୬-୧୨ ଜାନୁୟାରୀ
ଗୀତସଂହିତା ୧୨୭–୧୩୪
ଗୀତ ୧୩୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ବାପାମାଆମାନେ, ନିଜ ବହୁମୂଲ୍ୟ ଉତ୍ତରାଧିକାରୀମାନଙ୍କର ଯତ୍ନ ନେବା ଜାରି ରଖନ୍ତୁ
(୧୦ ମି.)
ବାପାମାଆମାନେ ଭରସା ରଖିପାରିବେ ଯେ ଯିହୋବା ତାଙ୍କ ପରିବାରର ଆବଶ୍ୟକତା ପୂରା କରିବା ପାଇଁ ସେମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବେ (ଗୀତ ୧୨୭:୧, ୨)
ପିଲାମାନେ, ଯିହୋବାଙ୍କ ତରଫରୁ ବହୁମୂଲ୍ୟ ଉପହାର ଅଟନ୍ତି (ଗୀତ ୧୨୭:୩; ପ୍ର୨୧.୦୮-ହି ପୃ ୫ ¶୯)
ସବୁ ପିଲାମାନେ ଏକାଭଳି ନ ଥାʼନ୍ତି, ତେଣୁ ତାଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କୁ ଶିଖାନ୍ତୁ (ଗୀତ ୧୨୭:୪; ପ୍ର୧୯.୧୨-ହି ପୃ ୨୬-୨୭ ¶୨୦)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଗୀତ ୧୨୮:୩—ଗୀତସଂହିତାର ଲେଖକ ଏପରି କାହିଁକି କହିଲେ ଯେ ସନ୍ତାନମାନେ ଜୀତବୃକ୍ଷର ଚାରା ଭଳି ଅଟନ୍ତି ? (ଇନସାଇଟ୍-୧ ପୃ ୫୪୩)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୩୨:୧-୧୮ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଏପରି କଥା କହନ୍ତି ଯାହା ବାଇବଲର ଶିକ୍ଷାଠାରୁ ଅଲଗା । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୪)
୬. ବାଇବଲ ଅଧ୍ୟୟନ ସମୟରେ
(୫ ମି.) ଜୀବନ ବହି ପାଠ ୧୬ ପଏଣ୍ଟ ନଂ. ୪-୫. ନିଜ ବିଦ୍ୟାର୍ଥୀଙ୍କୁ କହନ୍ତୁ ଯେ ଯେଉଁଦିନ ଆପଣ ଅଧ୍ୟୟନ ପାଇଁ ଯାଇପାରିବେ ନାହିଁ, ସେହି ଦିନ ତାଙ୍କର ଅଧ୍ୟୟନ କିପରି ହେବ । (ଲୋକଙ୍କୁ ପ୍ରେମ ପାଠ ୧୦ ପଏଣ୍ଟ ନଂ. ୪)
ଗୀତ ୧୩
୭. ବାପାମାଆମାନେ, କʼଣ ଆପଣ ଶିଖାଇବାର ସବୁଠୁ ବଢ଼ିଆ ଉପାୟର ବ୍ୟବହାର କରନ୍ତି ?
(୧୫ ମି.) ଆଲୋଚନା ।
ଯିହୋବାଙ୍କ ସଂଗଠନ ପ୍ରସ୍ତୁତ କରିଥିବା ଲେଖା, ବହି-ପତ୍ରିକା ଓ ଭିଡିଓଗୁଡ଼ିକ ଜରିଆରେ ବାପାମାଆମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇପାରିବେ । କିନ୍ତୁ ପିଲାମାନଙ୍କୁ ଶିଖାଇବାର ସବୁଠାରୁ ବଢ଼ିଆ ଉପାୟ ହେଉଛି, ବାପାମାଆମାନେ ସେମାନଙ୍କ ନିଜ ଭଲ ଉଦାହରଣରୁ ପିଲାମାନଙ୍କୁ ଶିଖାଇବା ।—ଦ୍ୱିବି ୬:୫-୯.
ଯୀଶୁ ମଧ୍ୟ ନିଜ ଶିଷ୍ୟମାନଙ୍କୁ ଶିଖାଇବା ପାଇଁ ଏହି ବଢ଼ିଆ ଉପାୟର ବ୍ୟବହାର କରିଥିଲେ ।
ଯୋହନ ୧୩:୧୩-୧୫ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଆପଣଙ୍କୁ କାହିଁକି ଲାଗେ ଯେ ଯୀଶୁ ନିଜ ଉଦାହରଣରୁ ଯେପରି ଭାବେ ଶିଖାଇଲେ, ତାହା ଫଳପ୍ରଦ ଥିଲା ?
ବାପାମାଆମାନେ, ଆପଣ କହିବା ଅପେକ୍ଷା ଯଦି କରିକି ଦେଖାଇବେ, ତାହେଲେ ପିଲାମାନେ ସେଥିରୁ ଅଧିକ ଶିଖିବେ । ଆପଣଙ୍କ ଭଲ ଉଦାହରଣ ଦେଖି ପିଲାମାନେ ଆପଣଙ୍କ କଥା ଶୁଣିବେ ।
ପିଲାମାନଙ୍କୁ ନିଜ ଭଲ ଉଦାହରଣରୁ ଶିଖାନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଭାଇ ଓ ଭଉଣୀ ଗାର୍ସିୟା ନିଜ ଝିଅମାନଙ୍କୁ କେଉଁ ମହତ୍ତ୍ୱପୂର୍ଣ୍ଣ କଥା ଶିଖାଇଲେ ?
-
ଆପଣ ନିଜ ପିଲାମାନଙ୍କ ପାଇଁ ଭଲ ଉଦାହରଣ ରଖିବା ବିଷୟରେ, ଏହି ଭିଡିଓରୁ କʼଣ ଶିଖିଲେ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୪ ଅଧ୍ୟୟନ ଲେଖା ୧୫ ¶୧-୧୧