ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ
ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ
ବାଇବଲ ବିଦ୍ୟାର୍ଥୀମାନଙ୍କ ସହ ଯାହା ଆମେ ଅଧ୍ୟୟନ କରୁ, ତାହା ଯଥେଷ୍ଟ ନୁହେଁ । ସେମାନେ ନିଜେ ମଧ୍ୟ ଅଧ୍ୟୟନ କରିବା ଶିଖିବା ଉଚିତ୍ । ତେବେ ଯିହୋବାଙ୍କ ସହ ତାଙ୍କ ସମ୍ପର୍କ ମଜବୁତ୍ ହେବ ଓ ସେମାନେ ଆହୁରି ଉନ୍ନତି କରିପାରିବେ ।—ମାଥି ୫:୩; ଏବ୍ରୀ ୫:୧୨–୬:୨.
ଆରମ୍ଭରୁ ନିଜ ବିଦ୍ୟାର୍ଥୀମାନଙ୍କୁ ବାଇବଲ ଅଧ୍ୟୟନର ପ୍ରସ୍ତୁତି କରିବା ଶିଖାନ୍ତୁ ଓ ଏପରି କରିବା ପାଇଁ ସବୁବେଳେ ଉତ୍ସାହିତ କରନ୍ତୁ । (ସ.ପୁ ୧୮, ୦୩ ପୃ ୬) ସେମାନଙ୍କୁ କହନ୍ତୁ ଯେ ଯେତେବେଳେ ସେମାନେ ନିଜେ ଅଧ୍ୟୟନ କରନ୍ତି, ସେତେବେଳେ ପ୍ରଥମେ ପ୍ରାର୍ଥନା କରନ୍ତୁ । ସେମାନଙ୍କୁ ଆମ ୱେବସାଇଟ୍ ଓ ଆପ୍ରେ ଦିଆଯାଇଥିବା ପ୍ରକାଶନ ବ୍ୟବହାର କରିବା ଶିଖାନ୍ତୁ । ସେମାନଙ୍କୁ କହନ୍ତୁ ଯେ ସେମାନେ ୱେବସାଇଟ୍ ଉପରେ “ଦେଖ କʼଣ ନୂଆ ଅଛି” ଭାଗକୁ ଦେଖୁଥାନ୍ତୁ । ତାʼପରେ ସେମାନଙ୍କୁ ଶିଖାନ୍ତୁ ଯେ ସେମାନେ କିପରି ପ୍ରତିଦିନ ବାଇବଲ ପଢ଼ିପାରିବେ, ସଭାଗୁଡ଼ିକର ପ୍ରସ୍ତୁତି କରିପାରିବେ ଏବଂ ନିଜେ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିପାରିବେ । ସେମାନଙ୍କୁ ଚିନ୍ତନ କରିବା ପାଇଁ ମଧ୍ୟ ଶିଖାନ୍ତୁ ।
ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।
-
ନୀତା ନମ୍ରତାଙ୍କୁ କିପରି ବୁଝାଇଲେ ଯେ କେବଳ ଉତ୍ତର ଖୋଜିବା ଯଥେଷ୍ଟ ନୁହେଁ ?
-
ଯିହୋବା ଯୌନ ଅନୈତିକତା ବିଷୟରେ ଯେଉଁ ଆଜ୍ଞା ଦେଇଛନ୍ତି, ତାହା ଠିକ୍ ବୋଲି ନମ୍ରତାଙ୍କୁ କିପରି ବିଶ୍ୱାସ ହେଲା ?
-
ଚିନ୍ତନ କରିବାର ଅର୍ଥ କʼଣ ଏ ବିଷୟରେ ନମ୍ରତା କʼଣ ଶିଖିଲେ ?