इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନୂଆ ସେବା ବର୍ଷ ପାଇଁ ଆପଣ କେଉଁ କେଉଁ ଲକ୍ଷ୍ୟ ରଖିଛନ୍ତି ?

ନୂଆ ସେବା ବର୍ଷ ପାଇଁ ଆପଣ କେଉଁ କେଉଁ ଲକ୍ଷ୍ୟ ରଖିଛନ୍ତି ?

ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବାକୁ ଚାହୁଁ ଓ ତାଙ୍କୁ ଖୁସି କରିବାକୁ ଚାହୁଁ । ତାʼ ପାଇଁ ଆମକୁ କିଛି ଲକ୍ଷ୍ୟ ରଖିବା ଜରୁରୀ ଓ ତାହା ହାସଲ କରିବା ପାଇଁ ପରିଶ୍ରମ କରିବା ଜରୁରୀ । ଏହା ସତ ଯେ ସେହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆମକୁ ନିଜ ସମୟ ଦେବାକୁ ଓ ଶକ୍ତି ଲଗାଇବାକୁ ପଡ଼େ, ତଥାପି ଆମେ ଏପରି କରୁ କାରଣ ଏଥିରୁ ଅନେକ ଲାଭ ହୁଏ । ଆମେ ସତ୍ୟରେ ଉନ୍ନତି ମଧ୍ୟ କରିପାରୁ । (୧ ତୀମ ୪:୧୫) ଆମକୁ ମଝି ମଝିରେ ନିଜ ଲକ୍ଷ୍ୟଗୁଡ଼ିକୁ ଯାଞ୍ଚ କରିବା ଉଚିତ୍‌ । କାହିଁକି ? କାରଣ ପରିସ୍ଥିତି ବଦଳି ଯାଏ । ଆମେ ପୂର୍ବେ ଯେଉଁ ଲକ୍ଷ୍ୟ ରଖିଥିଲୁ ହୁଏତ ଏବେ ତାହା ହାସଲ କରିବା କଷ୍ଟ ହୋଇପାରେ କିମ୍ବା ଆମେ ତାହା ହାସଲ କରି ନେଇଥିବା ଓ ଏବେ ଆମେ ଅନ୍ୟ ଲକ୍ଷ୍ୟ ରଖିପାରିବା ।

ନିଜ ଲକ୍ଷ୍ୟଗୁଡ଼ିକୁ ଯାଞ୍ଚ କରିବାର ସବୁଠୁ ଭଲ ସମୟ କେବେ ହେବ ? ନୂଆ ସେବା ବର୍ଷ ଆରମ୍ଭ ହେବା ପୂର୍ବରୁ । ଆପଣ ଏବିଷୟରେ ପାରିବାରିକ ଉପାସନାରେ ଆଲୋଚନା କରିପାରିବେ । ଆପଣ ଗୋଟିଏ ପରିବାର ଭାବେ ଓ ନିଜ ପାଇଁ ମଧ୍ୟ କିଛି ଲକ୍ଷ୍ୟ ରଖିପାରିବେ ?

ଆଗକୁ ଦିଆଯାଇଥିବା ମାମଲାଗୁଡ଼ିକରେ ଆପଣ କʼଣ ଲକ୍ଷ୍ୟ ରଖିପାରିବେ ? ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆପଣ କʼଣ କରିପାରିବେ ?

ବାଇବଲ ପଢ଼ିବା, ବ୍ୟକ୍ତିଗତ ଅଧ୍ୟୟନ କରିବା, ସଭାଗୁଡ଼ିକରେ ଯିବା ଓ ଉତ୍ତର ଦେବା ।—ପ୍ର୦୨-ହି ୬/୧୫ ପୃ ୧୪-୧୫ ¶୧୪-୧୫

ପ୍ରଚାର ସେବା ।—ପ୍ର୨୩.୦୫ ପୃ ୨୭ ¶୪-୫

ଭଲ ଗୁଣ ।—ପ୍ର୨୨.୦୪ ୨୩-୨୪ ¶୫-୬

ଅନ୍ୟ ଲକ୍ଷ୍ୟ