इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୬ ଅଗଷ୍ଟ–୧ ସେପ୍ଟେମ୍ବର

ଗୀତସଂହିତା ୭୮

୨୬ ଅଗଷ୍ଟ–୧ ସେପ୍ଟେମ୍ବର

ଗୀତ ୯୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଇସ୍ରାଏଲୀୟମାନଙ୍କ ଭଳି ବିଶ୍ୱାସଘାତକ ହୁଅନ୍ତୁ ନାହିଁ

(୧୦ ମି.)

ଇସ୍ରାଏଲୀୟମାନେ ଭୁଲିଗଲେ ଯେ ଯିହୋବା ସେମାନଙ୍କ ପାଇଁ କʼଣ କʼଣ ଆଶ୍ଚର୍ଯ୍ୟଜନକ କାମ କଲେ (ଗୀତ ୭୮:୧୧, ୪୨; ପ୍ର୯୬-ହି ୧୨/୧ ପୃ ୨୯-୩୦)

ଇସ୍ରାଏଲୀୟମାନଙ୍କୁ ଯିହୋବା ଯେଉଁ ଭଲ ଜିନିଷଗୁଡ଼ିକ ଦେଲେ ସେଗୁଡ଼ିକ ପାଇଁ ସେମାନେ କୃତଜ୍ଞତା ଦେଖାଇଲେ ନାହିଁ (ଗୀତ ୭୮:୧୯; ପ୍ର୦୬-ହି ୮/୧ ପୃ ୧୦ ¶୧୬)

ଇସ୍ରାଏଲୀୟମାନେ ନିଜ ଭୁଲଗୁଡ଼ିକରୁ ଶିଖିଲେ ନାହିଁ, ବରଂ ବାରମ୍ବାର ଯିହୋବାଙ୍କ ସହ ବିଶ୍ୱାସଘାତ କଲେ (ଗୀତ ୭୮:୪୦, ୪୧, ୫୬, ୫୭; ପ୍ର୧୧-ଇଂ ୭/୧ ପୃ ୧୦ ¶୩-୪)


ଚିନ୍ତନ ପାଇଁ: ଯଦି ଆମେ ଯିହୋବାଙ୍କ ସହ ବିଶ୍ୱାସଘାତ କରିବା ପାଇଁ ଚାହୁ ନାହୁଁ, ତେବେ ଆମକୁ କʼଣ କରିବାକୁ ପଡ଼ିବ ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୭୮:୨୪, ୨୫—ମାନ୍ନାକୁ “ସ୍ୱର୍ଗର ଶସ୍ୟ” ଓ “ପରାକ୍ରମୀଗଣର ଆହାର” କାହିଁକି କୁହାଯାଇଛି ? (ପ୍ର୦୬-ହି ୮/୧ ପୃ ୪ ¶୩)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଗୋଟିଏ ଟ୍ରାକ୍ଟର ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । ତାʼପରେ ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୪)

୬. କଥାବାର୍ତ୍ତା ଆରମ୍ଭ କରିବା

(୧ ମି.) ଘର ଘର ପ୍ରଚାର । ଯଦି ଘରମାଲିକ କହନ୍ତି ଯେ ଯାହା କହିବାର ଅଛି, ଶୀଘ୍ର କହ, ତେବେ ତାଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୭. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବାଇବଲ ବିଷୟରେ ନ କହି, ଜଣେ ବ୍ୟକ୍ତିଙ୍କୁ କଥା କଥାରେ ହିଁ କହନ୍ତୁ ଯେ ଆପଣ ଯିହୋବାଙ୍କ ସାକ୍ଷୀ ଅଟନ୍ତି । ତାʼପରେ ତାଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୯୬

୮. ପ୍ରଚାରକ ଫିଲିପ୍ପଙ୍କ ଭଳି ହୁଅନ୍ତୁ

(୧୫ ମି.) ଆଲୋଚନା ।

ବାଇବଲରେ ଅନେକ ଭଲ ଓ ଖରାପ ଲୋକଙ୍କ ଉଦାହରଣ ଦିଆଯାଇଛି । ସେଥିରୁ ଶିଖିବା ପାଇଁ ଆମକୁ ସମୟ ବାହାର କରିବାକୁ ଓ ପରିଶ୍ରମ କରିବାକୁ ପଡ଼ିବ । ସେମାନଙ୍କ ବିଷୟରେ ପଢ଼ିବା ଛଡ଼ା, ସେମାନଙ୍କଠାରୁ ଯାହା ଶିଖୁ ତାʼ ଉପରେ ଚିନ୍ତନ କରିବାକୁ ଆଉ ନିଜଠାରେ ପରିବର୍ତ୍ତନ କରିବାକୁ ପଡ଼ିବ ।

ପ୍ରଚାରକ ଫିଲିପ୍ପ ଜଣେ ଏପରି ଖ୍ରୀଷ୍ଟିୟାନ ଭାବରେ ପରିଚିତ ଥିଲେ, ଯିଏ “ଆତ୍ମା [‘ପବିତ୍ର ଶକ୍ତି,’ NWT] ଓ ଜ୍ଞାନରେ [‘ବୁଦ୍ଧି’ NWT] ପରିପୂର୍ଣ୍ଣ” ଥିଲେ । (ପ୍ରେରି ୬:୩,) ତାଙ୍କ ଉଦାହରଣରୁ ଆମେ କʼଣ କʼଣ ଶିଖିପାରିବା ?

ଇତିହାସରୁ ଜାଣନ୍ତୁ—ପ୍ରଚାରକ ଫିଲିପ୍ପଙ୍କ ବିଷୟରେ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ ଯେ ଆଗକୁ ଦିଆଯାଇଥିବା କଥାଗୁଡ଼ିକରୁ ସେମାନେ କʼଣ ଶିଖିଲେ ।

  • ପରିସ୍ଥିତି ବଦଳିବା ମାତ୍ରେ ଫିଲିପ୍ପ କିଛି ପଦକ୍ଷେପ ନେଲେ ।—ପ୍ରେରି ୮:୧, ୪, ୫

  • ଯେବେ ଫିଲିପ୍ପ ସେଠାରେ ଯାଇ ସେବା କଲେ ଯେଉଁଠାରେ ପ୍ରଚାରକଙ୍କ ଅଧିକ ଆବଶ୍ୟକ ଥିଲା, ତେବେ ତାଙ୍କୁ ବହୁତ ଆଶିଷ ମିଳିଲା । —ପ୍ରେରି ୮:୬-୮, ୨୬-୩୧, ୩୪-୪୦

  • ଫିଲିପ୍ପ ଓ ତାଙ୍କ ପରିବାର ଅତୀଥି ସତ୍କାର ଦେଖାଉଥିଲେ, ତେଣୁ ସେମାନଙ୍କୁ ବହୁତ ଲାଭ ମିଳିଲା ।—ପ୍ରେରି ୨୧:୮-୧୦

  • ଭିଡିଓରେ ଦେଖାଇ ଦିଆଯାଇଥିବା ପରିବାରକୁ ବହୁତ ଖୁସି ମିଳିଲା, ଯେବେ ସେମାନେ ଫିଲିପ୍ପଙ୍କ ଉଦାହରଣରେ ଚାଲିଲେ

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୦୧ ଏବଂ ପ୍ରାର୍ଥନା