ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
ଯେଉଁମାନେ ଗରିବ ଥିଲେ ଏବଂ ଯେଉଁମାନଙ୍କୁ ପିତାଙ୍କଠାରୁ କୌଣସି ସମ୍ପତ୍ତି ମିଳି ନ ଥିଲା, ସେମାନଙ୍କୁ ଇସ୍ରାଏଲୀୟ ରାଷ୍ଟ୍ର ତରଫରୁ ସାହାଯ୍ୟ ମିଳୁଥିଲା (ଦ୍ୱିବି ୧୪:୨୮, ୨୯; ଇନସାଇଟ୍-୨ ପୃ ୧୧୧୦ ¶୩)
ଯେଉଁ ଇସ୍ରାଏଲୀୟମାନେ ପଇସା ଧାର ନେଉଥିଲେ, ବିଶ୍ରାମ ବର୍ଷରେ ସେମାନଙ୍କର ଋଣ ଛାଡ଼ କରି ଦିଆଯାଉଥିଲା (ଦ୍ୱିବି ୧୫:୧-୩; ଇନସାଇଟ୍-୨ ପୃ ୮୩୩)
ଯେଉଁ ଇସ୍ରାଏଲୀୟ ନିଜକୁ ଦାସ ଭାବେ ବିକି ଦେଉଥିଲା, ତାକୁ ସାତ ବର୍ଷ ପରେ ଦାସତ୍ୱରୁ ମୁକ୍ତ କରି ଦିଆଯାଉଥିଲା । ମାଲିକ ତାକୁ ମୁକ୍ତ କରିବା ବେଳେ କିଛି ଜିନିଷ ମଧ୍ୟ ଦେଉଥିଲା (ଦ୍ୱିବି ୧୫:୧୨-୧୪; ଇନସାଇଟ୍-୨ ପୃ ୯୭୮ ¶୬)
ନିଜକୁ ପଚାରନ୍ତୁ, ‘ଯେଉଁ ଭାଇଭଉଣୀମାନେ ଅଭାବ ଅନାଟନରେ ଅଛନ୍ତି, ସେମାନଙ୍କ ପାଇଁ ମୁଁ କʼଣ କʼଣ କରିପାରିବି ?’