इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଗାଲାତୀୟ ୪-୬

“ରୂପକ” ନାଟକ ଆମ ପାଇଁ କʼଣ ଅର୍ଥ ରଖେ ?

“ରୂପକ” ନାଟକ ଆମ ପାଇଁ କʼଣ ଅର୍ଥ ରଖେ ?

୪:୨୪-୩୧

ନୂତନ ଚୁକ୍ତିଟି ନିୟମର ଚୁକ୍ତିଠାରୁ କେତେ ଉତ୍ତମ ତାହା ବୁଝାଇବା ପାଇଁ ପ୍ରେରିତ ପାଉଲ “ରୂପକ” ନାଟକ ବିଷୟରେ କହିଲେ। ଖ୍ରୀଷ୍ଟ ଓ ତାହାଙ୍କ ସହ ମିଶି ଯେଉଁମାନେ ଶାସନ କରିବେ, ସେମାନଙ୍କ ଅଧୀନରେ ସମଗ୍ର ମାନବଜାତିକୁ ପାପ, ଅପରିପୂର୍ଣ୍ଣତା, ଦୁଃଖ ଓ ମୃତ୍ୟୁରୁ ସ୍ୱାଧୀନତା ମିଳିବ।—ଯିଶା ୨୫:୮, ୯.

 

ହାଗାର—ଜଣେ ଦାସୀ

ଇସ୍ରାଏଲ ଦେଶ ଯାହା ମୋଶାଙ୍କ ନିୟମର ଅଧୀନରେ ଥିଲା ଏବଂ ଯାହାର ରାଜଧାନୀ ଯିରୂଶାଲମ ଥିଲା

ସାରା—ଜଣେ ସ୍ୱାଧୀନା ସ୍ତ୍ରୀ

ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ଅର୍ଥାତ୍‌ ଈଶ୍ୱରଙ୍କ ସଂଗଠନର ସ୍ୱର୍ଗୀୟ ଭାଗ

ହାଗାରର ‘ସନ୍ତାନମାନେ’

ଯିହୁଦୀ ଲୋକମାନେ (ଯିହୋବାଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେମାନେ ମୋଶାଙ୍କ ନିୟମକୁ ପାଳନ କରିବେ) ଯେଉଁମାନେ ଯୀଶୁଙ୍କୁ ଯାତନା ଦେଲେ ଏବଂ ପ୍ରତ୍ୟାଖ୍ୟାନ କଲେ

ସାରାଙ୍କ ‘ସନ୍ତାନମାନେ’

ଖ୍ରୀଷ୍ଟ ଓ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନ

ନିୟମର ଚୁକ୍ତିର ଦାସ

ମୋଶାଙ୍କ ନିୟମ ଇସ୍ରାଏଲୀୟମାନଙ୍କୁ ହୃଦୟଙ୍ଗମ କରାଇଲା ଯେ ସେମାନେ ପାପର ଦାସତ୍ୱରେ ଅଛନ୍ତି

ନୂତନ ଚୁକ୍ତି ସ୍ୱାଧୀନତା ଦିଏ

ମୋଶାଙ୍କ ନିୟମ ଇସ୍ରାଏଲୀୟମାନଙ୍କୁ ହୃଦୟଙ୍ଗମ କରାଉଥିଲା ଯେ ସେମାନେ ପାପୀ ଅଟନ୍ତି, କିନ୍ତୁ ଖ୍ରୀଷ୍ଟଙ୍କ ବଳିଦାନ ଉପରେ ବିଶ୍ୱାସ କଲେ, ସେମାନେ ପାପରୁ ସ୍ୱାଧୀନତା ପାଇପାରିବେ