इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୭ ଜାନୁୟାରୀ–୨ ଫେବୃୟାରୀ

ଗୀତସଂହିତା ୧୪୦–୧୪୩

୨୭ ଜାନୁୟାରୀ–୨ ଫେବୃୟାରୀ

ଗୀତ ୪୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆପଣ ଯାହା ପ୍ରାର୍ଥନା କରନ୍ତି, ସେ ଅନୁସାରେ କାମ କରନ୍ତୁ

(୧୦ ମି.)

ଯଦି ଆପଣଙ୍କୁ ପରାମର୍ଶ ଦିଆଯାଏ, ତେବେ ତାହାକୁ ମାନନ୍ତୁ (ଗୀତ ୧୪୧:୫; ପ୍ର୨୨.୦୨-ହି ପୃ ୧୨-୧୩ ¶୧୩-୧୪)

ଭାବନ୍ତୁ ଯେ ପୂର୍ବେ ଯିହୋବା କିପରି ନିଜ ଲୋକମାନଙ୍କୁ ଏବଂ ଆପଣଙ୍କୁ ସାହାଯ୍ୟ କରିଥିଲେ (ଗୀତ ୧୪୩:୫; ପ୍ର୧୦-ହି ୩/୧୫ ପୃ ୩୨ ¶୪)

ପରିସ୍ଥିତିକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ (ଗୀତ ୧୪୩:୧୦; ପ୍ର୧୫-ହି ୩/୧୫ ପୃ ୩୨ ¶୨)

ଗୀତସଂହିତା ୧୪୦–୧୪୩ ଅଧ୍ୟାୟରେ କେବଳ ଏବିଷୟରେ କୁହାଯାଇ ନାହିଁ ଯେ ଦାଉଦ ସାହାଯ୍ୟ ପାଇଁ ଯିହୋବାଙ୍କୁ ଡାକିଲେ ବରଂ ଏବିଷୟରେ ବି କୁହାଯାଇଛି ଯେ ସେ ପ୍ରାର୍ଥନା କରିବା ପରେ କେଉଁ କେଉଁ ପଦକ୍ଷେପ ନେଲେ ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୪୦:୩—ଖରାପ ଲୋକମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତିକ୍ଷ୍‌ଣ କରିଅଛନ୍ତି, ଦାଉଦ ଏପରି କାହିଁକି କହିଲେ ? (ଇନସାଇଟ୍‌-୨ ପୃ ୧୧୫୧)

  • ଏ ସପ୍ତାହର ପଦଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପରେ ତାଙ୍କ ସହ ବାଇବଲର କୌଣସି ବିଷୟ ଉପରେ କଥା ହୁଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ କହନ୍ତି ଯେ ସେ ବ୍ୟସ୍ତ ଅଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୩)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୨୧ (ହିନ୍ଦୀ)—ବିଷୟ: ଯିହୋବାଙ୍କ ସାକ୍ଷୀମାନେ ଚିକିତ୍ସାରେ କାହିଁକି ରକ୍ତ ଚଢ଼ାନ୍ତି ନାହିଁ ? (ଶିଖାଇବା ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୪୧

୭. ଚିକିତ୍ସା କିମ୍ବା ସର୍ଜରି ମାମଲାରେ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଏବେଠାରୁ ପ୍ରସ୍ତୁତ ରହନ୍ତୁ

(୧୫ ମି.) ଆଲୋଚନା ।

ଯିହୋବା ପ୍ରତିଜ୍ଞା କରନ୍ତି ଯେ ସେ “ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ” ପ୍ରମାଣିତ ହେବେ । (ଗୀତ ୪୬:୧) ଯେବେ ଆମକୁ କୌଣସି ଚିକିତ୍ସା କିମ୍ବା ସର୍ଜରି କରିବାର ଆବଶ୍ୟକ ପଡ଼େ, ତେବେ ଆମକୁ ଚିନ୍ତା ହେବାକୁ ଲାଗେ । କିନ୍ତୁ ଏପରି ପରିସ୍ଥିତି ଆସିବା ଆଗରୁ ହିଁ ଯିହୋବା ଆମକୁ ପ୍ରସ୍ତୁତ ରହିବା ପାଇଁ ସାହାଯ୍ୟ କରନ୍ତି । ଯେପରି ସେ ନିଜ ସଂଗଠନ ଜରିଆରେ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ (ଡି.ପି.ଏ. କାର୍ଡ), ଆଇଡେଣ୍ଟିଟି କାର୍ଡ  a ଏବଂ ଚିକିତ୍ସା ସହ ଜଡ଼ିତ ଅନ୍ୟ ତଥ୍ୟଗୁଡ଼ିକ b ମଧ୍ୟ ପ୍ରସ୍ତୁତ ରଖିଛନ୍ତି । ତାଙ୍କ ସଂଗଠନ ହସ୍ପିଟାଲ ସମ୍ପର୍କ ସମିତି (ଏଚ୍‌.ଏଲ୍‌.ସି.ର) ମଧ୍ୟ ବ୍ୟବସ୍ଥା କରିଛି । ଏସବୁ ସୁବିଧା ଯୋଗୁଁ ଆମେ ରକ୍ତ ମାମଲାରେ ଈଶ୍ୱରଙ୍କ ନିୟମ ମାନିପାରୁ ।—ପ୍ରେରି ୧୫:୨୮, ୨୯.

