ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ବୁଦ୍ଧି ବହୁମୂଲ୍ୟ ଅଟେ
ଶଲୋମନ ଯିହୋବାଙ୍କୁ ବୁଦ୍ଧି ମାଗିଲେ (୧ରାଜା ୩:୭-୯; ପ୍ର୧୧-ହି ୧୨/୧୫ ପୃ ୮ ¶୪-୬)
ଶଲୋମନଙ୍କ ବିନତି ଶୁଣି ଯିହୋବା ଖୁସି ହେଲେ (୧ରାଜା ୩:୧୦-୧୩)
ଶଲୋମନ ବୁଦ୍ଧିର ସହ କାମ କଲେ । ତେଣୁ ତାଙ୍କ ଶାସନ ସମୟରେ ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ କୌଣସି ବିପଦ ନ ଥିଲା । ଲୋକମାନେ ଶାନ୍ତିରେ ଓ ସୁରକ୍ଷିତ ଥିଲେ (୧ରାଜା ୪:୨୫)
ବୁଦ୍ଧିର ସହ କାମ କରିବାର ଅର୍ଥ ହେଉଛି କୌଣସି କଥାର ସଠିକ୍ ତଥ୍ୟ ନେବା ଓ ତାହା ଭଲଭାବେ ବୁଝିବା ଏବଂ ତାʼ ଅନୁସାରେ ସଠିକ୍ କାମ କରିବା । ବାଇବଲରେ ଲେଖାଅଛି ଯେ ସୁନା ଅପେକ୍ଷା ବୁଦ୍ଧି ଲାଭ କରିବା ଉତ୍ତମ ଅଟେ । (ହିତୋ ୧୬:୧୬) କିନ୍ତୁ ବୁଦ୍ଧି ପାଇବା ପାଇଁ ଆମକୁ ଈଶ୍ୱରଙ୍କୁ ବୁଦ୍ଧି ମାଗିବାକୁ ହେବ, ତାଙ୍କୁ ଭୟ କରିବା, ନମ୍ର ହେବା, ମର୍ଯ୍ୟାଦାରେ ରହିବା ଏବଂ ବାଇବଲର ଗଭୀର ଭାବେ ଅଧ୍ୟୟନ କରିବାକୁ ହେବ ।