ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିହୋବା ଅସମ୍ଭବକୁ ସମ୍ଭବ କଲେ
ଯେବେ ଭୟଙ୍କର ଦୁର୍ଭିକ୍ଷ ହୋଇଥିଲା, ତେବେ ଯିହୋବା କହିଲେ ଯେ ତାʼପର ଦିନ ପ୍ରଚୁର ଖାଇବା ପିଇବାର ଜିନିଷ ଥିବ (୨ରାଜା ୭:୧; ଇନସାଇଟ୍-୧ ପୃ ୭୧୬-୭୧୭)
ଇସ୍ରାଏଲର ଜଣେ ସେନାପତି ଯିହୋବାଙ୍କର ଏହି ପ୍ରତିଜ୍ଞାର ମଜାକ ଉଡ଼ାଇଲେ (୨ରାଜା ୭:୨)
ଯିହୋବା ତାହା କରିକି ଦେଖାଇଲେ, ଯାହା ଲୋକମାନେ ଆଶା ବି କରି ନ ଥିଲେ (୨ରାଜା ୭:୬, ୭, ୧୬-୧୮)
ଯିହୋବା କହିଥିଲେ ଯେ ଲୋକମାନଙ୍କ ବିନାଶ ହଠାତ୍ ହେବ, ଅର୍ଥାତ୍ ଏପରି ସମୟରେ ଯେବେ ଲୋକମାନେ ଭାବି ବି ନ ଥିବେ । (୧ଥେସ ୫:୨, ୩) ଯିହୋବାଙ୍କ କଥା ଉପରେ ବିଶ୍ୱାସ କରିବା କାହିଁକି ଜରୁରୀ ?