इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବାଙ୍କ ଭଳି ଅଟଳ ପ୍ରେମ ଦେଖାନ୍ତୁ

ଯିହୋବାଙ୍କ ଭଳି ଅଟଳ ପ୍ରେମ ଦେଖାନ୍ତୁ

ଯିହୋବା ଅଟଳ ପ୍ରେମ ଦେଖାଇବାରେ ବଢ଼ିଆ ଉଦାହରଣ ଅଟନ୍ତି । (ଗୀତ ୧୦୩:୧୧) ଅଟଳ ପ୍ରେମ କାହାରି ସୁନ୍ଦରତା ଦେଖି ହୁଏ ନାହିଁ ଓ କିଛି ସମୟ ପାଇଁ ହୁଏ ନାହିଁ । ତାʼ ପରିବର୍ତ୍ତେ ଏହି ପ୍ରେମ ଗଭୀର ଥାଏ ଓ ଏହା ସବୁଦିନ ପାଇଁ ଥାଏ । ଯେଉଁ ଲୋକମାନଙ୍କ ମଧ୍ୟରେ ଏହି ପ୍ରେମ ଥାଏ, ସେମାନେ ପରସ୍ପରକୁ କେବେ ଛାଡ଼ନ୍ତି ନାହିଁ । ଯିହୋବା ଅନେକ ଉପାୟରେ ଦେଖାଇଲେ ଯେ ଇସ୍ରାଏଲୀୟମାନଙ୍କ ପ୍ରତି ତାଙ୍କର ପ୍ରେମ ଅଟଳ ଅଟେ । ଯେପରି , ସେ ସେମାନଙ୍କୁ ମିଶରର ଦାସତ୍ୱରୁ ବାହାର କଲେ ଓ ପ୍ରତିଜ୍ଞାତ ଦେଶରେ ନେଇଗଲେ । (ଗୀତ ୧୦୫:୪୨-୪୪) ସେ ନିଜ ଲୋକମାନଙ୍କ ତରଫରୁ ଲଢ଼ିଲେ ଓ ବାରମ୍ବାର ପାପ କରିବା ସତ୍ତ୍ୱେ ତାଙ୍କୁ କ୍ଷମା କରିବା ଜାରି ରଖିଲେ । (ଗୀତ ୧୦୭:୧୯, ୨୦) ଯେବେ ଆମେ ଯିହୋବାଙ୍କ ଅଟଳ ପ୍ରେମର କାମଗୁଡ଼ିକ ଉପରେ ଧ୍ୟାନ ଦେଇ ଭାବିବା, ତେବେ ଆମକୁ ତାଙ୍କ ଭଳି ହେବା ପାଇଁ ପ୍ରୋତ୍ସାହନ ମିଳିବ ।—ଗୀତ ୧୦୭:୪୩.

ଯିହୋବାଙ୍କ ଅଟଳ ପ୍ରେମର କାମଗୁଡ଼ିକ ଉପରେ ଧ୍ୟାନ ଦେଇ ଭାବନ୍ତୁ, ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ କେଉଁ କେଉଁ ଉପାୟରେ ଅଟଳ ପ୍ରେମ ଦେଖାଇପାରିବା ?

  • ଅଟଳ ପ୍ରେମ ଦେଖାଇବା ପାଇଁ ତ୍ୟାଗ କରିବା କାହିଁକି ଜରୁରୀ ?