इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ

ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ

ଖ୍ରୀଷ୍ଟିୟାନମାନେ ଜାଣନ୍ତି ଯେ ତାଙ୍କ ଉପରେ ଅତ୍ୟାଚାର କରାଯିବ । (ଯୋହ ୧୫:୨୦) ଆଉ ଯେବେ ଏପରି ହୁଏ, ତେବେ ଚିନ୍ତା ତ ଲାଗେ ଓ ହୁଏତ ଆମକୁ କିଛି ସମସ୍ୟାଗୁଡ଼ିକର ସାମନା କରିବାକୁ ବି ପଡ଼େ । କିନ୍ତୁ ଏପରି ଅତ୍ୟାଚାର ସମୟରେ ବି ଆମେ ଖୁସିରେ ରହିପାରିବା, ଯଦି ଆମେ ଧୈର୍ଯ୍ୟର ସହ ତାʼର ସାମନା କରିବା ।—ମାଥି ୫:୧୦-୧୨; ୧ପିତ ୨:୧୯, ୨୦.

ଆମେ ଖୁସିରେ ରହିପାରିବା . . . ତାଡ଼ନା ସତ୍ତ୍ୱେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

ଭାଇ ବାଝେନଭଙ୍କ ଅନୁଭୂତିରୁ ଆପଣ ଆଗକୁ ଦିଆଯାଇଥିବା କଥାଗୁଡ଼ିକ ବିଷୟରେ କʼଣ ଶିଖିଲେ?

  • ପ୍ରତିଦିନ ବାଇବଲ ପଢ଼ିବା

  • ଭାଇଭଉଣୀମାନଙ୍କଠାରୁ ମିଳୁଥିବା ସାହାଯ୍ୟ a

  • ଲଗାତାର ପ୍ରାର୍ଥନା କରିବା

  • ରାଜ୍ୟ ଗୀତ ଗାଇବା

  • ନିଜ ବିଶ୍ୱାସ ବିଷୟରେ ଲୋକମାନଙ୍କ ସହ କଥା ହେବା

a ଆମେ ଜେଲରେ ବନ୍ଦୀ ଥିବା ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିପାରିବା । ଏପରିକି ଆମେ ତାଙ୍କ ନାମ ଧରିକି ମଧ୍ୟ ପ୍ରାର୍ଥନା କରିପାରିବା । କିନ୍ତୁ ଶାଖା କାର୍ଯ୍ୟାଳୟ ପାଇଁ ଏହା ସମ୍ଭବ ନୁହେଁ ଯେ ସେ ଆମ ଚିଠିଗୁଡ଼ିକୁ ଏପରି ଭାଇଭଉଣୀମାନଙ୍କୁ ପଠାଇବ ।