इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନିହିମୀୟା ସେବା କରାଇଲେ ନାହିଁ ବରଂ ସେବା କଲେ

ନିହିମୀୟା ସେବା କରାଇଲେ ନାହିଁ ବରଂ ସେବା କଲେ

ନିହିମୀୟା କେବେ ବି ନିଜ ଅଧିକାରର ବ୍ୟବହାର ନିଜ ଲାଭ ପାଇଁ କଲେ ନାହିଁ (ନିହି ୫:୧୪, ୧୫, ୧୭, ୧୮; ପ୍ର୦୨-ହି ୧୧/୧ ପୃ ୨୭ ¶୪)

ନିହିମୀୟା କେବଳ କାମର ନେତୃତ୍ୱ ନେଲେନି ବରଂ ସେ ନିଜେ ମଧ୍ୟ ସେଥିରେ ଭାଗ ନେଲେ (ନିହି ୫:୧୬; ପ୍ର୧୬.୦୯-ହି ପୃ ୬-୭ ¶୧୬)

ନିହିମୀୟା ଲୋକମାନଙ୍କ ପାଇଁ ଯାହା କଲେ, ତାʼଯୋଗୁଁ ସେ ଯିହୋବାଙ୍କୁ ପ୍ରାର୍ଥନା କରିପାରିଲେ ଯେ ସେ ତାଙ୍କୁ ମନେରଖନ୍ତୁ (ନିହି ୫:୧୯; ପ୍ର୦୦-ହି ୨/୧ ପୃ ୩୨)

ନିହିମୀୟା ଜଣେ ରାଜ୍ୟପାଳ ଥିଲେ, ତଥାପି ସେ କେବେ ବି ଏହା ଆଶା କଲେନି ଯେ ଲୋକମାନେ ତାଙ୍କୁ ବିଶେଷ ସମ୍ମାନ ଦିଅନ୍ତୁ । ସେ ମଣ୍ଡଳୀରେ ସେହି ଲୋକମାନଙ୍କ ପାଇଁ ଗୋଟିଏ ଭଲ ଉଦାହରଣ ଅଟନ୍ତି, ଯେଉଁମାନଙ୍କ ପାଖରେ ଦାୟିତ୍ୱଗୁଡ଼ିକ ଥାଏ କିମ୍ବା ଯେଉଁମାନଙ୍କୁ କୌଣସି ବିଶେଷ କାମ ଦିଆଯାଏ ।

ନିଜକୁ ପଚାରନ୍ତୁ: ‘କʼଣ ମୁଁ ଅନ୍ୟମାନଙ୍କ ପାଇଁ କିଛି କରିବା ପାଇଁ ଭାବେ ନା ମୁଁ ଏହା ଭାବେ ଯେ ଅନ୍ୟମାନେ ମୋ ପାଇଁ କିଛି କରିବା ଉଚିତ୍‌ ?’