इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୮-୧୪ ଜାନୁୟାରୀ

ଆୟୁବ ୩୪-୩୫

୮-୧୪ ଜାନୁୟାରୀ

ଗୀତ ୩୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯେବେ ଏପରି ଲାଗେ ଯେ ଭଲ ଲୋକମାନଙ୍କ ସହ ହିଁ ଖରାପ ହୁଏ

(୧୦ ମି.)

ମନେରଖନ୍ତୁ, ଯିହୋବା କେବେ ବି ଅନ୍ୟାୟ କରନ୍ତି ନାହିଁ (ଆୟୁ ୩୪:୧୦; ସର୍ବ୧୯-ହି ସଂଖ୍ୟା ୧ ପୃ ୮ ¶୨)

ଏପରି ଲାଗିପାରେ ଯେ ଦୁଷ୍ଟ ଲୋକମାନଙ୍କୁ ତାଙ୍କ କାମ ପାଇଁ ଦଣ୍ଡ ମିଳେନି, କିନ୍ତୁ ମନେରଖନ୍ତୁ ସେମାନେ ଯିହୋବାଙ୍କଠାରୁ ବଞ୍ଚିପାରିବେନି (ଆୟୁ ୩୪:୨୧-୨୬; ପ୍ର୧୭.୦୪-ହି ପୃ ୧୦ ¶୫)

ଅନ୍ୟାୟ ସହୁଥିବା ଲୋକମାନଙ୍କୁ ସାହାଯ୍ୟ କରିବାର ବଢ଼ିଆ ଉପାୟ ହେଉଛି, ଯିହୋବାଙ୍କ ବିଷୟରେ ଶିଖାଇବା (ଆୟୁ ୩୫:୯, ୧୦; ମାଥି ୨୮:୧୯, ୨୦; ପ୍ର୨୧.୦୫-ହି ପୃ ୬-୭ ¶୧୯-୨୦)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଆୟୁ ୩୫:୭—ଯେବେ ଇଲୀହୂ ଆୟୁବଙ୍କୁ ପଚାରିଲେ, ‘ତୁମ୍ଭ କାମରୁ [ଈଶ୍ୱର] କଅଣ ପାଆନ୍ତି ?’ ତେବେ ତାଙ୍କ କହିବାର ଅର୍ଥ କʼଣ ଥିଲା ? (ପ୍ର୧୭.୦୪-ହି ପୃ ୨୯ ¶୩)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଘର ମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୧୦ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କ ଛୋଟ ଛୋଟ ପିଲା ଅଛନ୍ତି । ତାଙ୍କୁ କହନ୍ତୁ ଯେ ସେ jw.org ୱେବସାଇଟ୍‌ରେ ପିଲାମାନଙ୍କ ଲାଳନପାଳନ କରିବା ବିଷୟରେ ତଥ୍ୟ କିପରି ଖୋଜିପାରିବ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୬. ବାଇବଲ ଅଧ୍ୟୟନ ସମୟରେ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫୮

୭. କʼଣ ଆପଣ ସୁଯୋଗ ଦେଖି ‘ବାକ୍ୟ ପ୍ରଚାର କରିବା’ ପାଇଁ ପ୍ରେରିତ ହୁଅନ୍ତି ?

(୧୫ ମି.) ଆଲୋଚନା ।

ପାଉଲ ତୀମଥିଙ୍କୁ ପ୍ରୋତ୍ସାହନ ଦେଲେ, “ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ ।” (୨ତୀମ ୪:୨) ଯେଉଁ ଗ୍ରୀକ୍‌ କ୍ରିୟାର ଅନୁବାଦ “ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ” କରାଯାଇଛି, ତାହାର ବ୍ୟବହାର ବେଳେବେଳେ ଜଣେ ଏପରି ସୈନିକ କିମ୍ବା ପ୍ରହରୀ ପାଇଁ କରାଯାଉଥିଲା ଯିଏ ସବୁବେଳେ ଲଢ଼ିବା ପାଇଁ ପ୍ରସ୍ତୁତ ରହୁଥିଲା । ସେହିପରି, ଆମେ ବି ଲୋକମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ସବୁବେଳେ ପ୍ରସ୍ତୁତ ରହୁ । ଯେବେ ବି ଆମକୁ କାହାରି ସହ କଥା ହେବା ପାଇଁ ସୁଯୋଗ ମିଳେ, ଆମେ ତାଙ୍କୁ ସାକ୍ଷ୍ୟ ଦେବା ପାଇଁ ମଧ୍ୟ ଚେଷ୍ଟା କରୁ ।

ଆମେ ଯିହୋବାଙ୍କୁ ପ୍ରେମ କରୁ ଓ ସେ ଆମ ପାଇଁ ଯାହା କରିଛନ୍ତି, ତାʼପାଇଁ ଆମେ ତାଙ୍କର ବହୁତ କୃତଜ୍ଞ ଅଟୁ । ଏହି କଥା ଆମକୁ ତାଙ୍କ ବଢ଼ିଆ ଗୁଣଗୁଡ଼ିକ ବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ପ୍ରେରିତ କରେ ।

ଗୀତସଂହିତା ୭୧:୮ ପଢ଼ନ୍ତୁ  ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ଆପଣ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ କେଉଁ ଭଲ କଥା କହିବା ପାଇଁ ଚାହିଁବେ ?

ଲୋକମାନଙ୍କ ପାଇଁ ପ୍ରେମ ବି ଆମକୁ ପ୍ରେରିତ କରେ ଯେ ଆମେ ସେମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ଅଲଗା ଅଲଗା ଉପାୟ ଖୋଜୁ ।

ଶହ ଶହ ଲୋକଙ୍କୁ ମିଳିଲା ସତ୍ୟ ଭିଡିଓ ଦେଖାନ୍ତୁ  ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ସୁଯୋଗ ଦେଖି ସାକ୍ଷ୍ୟ ଦେବା ଦ୍ୱାରା କିପରି ଶହ ଶହ ଲୋକଙ୍କୁ ସତ୍ୟ ମିଳିଲା ?

  • ଯେଉଁମାନେ ପୂର୍ବେ ଚର୍ଚ୍ଚ ଯାଉଥିଲେ, ସେମାନଙ୍କୁ ସତ୍ୟ ଜାଣିବା ପରେ କʼଣ ଲାଭ ହେଲା ?

  • ଲୋକମାନଙ୍କ ପାଇଁ ପ୍ରେମ କାହିଁକି ଆମକୁ ପ୍ରେରିତ କରେ ଯେ ଆମେ ସୁଯୋଗ ଦେଖି ସେମାନଙ୍କୁ ସାକ୍ଷ୍ୟ ଦେଉ ?

  • ଲୋକମାନେ ଯିହୋବାଙ୍କୁ ଜାଣିପାରନ୍ତୁ, ତାʼପାଇଁ ସେମାନଙ୍କୁ ସୁଯୋଗ ଦେଖି ସାକ୍ଷ୍ୟ ଦେବା କାହିଁକି ଗୋଟିଏ ବଢ଼ିଆ ଉପାୟ ଅଟେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୩୮ ଏବଂ ପ୍ରାର୍ଥନା