इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଭଉଣୀମାନେ ଆଉ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବା କରିପାରିବେ ?

ଭଉଣୀମାନେ ଆଉ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବା କରିପାରିବେ ?

ରାଜ୍ୟର ପ୍ରଚାର ସେବା କରିବାରେ ଭଉଣୀମାନଙ୍କର ବହୁତ ବଡ଼ ହାତ ରହିଛି । (ଗୀତ ୬୮:୧୧) ସେମାନେ ବହୁ ମାତ୍ରାରେ ବାଇବଲ ଅଧ୍ୟୟନ କରନ୍ତି । ଅଧିକାଂଶ ଅଗ୍ରଦୂତ ଭଉଣୀମାନେ ଅଛନ୍ତି । ହଜାର ହଜାର ଭଉଣୀମାନେ ବୈଥେଲରେ ସେବା କରନ୍ତି, ମିଶନାରୀ ସେବା କରନ୍ତି, ଓ ନିର୍ମାଣ କାମ ଏବଂ ଅନୁବାଦ କାମ ମଧ୍ୟ କରନ୍ତି । ଯେଉଁ ଭଉଣୀମାନଙ୍କର ବିଶ୍ୱାସ ମଜବୁତ ସେମାନେ ନିଜ ପରିବାର ଓ ମଣ୍ଡଳୀର ଉତ୍ସାହ ବଢ଼ାଇ ଥାʼନ୍ତି । (ହିତୋ ୧୪:⁠୧) ଯଦିଓ ଭଉଣୀମାନେ ପ୍ରାଚୀନ ଓ ସହାୟକ ସେବକ ହୋଇ ପାରି ନ ଥାʼନ୍ତି, କିନ୍ତୁ ଅନ୍ୟ ଉପାୟରେ ସେମାନେ ସେବା କରିପାରନ୍ତି । ଏହା ସେମାନେ କିପରି କରନ୍ତି ?

  • ଈଶ୍ୱରଙ୍କ ମନପସନ୍ଦ ଗୁଣ ବଢ଼ାଇ—୧ ତୀମ ୩:୧୧; ୧ପିତ ୩:୩-୬.

  • ଏପରି ଭଉଣୀମାନଙ୍କୁ ସାହାଯ୍ୟ କରି ଯେଉଁମାନେ ଯୁବତୀ କିମ୍ବା ସତ୍ୟରେ ନୂଆ ଅଛନ୍ତି ।—ତୀତ ୨:୩-୫.

  • ଭଲ ଭାବେ ସାକ୍ଷ୍ୟ ଦେଇ ଓ ପ୍ରଚାର ସେବାରେ ଅଧିକ ସମୟ ବିତାଇ ।

  • ଅନ୍ୟ ଭାଷା ଶିଖି

  • ଯେଉଁଠି ପ୍ରଚାରକଙ୍କ ଅଧିକ ଆବଶ୍ୟକ ରହିଛି ସେଠାକୁ ଯାଇ

  • ବୈଥେଲ ସେବା କିମ୍ବା ନିର୍ମାଣ କାମ ପାଇଁ ଫର୍ମ ପୂରଣ କରି

  • ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଫର୍ମ ପୂରଣ କରି

‘ପ୍ରଭୁଙ୍କ ସେବାରେ କଠିନ ପରିଶ୍ରମ କରୁଥିବା ସ୍ତ୍ରୀମାନେ’ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ ।

  • ଭଉଣୀମାନେ କହିଥିବା କେଉଁ କଥା ଆପଣଙ୍କୁ ଉତ୍ସାହିତ କରିଛି ?