ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଆବଶ୍ୟକ ଅନୁଯାୟୀ କଥାବାର୍ତ୍ତାରେ ପରିବର୍ତ୍ତନ କରନ୍ତୁ
ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଅଭିଷିକ୍ତ ଖ୍ରୀଷ୍ଟିୟାନ ଓ ଅନ୍ୟ ମେଷମାନେ ସମସ୍ତଙ୍କୁ “ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ” କରିବାକୁ ନିମନ୍ତ୍ରଣ କରନ୍ତି । (ପ୍ରକା ୨୨:୧୭) ଜୀବନ ଦେଉଥିବା ଏହି ଲାକ୍ଷଣିକ ଜଳ ଯିହୋବାଙ୍କର ଏପରି ସମସ୍ତ ବ୍ୟବସ୍ଥାକୁ ଦର୍ଶାଏ, ଯାହା ଆଜ୍ଞାକାରୀ ମଣିଷମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କରିଥାଏ । ଭିନ୍ନ ଭିନ୍ନ ପ୍ରଥା ଓ ଧର୍ମଗୁଡ଼ିକୁ ମାନୁଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆମକୁ ‘ଅନନ୍ତକାଳସ୍ଥାୟୀ ସୁସମାଚାରକୁ’ ଏପରି ଭାବେ ଜଣାଇବା ଉଚିତ୍, ଯାହାଫଳରେ ସେମାନେ ସତ୍ୟ ଆଡ଼କୁ ଆକର୍ଷିତ ହେବେ ।—ପ୍ରକା ୧୪:୬.
ଏହା କିପରି କରିପାରିବା:
-
କୌଣସି ଏକ ବିଷୟ ଓ ପଦ ବାଛନ୍ତୁ, ଯାହା ଆପଣଙ୍କ ଅଞ୍ଚଳର ଲୋକମାନଙ୍କ ହୃଦୟକୁ ଛୁଇଁବ । ଆପଣ ଚାହିଁଲେ ‘ପ୍ରଚାର କରିବାର ନମୁନାରୁ’ କିମ୍ବା ଆପଣଙ୍କୁ ଯେଉଁ ବିଷୟଗୁଡ଼ିକରେ କଥାବାର୍ତ୍ତା କରି ଭଲ ପରିଣାମ ମିଳିଛି, ସେଥିମଧ୍ୟରୁ ଗୋଟିଏ ବାଛନ୍ତୁ । ଲୋକେ କେଉଁ ବିଷୟ କିମ୍ବା ପଦଗୁଡ଼ିକ ଉପରେ କଥା ହେବା ପାଇଁ ପସନ୍ଦ କରନ୍ତି ? କʼଣ ନିକଟ ଅତୀତରେ ଏପରି କିଛି ଘଟଣା ଘଟିଛି, ଯାହା ବିଷୟରେ ଲୋକେ କଥା ହେଉଛନ୍ତି ? ଜଣେ ପୁରୁଷ କିମ୍ବା ସ୍ତ୍ରୀ ସହ କେଉଁ ବିଷୟରେ କଥା ହେବା ଭଲ ହେବ ?
-
ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଯେପରି ଭାବେ ନମସ୍କାର ଜଣାନ୍ତି, ସେହିପରି ଘରମାଲିକଙ୍କୁ ନମସ୍କାର ଜଣାନ୍ତୁ ।—୨କରି ୬:୩, ୪.
-
ଶିକ୍ଷା ଉପକରଣ ବକ୍ସରେ ଥିବା ପ୍ରକାଶନ ଓ ଭିଡିଓଗୁଡ଼ିକ ସହ ଭଲ ଭାବେ ପରିଚିତ ହୁଅନ୍ତୁ, ଯାହାଫଳରେ ଆଗ୍ରହ ଦେଖାଉଥିବା ଲୋକମାନଙ୍କୁ ଆପଣ କିଛି ଦେଇପାରିବେ
-
ଆପଣଙ୍କ ପ୍ରଚାର ଅଞ୍ଚଳରେ ଲୋକେ ଯେଉଁ ଭାଷା କୁହନ୍ତି, ସେହି ଭାଷାରେ ପ୍ରକାଶନ ଓ ଭିଡିଓଗୁଡ଼ିକ ଡାଉନଲୋଡ୍ କରନ୍ତୁ
-
ଘରମାଲିକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଆପଣ ଯେଉଁ ବିଷୟରେ କଥା ହେଉଛନ୍ତି, ସେଥିରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ରହନ୍ତୁ । (୧କରି ୯:୧୯-୨୩) ଉଦାହରଣ ପାଇଁ, ଯଦି ଆପଣ ଜାଣନ୍ତି ଯେ ଘରମାଲିକ ଏବେ ଏବେ କାହାରିକୁ ମୃତ୍ୟୁରେ ହରାଇଛନ୍ତି, ତେବେ ଆପଣ କʼଣ କହିବେ ?
ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଘରମାଲିକଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ପ୍ରଚାରକ କେଉଁ ବିଷୟ ବାଛିଲେ ?
-
ଘରମାଲିକଙ୍କ ଜୀବନରେ କʼଣ ଚାଲୁଥିଲା ?
-
ଏପରି ପରିସ୍ଥିତିରେ କେଉଁ ପଦ ଦେଖାଇବା ଅଧିକ ଫଳପ୍ରଦ ହୋଇଥାଏ ଏବଂ କାହିଁକି ?
-
ଆପଣ ଘରମାଲିକଙ୍କ ଆବଶ୍ୟକତା ଅନୁସାରେ ନିଜ କଥାବାର୍ତ୍ତାରେ କିପରି ପରିବର୍ତ୍ତନ କରିପାରିବେ ?