ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଚିନ୍ତିତ ହୁଅ ନାହିଁ”
ଯିହୋବା ଗରିବ ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରିଥିଲେ । ଆଜି ଯେଉଁ ସେବକମାନେ ଗରିବ ଅଟନ୍ତି, ସେ ସେମାନଙ୍କୁ କିପରି ସାହାଯ୍ୟ କରନ୍ତି ?
-
ସେ ସେମାନଙ୍କୁ ଶିଖାଇଛନ୍ତି ଯେ ସେମାନେ ପଇସା ପଛରେ ନ ଗୋଡ଼ାନ୍ତୁ ।—ଲୂକ ୧୨:୧୫; ୧ ତୀମ ୬:୬-୮
-
ସେ ସେମାନଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବା ପାଇଁ ଶିଖାଇଛନ୍ତି । —ଆୟୁ ୩୪:୧୯
-
ସେ ସେମାନଙ୍କୁ ପରିଶ୍ରମ କରିବା ଏବଂ ଖରାପ ଅଭ୍ୟାସଗୁଡ଼ିକଠାରୁ ଦୂରେଇ ରହିବା ପାଇଁ ଶିଖାଇଛନ୍ତି ।—ହିତୋ ୧୪:୨୩; ୨୦:୧; ୨କରି ୭:୧
-
ସେ ସେମାନଙ୍କୁ ଭାଇଭଉଣୀମାନଙ୍କ ଏକ ପରିବାର ଦେଇଛନ୍ତି, ଯେଉଁମାନେ ସେମାନଙ୍କର ଯତ୍ନ ନିଅନ୍ତି ।—ଯୋହ ୧୩ :୩୫; ୧ଯୋହ ୩ :୧୭, ୧୮
-
ସେ ସେମାନଙ୍କୁ ଆଶା ଦେଇଛନ୍ତି ଯେ ଭବିଷ୍ୟତରେ ଗରିବ ଅବସ୍ଥାରୁ ମୁକ୍ତି ମିଳିବ ।—ଗୀତ ୯:୧୮; ଯିଶା ୬୫:୨୧-୨୩
ଆମ ପରିସ୍ଥିତି ଯେତେ ଖରାପ ହେଉ ନା କାହିଁକି ଆମେ ଚିନ୍ତା କରିବା ଉଚିତ୍ ନୁହେଁ । (ଯିଶା ୩୦:୧୫) ଯେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେବା ଯିହୋବା ଆମ ଖାଇବା ପିନ୍ଧିବାର ଆବଶ୍ୟକତାଗୁଡ଼ିକୁ ପୂରଣ କରିବେ ।—ମାଥି ୬:୩୧-୩୩.
ଆପଣଙ୍କ ପ୍ରେମ କଦାପି ଶେଷ ନ ହେଉ . . . ଗରିବ ଅବସ୍ଥାରେ ଥିବା ସତ୍ତ୍ୱେ—କୋଙ୍ଗୋ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଅଧିବେଶନ ଜାଗା ପାଖରେ ରହୁଥିବା ଭାଇଭଉଣୀମାନେ ଦୂରରୁ ଆସିଥିବା ଭାଇଭଉଣୀମାନଙ୍କ ପାଇଁ କʼଣ କʼଣ କରନ୍ତି ?
-
ଏହି ଭିଡିଓରୁ କିପରି ଜଣାପଡ଼େ ଯେ ଯିହୋବା ଗରିବ ଭାଇଭଉଣୀମାନଙ୍କର ଯତ୍ନ ନିଅନ୍ତି ?
-
ଆମେ ଗରିବ ହେଉ ଅବା ଧନୀ, ଯିହୋବାଙ୍କ ଭଳି କିପରି ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ?