)

ଯିହୋବା ଉଦ୍ଧାର କରିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ତାʼଉପରେ ଚିନ୍ତନ କରିବା ଦ୍ୱାରା ଆମେ ଧୈର୍ଯ୍ୟ ଧରିପାରିବା ଓ ନୂଆ ଦୁନିଆ ପାଇଁ ଅପେକ୍ଷା କରିବା (ଗୀତ ୧୩:୫, ୬; ପ୍ର୧୭.୦୮-ହି ପୃ ୬-୭ ¶୧୫)

କରିକି ଦେଖନ୍ତୁ: ଯିହିଜିକଲ ୩୪:୨୫ ପଢ଼ନ୍ତୁ । ତାʼପରେ କଳ୍ପନା କରନ୍ତୁ ଯେ ଆପଣ ଏପରି ଜାଗାରେ ଅଛନ୍ତି ଯେଉଁଠି ଚାରିଆଡ଼େ ଶାନ୍ତି ଅଛି, ଠିକ୍‌ ଯେପରି ପଦରେ କୁହାଯାଇଛି ।—ଈଶ୍ୱରଙ୍କ ରାଜ୍ୟ ୨୩୬ ¶୧୬.

୨. ବହୁମୂଲ୍ୟ ରତ୍ନ:

(୧୦ ମି.)

  • ଗୀତ ୧୪:୧—ଏହି ପଦରେ ଯେଉଁ ବ୍ୟବହାର ବିଷୟରେ କୁହାଯାଇଛି, ତାହାର ଖ୍ରୀଷ୍ଟିୟାନମାନଙ୍କ ଉପରେ ମଧ୍ୟ କିପରି ପ୍ରଭାବ ପଡ଼ିପାରେ ? (ପ୍ର୧୩-ହି ୯/୧୫ ପୃ ୧୯-୨୦ ¶୧୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରନ୍ତୁ

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣ ଯାହାକୁ ପ୍ରଚାର କରୁଛନ୍ତି ତାଙ୍କୁ ସ୍ମାରକ ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରନ୍ତୁ

(୧ ମି.) ଘର ଘର ପ୍ରଚାର । ଆପଣ ଯାହାକୁ ପ୍ରଚାର କରୁଛନ୍ତି ତାଙ୍କୁ ସ୍ମାରକ ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)

୬. କଥାବାର୍ତ୍ତା ଆରମ୍ଭ କରନ୍ତୁ

(୩ ମି.) ଘର ଘର ପ୍ରଚାର । ଆପଣ ଯାହାକୁ ପ୍ରଚାର କରୁଛନ୍ତି ତାଙ୍କୁ ସ୍ମାରକର ନିମନ୍ତ୍ରଣ ପତ୍ର ଦିଅନ୍ତି ଓ ସେ ସେବିଷୟରେ ଆହୁରି ଜାଣିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ୪)

୭. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୩: ଆମେ କʼଣ ଶିଖିଲୁ, ଆପଣ କʼଣ କହିବେ ? ଓ ଲକ୍ଷ୍ୟ । ନିଜ ବିଦ୍ୟାର୍ଥୀକୁ “ଅଧିକ ଜାଣନ୍ତୁ” ଭାଗରୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ମିଥ୍ୟା ଧର୍ମ ବିଷୟରେ ଈଶ୍ୱର କିପରି ଅନୁଭବ କରନ୍ତି । (ଶିଖାଇବା ଅଧ୍ୟୟନ ୧୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮

୮. “ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ”

(୧୦ ମି.) ଆଲୋଚନା ।

ଆଜି ପୂରା ଦୁନିଆରେ ହିଂସାତ୍ମକ କାମଗୁଡ଼ିକ ବଢ଼ି ଚାଲିଛି । ଆଉ ଯିହୋବା ଜାଣନ୍ତି ଯେ ଯେବେ ଆମେ ଏପରି କାମ ହେବାର ଦେଖୁ କିମ୍ବା ଯେବେ ଆମ ସହିତ ଏପରି କିଛି ହୁଏ, ତେବେ ଆମେ ବହୁତ ଡରିଯାଉ ଆଉ ଚିନ୍ତିତ ହୋଇଯାଉ । ଯିହୋବା ଏହା ବି ବୁଝନ୍ତି ଯେ ଆମକୁ ସୁରକ୍ଷା ଦରକାର । ତେଣୁ ସେ ଅନେକ ଉପାୟରୁ ଆମ ସୁରକ୍ଷା କରନ୍ତି । ଏହାର ଗୋଟେ ଉପାୟ ହେଉଛି, ନିଜ ବାକ୍ୟ ବାଇବଲ ଜରିଆରେ ।—ଗୀତ. ୧୨:୫-୭.

