ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଆମ ପ୍ରାର୍ଥନା ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ
ଯେବେ ଆମେ ଯିହୋବାଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥନା କରୁ, ତେବେ ଆମ ପ୍ରାର୍ଥନା ସେହି ସୁଗନ୍ଧି ଧୂପ ପରି ହୋଇଥାଏ, ଯାହା ପ୍ରତିଦିନ ଯିହୋବାଙ୍କ ମନ୍ଦିରରେ ଚଢ଼ାଯାଉଥିଲା । (ଗୀତ ୧୪୧:୨) ପ୍ରାର୍ଥନା କରିବା ସମୟରେ ଆମେ ଯିହୋବାଙ୍କୁ କହିପାରିବା ଯେ ଆମେ ତାଙ୍କୁ ପ୍ରେମ କରୁ ଆଉ ତାଙ୍କ କୃତଜ୍ଞ ଅଟୁ । ଆମେ ତାଙ୍କୁ ନିଜ ଚିନ୍ତା ଓ ସମସ୍ୟାଗୁଡ଼ିକ କହିପାରିବା ଏବଂ ଏହା ମଧ୍ୟ ଯେ ଆମେ କʼଣ ଚାହୁଁ । ଆମେ ତାଙ୍କୁ ମାର୍ଗଦର୍ଶନ ବି ମାଗିପାରିବା । ଯେବେ ଆମେ ଯିହୋବାଙ୍କୁ ଏସବୁ କହୁ, ତେବେ ଆମେ ଦେଖାଉ ଯେ ଆମେ ତାଙ୍କୁ ନିଜର ସବୁଠୁ ଭଲ ସାଙ୍ଗ ଭାବୁ । ସଭାଗୁଡ଼ିକରେ ଯେଉଁ ଛୋଟ ପ୍ରାର୍ଥନା କରାଯାଏ, ତାହା ଯିହୋବା ସ୍ୱୀକାର କରନ୍ତି କାରଣ ସେଗୁଡ଼ିକ ଆମ ଉପାସନାର ଏକ ଭାଗ । କିନ୍ତୁ ଯେବେ ଆମେ ଏକୁଟିଆରେ ମନଖୋଲି ଏବଂ ଅଧିକ ସମୟ ଧରି ତାଙ୍କ ସହ କଥା ହେଉ, ତେବେ ସେ ଆହୁରି ଅଧିକ ଖୁସି ହୁଅନ୍ତି ।—ହିତୋ ୧୫:୮.
ପ୍ରାର୍ଥନା କରିବା ମୋ ଅଭ୍ୟାସ ହୋଇଗଲା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଭାଇ ଜନସନ୍ଙ୍କୁ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବା କରିବାର ସମ୍ମାନ ମିଳିଲା ?
-
ଭାଇ ଜନସନ୍ କେଉଁ କେଉଁ ପରିସ୍ଥିତିରେ ପ୍ରାର୍ଥନା କରି ଯିହୋବାଙ୍କ ଉପରେ ଭରସା ଦେଖାଇଲେ ?
-
ଭାଇ ଜନସନ୍ଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?