କʼଣ ଆପଣ ଚିକିତ୍ସା ସହ ଜଡ଼ିତ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ? ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଡି.ପି.ଏ. କାର୍ଡ ଭରି ରଖିବା ଦ୍ୱାରା କିଛି ଭାଇଭଉଣୀମାନଙ୍କୁ କʼଣ ଲାଭ ହୋଇଛି ?

  • S-401 ଫର୍ମରେ ଗର୍ଭବତୀ ମାଆମାନଙ୍କ ପାଇଁ ଯେଉଁ ତଥ୍ୟ ଦିଆଯାଇଛି, ସେଥିରୁ କିଛି ଭାଇଭଉଣୀମାନଙ୍କୁ କିପରି ଲାଭ ହେଲା ?

  • ଯେବେ ବି ଆମକୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼େ କିମ୍ବା କୌଣସି ସର୍ଜରି କିମ୍ବା ଥେରାପି କରିବାକୁ ପଡ଼େ ଯେପରି କ୍ୟାନସର ସହ ଜଡ଼ିତ ଥେରାପି, ତେବେ ଆମକୁ ଯଥା ଶୀଘ୍ର ଏଚ୍‌.ଏଲ୍‌.ସି.ର ଭାଇମାନଙ୍କ ସହିତ ସମ୍ପର୍କ କରିବା ଉଚିତ୍‌ । ଯେବେ ଆମକୁ ଲାଗେ ଯେ ରକ୍ତ ବିଷୟରେ କୌଣସି ମାମଲା ଆସିବ ନାହିଁ, ସେସମୟରେ ବି ଆମକୁ ଏପରି କରିବା ଦରକାର । ଏହି ପରାମର୍ଶ ମାନିବା କାହିଁକି ଠିକ୍‌ ରହିବ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୦୩ ଏବଂ ପ୍ରାର୍ଥନା

a ବାପ୍ତିସ୍ମ ନେଇଥିବା ପ୍ରଚାରକ ସାହିତ୍ୟ ସେବକଙ୍କଠାରୁ ଡି.ପି.ଏ. କାର୍ଡ ନେଇପାରିବେ । ଆଉ ଯଦି ସେମାନଙ୍କ ଛୋଟ ପିଲା ଅଛନ୍ତି, ତେବେ ସେମାନଙ୍କ ପାଇଁ ଆଇଡେଣ୍ଟିଟି କାର୍ଡ ନେଇପାରିବେ ।

b ଯେବେ ଆବଶ୍ୟକ ଆପଣ ପ୍ରାଚୀନମାନଙ୍କଠାରୁ ଏ ମଧ୍ୟରୁ ଯେକୌଣସି ଫର୍ମ ନେଇପାରିବେ: ଗର୍ଭବତୀ ଭଉଣୀମାନଙ୍କ ପାଇଁ ତଥ୍ୟ (S-401), ଯେଉଁମାନଙ୍କୁ କୌଣସି ସର୍ଜରି କିମ୍ବା କିମୋଥେରାପି କରିବାର ଆବଶ୍ୟକ ଅଛି, ସେମାନଙ୍କ ପାଇଁ ତଥ୍ୟ (S-407) ଏବଂ ଏପରି ବାପାମାଆମାନଙ୍କ ପାଇଁ ତଥ୍ୟ, ଯେଉଁମାନଙ୍କ ପିଲାମାନଙ୍କୁ କୌଣସି ଚିକିତ୍ସାର ଆବଶ୍ୟକ ଅଛି (S-55) ।