ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଖ୍ରୀଷ୍ଟିୟାନମାନେ କାହିଁକି ଆଗକୁ ବଢ଼ିବା ଉଚିତ୍ ?
ଅନେକ ଭାଇଭଉଣୀଙ୍କୁ ଅଗ୍ରଦୂତ ସେବା କରିବା କିମ୍ବା ବୈଥେଲ ଯିବା କିମ୍ବା ରାଜ୍ୟଘର ନିର୍ମାଣ କରିବାରେ ଭାଗ ନେବାର ଲକ୍ଷ୍ୟ ଥାଏ । ତେଣୁ ସେମାନେ ଏହି ଲକ୍ଷ୍ୟକୁ ପାଇବା ପାଇଁ ଆଗକୁ ବଢ଼ନ୍ତି ଓ କଠିନ ପରିଶ୍ରମ କରନ୍ତି । ତାʼଛଡ଼ା ଅନେକ ଭାଇ ଅଧ୍ୟକ୍ଷ ଭାବେ ସେବା କରିବା ପାଇଁ ମଧ୍ୟ ଆଗକୁ ବଢ଼ନ୍ତି । (୧ତୀମ ୩:୧) କିନ୍ତୁ ଖ୍ରୀଷ୍ଟିୟାନମାନଙ୍କୁ କେଉଁ ଉଦ୍ଦେଶ୍ୟରେ ଆଗକୁ ବଢ଼ିବା ଉଚିତ୍ ? କʼଣ ସେମାନେ ବଡ଼ ନାଁ କମାଇବା ଉଦ୍ଦେଶ୍ୟରେ କୌଣସି ଦାୟିତ୍ୱ ବା ସେବା କରିବା ପାଇଁ ଚେଷ୍ଟା କରିବା ଉଚିତ୍ ?
ଆଗକୁ କାହିଁକି ବଢ଼ିବା ? (୧ତୀମ ୩:୧) ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଆଗକୁ ଦିଆଯାଇଥିବା ପଦଗୁଡ଼ିକ ଅନୁସାରେ ଆମେ କେଉଁ ତିନୋଟି କାରଣ ଯୋଗୁଁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ଉଚିତ୍ ?