ବାଇବଲରେ ଜ୍ଞାନର ଏପରି କଥାଗୁଡ଼ିକ ଦିଆଯାଇଛି, ଯାହା “ଯୁଦ୍ଧାସ୍ତ୍ର ଅପେକ୍ଷା ଉତ୍ତମ ।” (ଉପ. ୯:୧୮) ଧ୍ୟାନ ଦିଅନ୍ତୁ ଯେ ବାଇବଲର ସିଦ୍ଧାନ୍ତ ମାନିଲେ କିପରି ଆମେ ହିଂସାରୁ ରକ୍ଷା ପାଇପାରିବା ।

  • ଉପ ୪:୯, ୧୦—ଏପରି ଅଞ୍ଚଳଗୁଡ଼ିକରେ ଏକୁଟିଆ ଯାନ୍ତୁ ନାହିଁ ଯେଉଁଠି ବିପଦ ଥିବ । ଏପରି ପରିସ୍ଥିତିରୁ ମଧ୍ୟ ଦୂରେଇ ରହନ୍ତୁ ଯାହାଦ୍ୱାରା ଆପଣ ବିପଦରେ ପଡ଼ିପାରିବେ

  • ହିତୋ ୨୨:୩—ଘର ବାହାରକୁ ଯିବା ସମୟରେ ସଚେତନ ରହନ୍ତୁ ଓ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଆଖପାଖରେ କʼଣ ହେଉଛି

  • ହିତୋ ୨୬:୧୭—ଅନ୍ୟମାନଙ୍କ ଝଗଡ଼ାରେ ସାମିଲ୍‌ ହୁଅନ୍ତୁ ନାହିଁ

  • ହିତୋ ୧୭:୧୪—ଯଦି ଏପରି ଲାଗେ ଯେ କୌଣସି ଅଞ୍ଚଳରେ ଦଙ୍ଗା ହେବାକୁ ଯାଉଛି, ତେବେ ସେଠାରୁ ତୁରନ୍ତ ବାହାରି ଯାନ୍ତୁ । ଆଉ ଯଦି କୌଣସି ଜାଗାରେ ଆନ୍ଦୋଳନ ପାଇଁ ଲୋକେ ଜମା ହୋଇଛନ୍ତି, ତେବେ ସେଠାକୁ ଯାନ୍ତୁ ନାହିଁ

  • ଲୂକ ୧୨:୧୫—ନିଜ ଜିନିଷଗୁଡ଼ିକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ

ବିଶ୍ୱସ୍ତ ଲୋକଙ୍କ ଭଳି ହୁଅନ୍ତୁ, ଦୁଷ୍ଟ ଲୋକଙ୍କ ଭଳି ନୁହେଁ—ହନୋକ ଭଳି, ଲେମକ ଭଳି ନୁହେଁ । ଭିଡିଓ ଦେଖାନ୍ତୁ  ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ସେହି ପରିବାର ଏପରି ଜାଗାରେ ରହେ ଯେଉଁଠି ହିଂସା ହୁଏ, ତଥାପି ହନୋକଙ୍କ ଉଦାହରଣ ଉପରେ ଚିନ୍ତନ କରି ବାପା କʼଣ ନିଷ୍ପତ୍ତି ନେଲେ ?—ଏବ୍ରୀ ୧୧:୫.

କିଛି ପରିସ୍ଥିତିରେ ଜଣେ ଖ୍ରୀଷ୍ଟିୟାନ ହୁଏତ ନିଜକୁ କିମ୍ବା ନିଜ ସମ୍ପତ୍ତିକୁ ବଞ୍ଚାଇବା ପାଇଁ କିଛି ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେବ । କିନ୍ତୁ ଏପରି କରିବା ସମୟରେ ତାଙ୍କୁ ପୂରା ଧ୍ୟାନ ଦେବା ଉଚିତ୍‌ ଯେ ସେ କାହାରି ଜୀବନ ନେଇ ରକ୍ତପାତର ଦୋଷୀ ନ ହୁଅନ୍ତୁ ।—ଗୀତ ୫୧:୧୪; ଜୁଲାଇ ୨୦୧୭ ମସିହାର ପ୍ରହରୀଦୁର୍ଗରେ “ଆପଣଙ୍କ ପ୍ରଶ୍ନ” ଲେଖା ପଢ଼ନ୍ତୁ ।

୯. ଶନିବାର, ୨ ମାର୍ଚ୍ଚରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ ହେବ

(୫ ମି.) ଜଣେ ପ୍ରାଚୀନଙ୍କ ଭାଷଣ । ତାʼପରେ କହନ୍ତୁ ଯେ ଏହି ଅଭିଯାନ ଚଲାଇବା ଏବଂ ବିଶେଷ ଭାଷଣ ଓ ସ୍ମାରକ ପାଇଁ କʼଣ ବ୍ୟବସ୍ଥା କରାଯାଇଛି । ପ୍ରଚାରକମାନଙ୍କୁ ମନେପକାଇ ଦିଅନ୍ତୁ ଯେ ସେମାନେ ଚାହିଁଲେ ମାର୍ଚ୍ଚ ଓ ଏପ୍ରିଲ୍‌ ମାସରେ ୧୫ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ।

୧୦. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୪୦ ଏବଂ ପ୍ରାର୍ଥନା