इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୦-୨୬ ଜାନୁୟାରୀ

ଗୀତସଂହିତା ୧୩୮–୧୩୯

୨୦-୨୬ ଜାନୁୟାରୀ

ଗୀତ ୯୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ସଭାରେ ଉତ୍ତର ଦେବା ପାଇଁ ଡରନ୍ତୁ ନାହିଁ

(୧୦ ମି.)

ଆମେ ହୃଦୟରୁ ଯିହୋବାଙ୍କ ପ୍ରଶଂସା କରିବାକୁ ଚାହୁଁ (ଗୀତ ୧୩୮:୧)

ଯେବେ ସଭାରେ ଉତ୍ତର ଦେବା ପାଇଁ ଆପଣଙ୍କୁ ଡର ଲାଗେ, ତେବେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ (ଗୀତ ୧୩୮:୩)

ଏପରି ଡର ଥିବା ଭଲ କଥା ଅଟେ (ଗୀତ ୧୩୮:୬; ପ୍ର୧୯.୦୧-ହି ପୃ ୧୦-୧୧ ¶୧୦)

ପରାମର୍ଶ: ଛୋଟ ଛୋଟ ଉତ୍ତର ଦିଅନ୍ତୁ, ଯାହାଫଳରେ ଆପଣଙ୍କ ଚିନ୍ତା କମ୍‌ ହୋଇଯିବ ।—ପ୍ର୨୩.୦୪ ପୃ ୨୧ ¶୭.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୩୯:୨୧, ୨୨—କʼଣ ଖ୍ରୀଷ୍ଟିୟାନମାନଙ୍କଠାରୁ ଏହା ଆଶା କରାଯାଏ ଯେ ସେମାନେ ସମସ୍ତଙ୍କୁ କ୍ଷମା କରିଦିଅନ୍ତୁ ? (ପ୍ର୦୩-ହି ୩/୧ ପୃ ୩୧ ¶୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୫. ବାଇବଲ ଅଧ୍ୟୟନ ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତିକୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ଆଉ ତାʼପରେ ଏହା କିପରି ହୁଏ ସେବିଷୟରେ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧୦ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ପ୍ର୨୪.୦୪ ପୃ ୧୪-୧୭ ¶୧, ୪-୧୦—ବିଷୟ: ମୁଁ କିପରି ଲାଜ କରିବା ଛାଡ଼ିପାରିବି ? (ଶିଖାଇବା ଅଧ୍ୟୟନ ୧୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫୯

୭. ଯଦି ଆପଣ ଲାଜ କରନ୍ତି, ତେବେ ବି ଆପଣଙ୍କୁ ଯିହୋବାଙ୍କ ସେବା କରିବା ପାଇଁ ମଜା ଲାଗିବ

(୧୫ ମି.) ଆଲୋଚନା ।

କʼଣ ଆପଣଙ୍କୁ ଲାଜ ଲାଗେ ? କʼଣ ଆପଣ ଏହା ଚାହାନ୍ତି ନାହିଁ ଯେ ଲୋକମାନେ ଆପଣଙ୍କ ଆଡ଼କୁ ଧ୍ୟାନ ଦିଅନ୍ତୁ ? କʼଣ ଅନ୍ୟମାନଙ୍କ ସହିତ କଥା ହେବା ବିଷୟରେ ଭାବିକି ହିଁ ଆପଣଙ୍କୁ ଡର ଲାଗେ ? ଅନେକଥର ଲାଜ ଯୋଗୁଁ ଲୋକମାନେ ଯାହା କରିବା ପାଇଁ ଚାହାନ୍ତି, ତାହା କରିପାରନ୍ତି ନାହିଁ । କିନ୍ତୁ ଅନେକ ଖ୍ରୀଷ୍ଟିୟାନମାନେ ଲାଜ କରିବା ଛାଡ଼ି ପାରିଛନ୍ତି । ଆଉ ଏହି କାରଣ ଯୋଗୁଁ ସେମାନେ ଅନ୍ୟମାନଙ୍କୁ ବାଇବଲରୁ ଶିଖାଇ ପାରୁଛନ୍ତି, ତାʼ ସହିତ ସେମାନଙ୍କୁ ପ୍ରଚାରରେ ବି ମଜା ଆସୁଛି । ଆମେ ଏପରି ଭାଇଭଉଣୀମାନଙ୍କଠାରୁ କʼଣ ଶିଖିପାରିବା ?

ଲଜ୍ଜା ସତ୍ତ୍ୱେ ମୁଁ ମନପ୍ରାଣ ଦେଇ ସେବା କଲି ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଭଉଣୀ ଲିଙ୍କୁ ତାଙ୍କ ଆଈ କହିଥିଲେ, “ମନପ୍ରାଣ ଦେଇ ଯିହୋବାଙ୍କ ସେବା କର” ଏହି କଥା ମାନିବାରୁ ଭଉଣୀଙ୍କୁ କʼଣ ଲାଭ ହେଲା ?

ବାଇବଲରେ କୁହାଯାଇଛି ଯେ ହୁଏତ ମୋଶା, ଯିରିମୀୟ ଏବଂ ତୀମଥି ଲାଜ କରୁଥିଲେ । (ଯାତ୍ରା ୩:୧୧; ୪:୧୦; ଯିରି ୧:୬-୮; ୧ ତୀମ ୪:୧୨) ତଥାପି ଯିହୋବାଙ୍କ ସାହାଯ୍ୟରୁ ସେମାନେ ବଡ଼ ବଡ଼ କାମ କରିପାରିଲେ । (ଯାତ୍ରା ୪:୧୨; ଯିରି ୨୦:୧୧; ୨ତୀମ ୧:୬-୮)

ଯିଶାଇୟ ୪୩:୧, ୨ ପଢ଼ନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯିହୋବା ନିଜ ଲୋକମାନଙ୍କୁ କʼଣ ପ୍ରତିଜ୍ଞା କରନ୍ତି ?

ଆଜି ଯିହୋବା ନିଜ ଲୋକମାନଙ୍କର କିପରି ସାହାଯ୍ୟ କରୁଛନ୍ତି, ଯାହାଫଳରେ ସେମାନଙ୍କୁ ପ୍ରଚାର କରିବା ପାଇଁ ମଜା ଲାଗୁ ?

ଏପରି ପଦକ୍ଷେପ ଯାହା ବହୁତ ଖୁସି ଦିଏ—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଭଉଣୀ ଜ୍ୟାକସନ କିପରି ଅନୁଭବ କଲେ ଯେ ପ୍ରଚାର କରିବା ପାଇଁ ଯିହୋବା ତାଙ୍କୁ ଶକ୍ତି ଦିଅନ୍ତି ଏବଂ ସାହାଯ୍ୟ କରନ୍ତି ?

  • ଯେଉଁମାନେ ଲାଜ କରନ୍ତି, ସେମାନେ ପ୍ରଚାର କଲେ କʼଣ ଲାଭ ହୁଏ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୫୧ ଏବଂ ପ୍ରାର୍ଥନା