इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା

ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା

ଯିହୋବା, ଯେହୂଙ୍କୁ ଦୁଷ୍ଟ ରାଜା ଆହାବର ବଂଶକୁ ବିନାଶ କରିବାର ଦାୟିତ୍ୱ ଦେଲେ (୨ରାଜା ୯:୬, ୭; ପ୍ର୧୧-ହି ୧୧/୧୫ ପୃ ୩ ¶୨)

ରାଜା ଯୋରାମ୍‌ (ଯିଏ ଆହାବର ପୁଅ ଥିଲେ) ଓ ରାଣୀ ଈଷେବଲ୍‌କୁ (ଯିଏ ଆହାବର ବିଧବା ସ୍ତ୍ରୀ ଥିଲେ) ମାରିବା ପାଇଁ ଯେହୂ ତୁରନ୍ତ ପଦକ୍ଷେପ ନେଲେ (୨ରାଜା ୯:୨୨-୨୪, ୩୦-୩୩; ପ୍ର୧୧-ହି ୧୧/୧୫ ପୃ ୪ ¶୨-୩; “‘ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ’—୨ରାଜା ୯:୮” ନାମକ ଚାର୍ଟ ଦେଖନ୍ତୁ)

ନିଜ ଦାୟିତ୍ୱକୁ ପୂରା କରିବା ପାଇଁ ଯେହୂଙ୍କୁ ସାହସ ଓ ଦୃଢ଼ ସଂକଳ୍ପ ଦରକାର ଥିଲା ଏବଂ ଉତ୍ସାହର ସହ କାମ କରିବାର ଥିଲା । ଆଉ ସେ ଠିକ୍‌ ସେହିପରି କଲେ (୨ରାଜା ୧୦:୧୭; ପ୍ର୧୧-ହି ୧୧/୧୫ ପୃ ୫ ¶୪-୫)

ନିଜକୁ ପଚାରନ୍ତୁ:ମାଥିଉ ୨୮:୧୯, ୨୦ ପଦରେ ଥିବା ଆଜ୍ଞାଗୁଡ଼ିକୁ ପାଳନ କରିବା ପାଇଁ ମୁଁ ଯେହୂଙ୍କ ଭଳି କିପରି ହୋଇପାରିବି ?’