इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଏଜ୍ରା ନିଜ ଜୀବନ ଶୈଳୀ ଦ୍ୱାରା ଯିହୋବାଙ୍କ ମହିମା କଲେ

ଏଜ୍ରା ନିଜ ଜୀବନ ଶୈଳୀ ଦ୍ୱାରା ଯିହୋବାଙ୍କ ମହିମା କଲେ

ଏଜ୍ରା ମନ ଦେଇ ଈଶ୍ୱରଙ୍କ ବାକ୍ୟ ପଢ଼ିଲେ । ତାହା ତାଙ୍କ ହୃଦୟରେ ଗଭୀର ପ୍ରଭାବ ପକାଇଲା, ତେଣୁ ସେ ତାʼ ମୁତାବକ କାମ କଲେ (ଏଜ୍ରା ୭:୧୦; ପ୍ର୦୦-ହି ୧୦/୧ ପୃ ୧୪-୧୫ ¶୮)

ଏଜ୍ରାଙ୍କ ଜୀବନ ଶୈଳୀକୁ ଦେଖି ଅନ୍ୟମାନେ ବୁଝିପାରିଲେ ଯେ ଏଜ୍ରାଙ୍କଠାରେ ଈଶ୍ୱରଙ୍କ ବୁଦ୍ଧି ଅଛି (ଏଜ୍ରା ୭:୨୫; ସମ୍ପୂର୍ଣ୍ଣ ପବିତ୍ରଶାସ୍ତ୍ର (ଇଂରାଜୀ) ପୃ ୭୫ ¶୫)

ଏଜ୍ରା ଈଶ୍ୱରଙ୍କ ସାମନାରେ ନିଜକୁ ନମ୍ର କଲେ । ତେଣୁ ତାଙ୍କୁ ଭରସା ଥିଲା ଯେ ଯିହୋବା ତାଙ୍କୁ ରାସ୍ତା ଦେଖାଇବେ ଓ ତାଙ୍କୁ ରକ୍ଷା କରିବେ (ଏଜ୍ରା ୮:୨୧-୨୩; ପ୍ର୯୨-ହି ୬/୧ ପୃ ୩୦)

ଏଜ୍ରାଙ୍କ କାମରୁ ରାଜା ସ୍ପଷ୍ଟ ଦେଖିପାରିଲେ ଯେ ତାଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ମିଳିଛି । ଏଜ୍ରାଙ୍କ ଭଳି ଆମେ ମଧ୍ୟ ନିଜ ଜୀବନ ଶୈଳୀ ଦ୍ୱାରା ଯିହୋବାଙ୍କ ମହିମା କରିପାରିବା ।

ନିଜକୁ ପଚାରନ୍ତୁ: ‘କʼଣ ଦୁନିଆର ଲୋକମାନେ ଦେଖିପାରନ୍ତି ଯେ ମୁଁ ଈଶ୍ୱରଙ୍କ ସ୍ତର ମୁତାବକ ଚାଲେ ?’