इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବ୍ୟକ୍ତିଗତ ଅଧ୍ୟୟନରୁ ଅଧିକରୁ ଅଧିକ ଲାଭ ପାଆନ୍ତୁ

ବ୍ୟକ୍ତିଗତ ଅଧ୍ୟୟନରୁ ଅଧିକରୁ ଅଧିକ ଲାଭ ପାଆନ୍ତୁ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ବ୍ୟକ୍ତିଗତ ଅଧ୍ୟୟନ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ବାକ୍ୟରେ ଥିବା ସତ୍ୟର “ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା” ଭଲ ଭାବେ ବୁଝିପାରୁ। (ଏଫି ୩:୧୮) ତାʼ ସହ, ଆମେ ଏହି ଦୁଷ୍ଟ ଦୁନିଆରେ ନିର୍ଦ୍ଦୋଷ ଓ ଅନିନ୍ଦନୀୟ ରହିପାରୁ ଏବଂ “ଜୀବନରେ ବାକ୍ୟକୁ ଦୃଢ଼ ଭାବେ ଧରି” ରଖିପାରୁ। (ଫିଲିପ୍‌ ୨:୧୫, ୧୬, NW) ଈଶ୍ୱରଙ୍କ ବାକ୍ୟର ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଆମେ ନିଜ ଆବଶ୍ୟକତାକୁ ଧ୍ୟାନରେ ରଖି ବିଷୟ ବାଛିପାରିବା। ଆମେ ବାଇବଲର ଅଧ୍ୟୟନରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିପାରିବା ?

ଏହା କିପରି କରିପାରିବା:

  • ନିଜ ବାଇବଲରେ ପଦଗୁଡ଼ିକୁ ଚିହ୍ନଟ କରନ୍ତୁ ଏବଂ ନୋଟ୍‌ସ ତିଆରି କରନ୍ତୁ। ଆପଣ ଫୋନ୍‌ କିମ୍ବା ଟାବଲେଟ୍‌ରେ ମଧ୍ୟ ଏପରି କରିପାରିବେ

  • ବାଇବଲ ପଢ଼ିବା ସମୟରେ ନିଜକୁ ପଚାରନ୍ତୁ: କିଏ ? କʼଣ ? କେବେ ? କେଉଁଠି ? କାହିଁକି ? କିପରି ?

  • ତଥ୍ୟ ସଂଗ୍ରହ କରନ୍ତୁ। ଗବେଷଣା କରିବା ପାଇଁ ଯେଉଁ ପ୍ରକାଶନ ଉପଲବ୍ଧ ରହିଛି, ସେଥିରେ ବିଷୟ ଓ ବାଇବଲ ପଦଗୁଡ଼ିକ ଅନୁସାରେ ଗବେଷଣା କରନ୍ତୁ

  • ଆପଣ ଯାହା ପଢ଼ନ୍ତି, ତାʼ ଉପରେ ଚିନ୍ତନ କରନ୍ତୁ ଯେ ଆପଣ ତାକୁ କିପରି ଲାଗୁ କରିପାରିବେ

  • ଆପଣ ଯାହା ଶିଖନ୍ତି, ତାକୁ ନିଜ ଜୀବନରେ ଲାଗୁ କରନ୍ତୁ।—ଲୂକ ୬:୪୭, ୪୮

ଗଭୀର ଭାବେ ଅଧ୍ୟୟନ କରି ‘ବାକ୍ୟକୁ ଦୃଢ଼ ଭାବେ ଧରି ରଖନ୍ତୁ’ (ହିନ୍ଦୀ) ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବ୍ୟକ୍ତିଗତ ଅଧ୍ୟୟନ ବିଷୟରେ କିଛି ଭାଇଭଉଣୀ କʼଣ କହନ୍ତି ?

  • ଆମେ ପ୍ରତ୍ୟେକ ଥର କାହିଁକି ପ୍ରାର୍ଥନା କରି ବ୍ୟକ୍ତିଗତ ଅଧ୍ୟୟନ ଆରମ୍ଭ କରିବା ଉଚିତ୍‌ ?

  • ଆମେ ବାଇବଲର ପଦଗୁଡ଼ିକୁ ଭଲ ଭାବେ କିପରି ବୁଝିପାରିବା ?

  • ବାଇବଲର ଅଧ୍ୟୟନ କରିବା ସମୟରେ ଆମେ କିପରି ଚିହ୍ନ ଦେଇପାରିବା ?

  • ବାଇବଲର ଅଧ୍ୟୟନ କରିବା ସମୟରେ ଚିନ୍ତନ କରିବା କାହିଁକି ଜରୁରୀ ?

  • ଆମେ ଅଧ୍ୟୟନ କରିବା ପରେ କʼଣ କରିବା ଉଚିତ୍‌ ?

“ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ଦିନଯାକ ମୋହର ଧ୍ୟାନ।”—ଗୀତ ୧୧୯:୯୭