इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୫-୧୧ ଅଗଷ୍ଟ

ଗୀତସଂହିତା ୭୦–୭୨

୫-୧୧ ଅଗଷ୍ଟ

ଗୀତ ୫୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ଆସନ୍ତା ପିଢ଼ି ନିକଟରେ ତୁମ୍ଭର ବଳ’ ବିଷୟରେ କହିବି

(୧୦ ମି.)

ଦାଉଦ ଯେବେ ଯୁବା ଥିଲେ, ତେବେ ଯିହୋବା ତାଙ୍କ ସୁରକ୍ଷା କଲେ (ଗୀତ ୭୧:୫; ପ୍ର୯୯-ହି ୯/୧ ପୃ ୧୮ ¶୧୭)

ଦାଉଦଙ୍କ ବୃଦ୍ଧାବସ୍ଥା ସମୟରେ ବି ଯିହୋବା ତାଙ୍କ ସାହାଯ୍ୟ କଲେ (ଗୀତ ୭୧:୯; ସଜା୦୪-ହି ୧୦/୮ ପୃ ୨୩ ¶୩)

ଦାଉଦ ନିଜ ଜୀବନ କାହାଣୀଗୁଡ଼ିକ ଶୁଣାଇ ଯୁବାମାନଙ୍କର ସାହସ ବଢ଼ାଇଲେ (ଗୀତ ୭୧:୧୭, ୧୮; ପ୍ର୧୪-ହି ୧/୧୫ ପୃ ୨୩ ¶୪-୫)

ନିଜକୁ ପଚାରନ୍ତୁ: ‘ଲମ୍ବା ସମୟରୁ ଯିହୋବାଙ୍କ ସେବା କରୁଥିବା ଏପରି କେଉଁ ଭାଇ କିମ୍ବା ଭଉଣୀଙ୍କ ଇଣ୍ଟରଭ୍ୟୁ ମୁଁ ପାରିବାରିକ ଉପାସନାରେ ନେବା ପାଇଁ ଚାହିଁବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୭୨:୮ଆଦି ପୁସ୍ତକ ୧୫:୧୮ ପଦରେ ଯିହୋବା ଅବ୍ରହାମଙ୍କୁ ଯେଉଁ ପ୍ରତିଜ୍ଞା କଲେ, ତାହା କିପରି ରାଜା ଶଲୋମନଙ୍କ ଶାସନ ସମୟରେ ପୂରା ହେଲା ? (ଇନସାଇଟ୍‌-୧ ପୃ ୭୬୮)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଯେବେ ଘରମାଲିକ ଯୁକ୍ତିତର୍କ କରିବାକୁ ଲାଗନ୍ତି, ତେବେ ପ୍ରେମର ସହ କଥାବାର୍ତ୍ତା ବନ୍ଦ କରିଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ କୌଣସି ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ, ଯିଏ ବାଇବଲ ଅଧ୍ୟୟନ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୪)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୪୯—ଭାଷଣ: ଯିହୋବାଙ୍କ ସାକ୍ଷୀ କିଛି ବିଷୟରେ ଆଗରୁ ଯାହା ମାନୁଥିଲେ, ସେଥିରେ କାହିଁକି ପରିବର୍ତ୍ତନ କରନ୍ତି ? (ଶିଖାଇବା ଅଧ୍ୟୟନ ୧୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୭୬

୭. ପାରିବାରିକ ଉପାସନା କିପରି କରିବା ?

(୧୫ ମି.) ଆଲୋଚନା ।

ପାରିବାରିକ ଉପାସନା ଖ୍ରୀଷ୍ଟିୟାନ ପରିବାର ପାଇଁ ଗୋଟିଏ ଜରୁରୀ ସମୟ ରହେ । ଏହି ସମୟରେ ପିଲାମାନଙ୍କୁ “ପ୍ରଭୁଙ୍କ ଶିକ୍ଷା ଓ ଚେତନା” ଦିଆଯାଏ ଅର୍ଥାତ୍‌ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଶିଖାଯାଏ ଏବଂ ବୁଝାଯାଏ । (ଏଫି ୬:୪) ଏହା ସତ ଯେ ବାଇବଲର ସତ୍ୟଗୁଡ଼ିକୁ ଶିଖିବା ପାଇଁ ପରିଶ୍ରମ କରିବାକୁ ପଡ଼େ, କିନ୍ତୁ ଏହା ପିଲାମାନଙ୍କ ପାଇଁ ମଜାଦାର ବି ହୋଇପାରେ, ବିଶେଷ କରି ସେସମୟରେ ଯେବେ ଏବିଷୟରେ ସେମାନଙ୍କୁ ଜାଣିବା ପାଇଁ ଇଚ୍ଛା ହୁଏ । (ଯୋହ ୬:୨୭; ୧ପିତ ୨:୨) “ ପାରିବାରିକ ଉପାସନା ପାଇଁ ପରାମର୍ଶ” ବକ୍ସ ସାହାଯ୍ୟରୁ ବାପାମାଆ ପାରିବାରିକ ଉପାସନାରେ ପିଲାମାନଙ୍କୁ ଭଲଭାବେ ଶିଖାଇପାରିବେ ଓ ତାହାକୁ ଆହୁରି ମଜାଦାର ବି କରିପାରିବେ । ଏହି ବକ୍ସର କିଛି କଥାଗୁଡ଼ିକ ବିଷୟରେ କହନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆପଣ କେଉଁ ପରାମର୍ଶ ଆପଣାଇବା ପାଇଁ ଚାହିଁବେ ?

  • ଏହି ପରାମର୍ଶଗୁଡ଼ିକ ଛଡ଼ା କʼଣ ଆପଣ ଆଉ କିଛି କରିଛନ୍ତି ଯାହା ଲାଭଦାୟକ ରହିଛି ?

ପାରିବାରିକ ଉପାସନାକୁ ଆହୁରି ମଜାଦାର କରନ୍ତୁ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯଦି ଆପଣଙ୍କ ପରିବାରରେ କେହି ପିଲା ନାହାନ୍ତି, ତାହେଲେ ସ୍ୱାମୀ ନିଜ ନିଜ ସ୍ତ୍ରୀଙ୍କ ପାଇଁ ପାରିବାରିକ ଉପାସନାକୁ କିପରି ଆହୁରି ମଜାଦାର କରିପାରିବେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୨୩ ଏବଂ ପ୍ରାର୍ଥନା