इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସେମାନେ ଆମ ପାଇଁ କଠିନ ପରିଶ୍ରମ କରନ୍ତି

ସେମାନେ ଆମ ପାଇଁ କଠିନ ପରିଶ୍ରମ କରନ୍ତି

ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ସ୍ତ୍ରୀ ଭାଇଭଉଣୀମାନଙ୍କୁ ପ୍ରେମ କରନ୍ତି ଓ ସେମାନଙ୍କ ସେବା କରିବା ପାଇଁ ଅନେକ ତ୍ୟାଗ କରନ୍ତି । ଆମ ଭଳି ସେମାନଙ୍କର ମଧ୍ୟ ଅନେକ ଆବଶ୍ୟକତା ଥାଏ । ସେମାନେ ମଧ୍ୟ ବେଳେବେଳେ ଥକିଯାʼନ୍ତି, ନିରାଶ ହୋଇଯାʼନ୍ତି ଓ ଚିନ୍ତା କରିବାକୁ ଲାଗନ୍ତି । (ଯାକୁ ୫:୧୭) ତଥାପି ପ୍ରତି ସପ୍ତାହ ସେମାନେ ଯେଉଁମଣ୍ଡଳୀକୁ ଯାʼନ୍ତି, ସେଠାକାର ଭାଇଭଉଣୀମାନଙ୍କର ସାହସ ବଢ଼ାଇବା ପାଇଁ ଧ୍ୟାନ ଦିଅନ୍ତି । ସତରେ, ସର୍କିଟ ଅଧ୍ୟକ୍ଷମାନେ “ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ” ଅଟନ୍ତି ।—୧ ତୀମ ୫:୧୭.

ଥରେ ପ୍ରେରିତ ପାଉଲ ରୋମର ଭାଇଭଉଣୀମାନଙ୍କୁ “ଆତ୍ମିକ ଦାନ” [ଈଶ୍ୱରଙ୍କ ତରଫରୁ ଆଶିଷ] ଦେବା ପାଇଁ ରୋମ ଯିବାକୁ ଚାହୁଁଥିଲେ । ସେ ଏଥିପାଇଁ ମଧ୍ୟ ସେମାନଙ୍କୁ ଭେଟିବା ପାଇଁ ଚାହୁଁଥିଲେ ଯେ ସମସ୍ତେ ‘ଉଭୟ ପକ୍ଷର ଉତ୍ସାହ ବଢ଼ାଇପାରିବେ ।’ (ରୋମୀ ୧:୧୧, ୧୨) କʼଣ ଆପଣ ଭାବିଛନ୍ତି ଯେ ଆପଣ ନିଜ ସର୍କିଟ ଅଧ୍ୟକ୍ଷଙ୍କ ଓ ଯଦି ସେ ବିବାହିତ, ତାହେଲେ ତାଙ୍କ ସ୍ତ୍ରୀଙ୍କର ମଧ୍ୟ କିପରି ଉତ୍ସାହ ବଢ଼ାଇପାରିବେ ?

ଗାଁରେ ଜଣେ ସର୍କିଟ ଅଧ୍ୟକ୍ଷଙ୍କ ଜୀବନ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ସ୍ତ୍ରୀ ମଣ୍ଡଳୀର ଭାଇଭଉଣୀମାନଙ୍କ ପାଇଁ କିପରି ନିଜ ପ୍ରେମ ଦେଖାନ୍ତି ଓ ତ୍ୟାଗ କରନ୍ତି ?

  • ସେମାନଙ୍କ ପରିଶ୍ରମରୁ ଆପଣଙ୍କୁ କʼଣ ଲାଭ ହୋଇଛି ?

  • ଆମେ ସେମାନଙ୍କ ଉତ୍ସାହ କିପରି ବଢ଼ାଇପାରିବା ?