ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ
ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତୁ
କାହାରିକୁ ସହାନୁଭୂତି ଦେଖାଇବାର ଅର୍ଥ ହେଉଛି ତାଙ୍କ ଭାବନା, ଚିନ୍ତାଧାରା ଓ ଆବଶ୍ୟକତାଗୁଡ଼ିକ ବୁଝିବା ଏବଂ ଏହା ମଧ୍ୟ ବୁଝିବା ଯେ କୌଣସି ପରିସ୍ଥିତିରେ ସେ କʼଣ ନିଷ୍ପତ୍ତି ନିଅନ୍ତି । ଯଦି ଆମେ କାହାରିକୁ ସତରେ ସାହାଯ୍ୟ କରିବାକୁ ଚାହୁଁ, ତେବେ ଆମେ ତାଙ୍କୁ ସହାନୁଭୂତି ଦେଖାଇବା ଏବଂ ସେହି ବ୍ୟକ୍ତି ଜଣକ ମଧ୍ୟ ଅନୁଭବ କରିବେ ଯେ ଆମେ ହୃଦୟରୁ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁ । ପ୍ରଚାରରେ ଯେତେବେଳେ ଆମେ ଲୋକମାନଙ୍କୁ ସହାନୁଭୂତି ଦେଖାଉ, ସେମାନେ ଅନୁଭବ କରନ୍ତି ଯେ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି । ଆଉ ସେଇଥିପାଇଁ ସେମାନେ ତାହାଙ୍କ ଆଡ଼କୁ ଆକର୍ଷିତ ହୋଇଥାʼନ୍ତି ।—ଫିଲିପ୍ ୨:୪.
ଆମେ ଯେପରି ଭାବେ କଥା ହେଉ, ଯେପରି ଭାବେ ଶୁଣୁ ଏବଂ ଆମ ଚେହେରାର ହାବଭାବରୁ ଜଣାପଡ଼େ ଯେ ଆମେ ତାଙ୍କ ବିଷୟରେ ସତରେ ଚିନ୍ତା କରୁ । ଆମେ ଜାଣିବା ଦରକାର ଯେ ସେ କେଉଁ ବିଷୟରେ ଆଗ୍ରହ ରଖନ୍ତି, ସେ କʼଣ ବିଶ୍ୱାସ କରନ୍ତି ଏବଂ ତାଙ୍କ ପରିସ୍ଥିତି କʼଣ । ଆମେ ତାଙ୍କୁ ଜଣାଇପାରିବା ଯେ ତାଙ୍କୁ କʼଣ କରିବାକୁ ହେବ ଏବଂ ତାଙ୍କୁ ସାହାଯ୍ୟ ମଧ୍ୟ କରିପାରିବା । କିନ୍ତୁ ସେ ନିଜଠାରେ ପରିବର୍ତ୍ତନ କରିବା ପାଇଁ ଆମେ ତାଙ୍କୁ ବାଧ୍ୟ କରିବା ଉଚିତ୍ ନୁହେଁ । ଯେତେବେଳେ ସେ ନିଜ ଇଚ୍ଛାରେ ନିଜଠାରେ ପରିବର୍ତ୍ତନ କରିବାକୁ ଚାହିଁବେ ଏବଂ ଆମଠାରୁ ସାହାଯ୍ୟ ନେବେ, ସେତେବେଳେ ଆମକୁ ଖୁସି ମିଳିବ ।
ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ସହାନୁଭୂତି ଦେଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଯେତେବେଳେ ନମ୍ରତା ଡେରିରେ ଆସିଲେ, ନୀତା କିପରି ସହାନୁଭୂତି ଦେଖାଇଲେ ?
-
ଯେତେବେଳେ ନମ୍ରତା କହିଲେ ଯେ ସେ ବହୁତ ଥକି ଯାଇଛନ୍ତି ଏବଂ ଅଧ୍ୟୟନ କରିବେ ନାହିଁ, ନୀତା କିପରି ତାଙ୍କ ପରିସ୍ଥିତିକୁ ବୁଝିଲେ ?
-
ଯେତେବେଳେ ନମ୍ରତା କହିଲେ ଯେ ସେ କୌଣସି କାମକୁ ଶୃଙ୍ଖଳିତ ଭାବେ କରିପାରନ୍ତି ନାହିଁ, ନୀତା କିପରି ତାଙ୍କୁ ସହାନୁଭୂତି ଦେଖାଇଲେ ?