କୁଷ୍ଠରୋଗ ବିଷୟରେ ଦିଆଯାଇଥିବା ନିୟମରୁ ଆମେ କʼଣ ଶିଖୁ ?
କୁଷ୍ଠରୋଗ ବିଷୟରେ ଯେଉଁ ନିୟମଗୁଡ଼ିକ ଦିଆଯାଇଥିଲା, ସେଥିରୁ ଆମେ କʼଣ ଶିଖୁ ?
-
ଯିହୋବା ଯାଜକମାନଙ୍କୁ କହିଥିଲେ ଯେ କାହାରିକୁ କୁଷ୍ଠରୋଗ ହୋଇଛି ନା ନାହିଁ, ତାହା ସେମାନେ କିପରି ଜାଣିପାରିବେ ଏବଂ ଏପରି କ୍ଷେତ୍ରରେ ସେମାନେ କʼଣ କରିବା ଉଚିତ୍ ? ଠିକ୍ ସେହିପରି, ଆଜି ପ୍ରାଚୀନମାନେ ତୁରନ୍ତ ଏପରି ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତି, ଯେଉଁମାନଙ୍କର ଯିହୋବାଙ୍କ ସହ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଥାଏ ।—ଯାକୁ ୫:୧୪, ୧୫
-
ଇସ୍ରାଏଲୀୟମାନଙ୍କୁ କୁଷ୍ଠରୋଗରେ ସଂକ୍ରମିତ ହୋଇଥିବା ଜିନିଷଗୁଡ଼ିକୁ ନିଆଁରେ ଜଳାଇ ଦେବାର ଥିଲା, ଯାହାଫଳରେ ଏହି ରୋଗ ସଂକ୍ରମଣ ନ ହୁଅନ୍ତା । ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଏପରି ପ୍ରତ୍ୟେକ କାମ ଛାଡ଼ି ଦେବା ଉଚିତ୍, ଯାହାଯୋଗୁଁ ସେମାନେ ପାପ କରିପାରନ୍ତି ଏବଂ ଯିହୋବାଙ୍କ ସହ ସେମାନଙ୍କ ସମ୍ପର୍କ ବିପଦରେ ପଡ଼ିପାରେ । (ମାଥି ୧୮:୮, ୯) ହୁଏତ ସେମାନଙ୍କୁ କିଛି ଲୋକଙ୍କ ସହ ସଙ୍ଗତି କରିବା ଛାଡ଼ିବାକୁ ପଡ଼ିବ, କିଛି ବଦଭ୍ୟାସ ଛାଡ଼ିବାକୁ ପଡ଼ିବ କିମ୍ବା କିଛି ପ୍ରକାରର ମନୋରଞ୍ଜନଗୁଡ଼ିକୁ ଛାଡ଼ିବାକୁ ପଡ଼ିବ
ଜଣେ ଖ୍ରୀଷ୍ଟିୟାନ କିପରି ଦେଖାଇପାରିବେ ଯେ ସେ ଯିହୋବାଙ୍କ ଆଜ୍ଞା ମାନିବାକୁ ଚାହାନ୍ତି ?