इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ

ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ

ସେପ୍ଟେମ୍ବର ମାସରେ ଆମେ ଲୋକମାନଙ୍କୁ ଏହା କହିବା ପାଇଁ ବହୁତ ପରିଶ୍ରମ କରିବା ଯେ ଈଶ୍ୱରଙ୍କ ରାଜ୍ୟ ହିଁ ମଣିଷମାନଙ୍କ ସବୁ ଦୁଃଖକଷ୍ଟ ଦୂର କରିପାରିବ । (ମାଥି ୨୪:୧୪) ଏହି ଅଭିଯାନରେ ଭାଗ ନେବା ପାଇଁ ଆପଣ କʼଣ କରିପାରିବେ ? ଅଧିକରୁ ଅଧିକ ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କୌଣସି ପଦ ପଢ଼ି ଶୁଣାନ୍ତୁ । ଯଦି କେହି ଏବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଚାହେଁ ତେବେ ତାଙ୍କୁ ସର୍ବସାଧାରଣଙ୍କ ପାଇଁ ପ୍ରହରୀଦୁର୍ଗର ସଂଖ୍ୟା ୨, ୨୦୨୦ ଦିଅନ୍ତୁ । ତାʼପରେ ଯେତେ ଶୀଘ୍ର ହୋଇପାରେ ତାଙ୍କ ସହିତ ପୁଣି ଭେଟନ୍ତୁ ଓ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ବାଇବଲ ଅଧ୍ୟୟନ କରିବା ପାଇଁ ଚେଷ୍ଟା କରନ୍ତୁ । ପ୍ରଚାରକମାନେ ହୁଏତ ସେପ୍ଟେମ୍ବର ମାସରେ ୧୫ କିମ୍ବା ୩୦ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ।

ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ସେହି ସମସ୍ତ ସରକାରକୁ ବିନାଶ କରିଦେବ, ଯେଉଁମାନେ ତାଙ୍କର ବିରୋଧ କରନ୍ତି । (ଦାନି ୨:୪୪; ୧କରି ୧୫:୨୪, ୨୫) ତେବେ ଆସନ୍ତୁ ଆମେ ଏହି ବିଶେଷ ଅଭିଯାନରେ ଉତ୍ସାହର ସହ ଭାଗ ନେବା ଓ ଏହା ଦେଖାଇବା ଯେ ଆମେ ଯିହୋବା ଓ ତାଙ୍କ ରାଜ୍ୟକୁ ସମ୍ପୂର୍ଣ୍ଣ ସହଯୋଗ କରୁ ।