ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପୃଥିବୀ “ନଦୀକୁ ଗ୍ରାସ” କଲା
ଇତିହାସରେ ଭିନ୍ନ ଭିନ୍ନ ସମୟରେ ଅନେକ ସରକାରୀ ଅଧିକାରୀମାନେ ଯିହୋବାଙ୍କ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି । (ଏଜ୍ରା ୬:୧-୧୨; ଏଷ୍ଟ ୮:୧୦-୧୩) ଏହା ଆଜି ମଧ୍ୟ ସତ । ଆମେ ଦେଖିଛୁ ଯେ ଯେତେବେଳେ ସର୍ପ ଅର୍ଥାତ୍ ଶୟତାନ ଆମ ବିରୁଦ୍ଧରେ ଲୋକମାନଙ୍କୁ ପ୍ରବର୍ତ୍ତାଏ, ସେତେବେଳେ ପୃଥିବୀ ଅର୍ଥାତ୍ ଜଗତର ଶକ୍ତିଶାଳୀ ଅଧିକାରୀମାନେ ବେଳେ ବେଳେ ଆମକୁ ସାହାଯ୍ୟ କରିଥାʼନ୍ତି । ଏହିପରି ଭାବେ ଏହି ଅଧିକାରୀମାନେ ବିରୋଧର ‘ନଦୀର’ ପାଣିକୁ ଗ୍ରାସ କରିଥାʼନ୍ତି । (ପ୍ରକା ୧୨:୧୬) ଯିହୋବା “ଉଦ୍ଧାରସାଧକ ପରମେଶ୍ୱର ଅଟନ୍ତି ।” ମାନବୀୟ ଅଧିକାରୀମାନେ ଯେପରି ଆମକୁ ସାହାଯ୍ୟ କରିବେ, ସେଥିପାଇଁ ଯିହୋବା ଅନେକ ଥର ସେମାନଙ୍କୁ ପ୍ରେରିତ କରଥାʼନ୍ତି ଏବଂ ନିଜ ଲୋକମାନଙ୍କୁ ସାନ୍ତ୍ୱନା ଯୋଗାଇଥାʼନ୍ତି ।—ଗୀତ ୬୮:୨୦; ହିତୋ ୨୧:୧.
କିନ୍ତୁ, ଯଦି ଆପଣଙ୍କୁ ନିଜ ବିଶ୍ୱାସ ଯୋଗୁଁ ଜେଲରେ ରଖାଯାଏ, ତେବେ ଆପଣ କʼଣ କରିବେ ? ଦୃଢ଼ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ପରିସ୍ଥିତି ଜାଣନ୍ତି । (ଆଦି ୩୯:୨୧-୨୩; ଗୀତ ୧୦୫:୧୭-୨୦) ଯଦି ଆପଣ ସମସ୍ୟାଗୁଡ଼ିକ ସତ୍ତ୍ୱେ ବିଶ୍ୱସ୍ତ ରହିବେ, ତେବେ ଆପଣଙ୍କୁ ନିଶ୍ଚୟ ଭରପୂର ଆଶିଷ ମିଳିବ ଏବଂ ସାରା ପୃଥିବୀରେ ଭାଇମାନଙ୍କର ମଧ୍ୟ ସାହସ ବଢ଼ିବ ।—ଫିଲିପ୍ ୧:୧୨-୧୪; ପ୍ରକା ୨:୧୦.
କୋରିଆର ଭାଇମାନେ ଜେଲରୁ ମୁକ୍ତ ହେଲେ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ । ତାʼପରେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଅନେକ ବର୍ଷ ଧରି ଦକ୍ଷିଣ କୋରିଆର ହଜାର ହଜାର ଭାଇମାନଙ୍କୁ କାହିଁକି ଜେଲଦଣ୍ଡ ମିଳି ଆସୁଛି ?
-
ଅଦାଲତର କେଉଁ ନିଷ୍ପତ୍ତିଗୁଡ଼ିକ ଯୋଗୁଁ କିଛି ଭାଇମାନଙ୍କୁ ଶୀଘ୍ର ମୁକ୍ତ କରି ଦିଆଗଲା ?
-
ସାରା ପୃଥିବୀରେ ଯେଉଁ ଭାଇମାନେ ନିଜ ବିଶ୍ୱାସ ଯୋଗୁଁ ଜେଲରେ ଅଛନ୍ତି, ସେମାନଙ୍କୁ ଆମେ କିପରି ସାହାଯ୍ୟ କରିପାରିବା ?
-
ଆଜି ଆମ ପାଖରେ ଯେଉଁ ସ୍ୱାଧୀନତା ରହିଛି, ତାକୁ ଆମେ କିପରି ବ୍ୟବହାର କରିପାରିବା ?
-
ଅଦାଲତଗୁଡ଼ିକରେ ମିଳୁଥିବା ସଫଳତା ପଛରେ କାହାର ହାତ ଥାଏ ?